ଭୁବନେଶ୍ବର: ଆସନ୍ତା ୭ ତାରିଖ ଦିନ ନୂଆପଡ଼ା ଗସ୍ତରେ ଆସୁଛନ୍ତି ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ ତଥା ନୂଆପଡା ଉପନିର୍ବାଚନର ଷ୍ଟାର ପ୍ରଚାରକ ଶ୍ରୀ ରେଭନ୍ଥ ରେଡ୍ଡୀ । ସେ ନୂଆପଡା ବାସୀଙ୍କୁ ଭେଟି ଭୋଟ ଭିକ୍ଷା କରିବେ। ନୂଆପଡ଼ା ସାଲେଭଟା ଠାରେ ଆୟୋଜିତ ଏକ ବିଶାଳ ସମାବେଶରେ ସେ ଯୋଗଦେବେ।
ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଚଳଚଞ୍ଚଳ ହୋଇପଡିଛି ପ୍ରଦେଶ କଂଗ୍ରେସ। ସଭାପତି ଭକ୍ତ ଦାସଙ୍କ ନେତୃତ୍ବରେ ଏକ ଦଳ ହେବାକୁ ଥିବା ସମାବେଶ ସ୍ଥଳ ପରିଦର୍ଶନ କରିଛନ୍ତି। ଏହି ଅବସରରେ, ଦଳର ପ୍ରାର୍ଥୀ ଶ୍ରୀ ଘାସିରାମ ମାଝୀ, ବିଧାୟକ ଶ୍ରୀ ଅଶୋକ ଦାସ, ପୂର୍ବତନ ଆଇଏଏସ ତଥା କଂଗ୍ରେସର ଜାତୀୟ ମୁଖପାତ୍ର ଶ୍ରୀ ଅମିତ ହୁସେନ ଏବଂ ଶ୍ରୀ ଆଲୋକ ବାବୁ ପ୍ରମୁଖ ଉପସ୍ଥିତ ଥିଲେ।
SiCSem Breaks Ground on India’s First Integrated Device Manufacturing Facility in Bhubaneswar ( Click Here To Read)



