Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବନ୍ଦହେବ ନାହିଁ ରାସନ, ଡିସେମ୍ବର ୩୧ ଯାଏଁ ବଢିଲା ଇ-କେୱାଇସି ଦାଖଲର ଅବଧି
ଆଜିର ଖବର

ବନ୍ଦହେବ ନାହିଁ ରାସନ, ଡିସେମ୍ବର ୩୧ ଯାଏଁ ବଢିଲା ଇ-କେୱାଇସି ଦାଖଲର ଅବଧି

November 3, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
e-KYC for PDS beneficiaries to continue till December 31, 2025
e-KYC for PDS beneficiaries to continue till December 31, 2025

ଭୁବନେଶ୍ଵର: ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଅଧୀନରେ ଥିବା ରାଜ୍ୟର ସମସ୍ତ ପି.ଡ଼ି.ଏସ ହିତାଧିକାରୀଙ୍କ ଅବଗତି ନିମନ୍ତେ ଜଣାଇ ଦିଆଯାଉଅଛି ଯେ, ହିତାଧିକାରୀଙ୍କ ଆଧାର ଭିତ୍ତିକ ଈ-କେ.ୱାଈ.ସି ପ୍ରକ୍ରିୟା ଜାରି ରହିଛି। ଏହା ସମସ୍ତ ୧୧,୮୨୭ ଗୋଟି ଖାଉଟି ସୁଲଭ ମୂଲ୍ୟ ଦୋକାନ ତଥା ୩୧୪ ଗୋଟି ବ୍ଲକ ଓ ୬୪ ଗୋଟି ପୌରାଞ୍ଚଳ କାର୍ଯ୍ୟାଳୟରେ କାର୍ଯ୍ୟରତ ଥିବା ରାସନ କାର୍ଡ଼ ପରିଚାଳନା କେନ୍ଦ୍ର ଗୁଡ଼ିକରେ ଜାରି ରହିଛି।

ଏତଦବ୍ୟତୀତ ଅଦ୍ୟାବଧି ଈ-କେ.ୱାଈ.ସି କରାଇ ନ ପାରିଥିବା ହିତାଧିକାରୀ ମାନଙ୍କୁ ପ୍ରତ୍ୟେକ ମାସର ପି.ଡ଼ି.ଏସ ସାମଗ୍ରୀ ପୂର୍ବଭଳି ପ୍ରଦାନ କରାଯାଉଅଛି। କୌଣସି ଯୋଗ୍ୟ ହିତାଧିକାରୀଙ୍କୁ ଈ-କେ.ୱାଈ.ସି ହୋଇନଥିବା କାରଣରୁ ଖାଦ୍ୟ ସୁରକ୍ଷାରୁ ବଞ୍ଚିତ କରାଯାଇନାହିଁ। ଏହି ପ୍ରକ୍ରିୟା ଆସନ୍ତା ତା.୩୧.୧୨.୨୦୨୫ ପର୍ଯ୍ୟନ୍ତ ଚାଲୁରହିବ।

ଏପର୍ଯ୍ୟନ୍ତ କୌଣସି କାରଣରୁ ଈ-କେ.ୱାଈ.ସି କରାଇ ନ ପାରିଥିବା ହିତାଧିକାରୀ ମାନେ ତା.୩୧.୧୨.୨୦୨୫ ସୁଦ୍ଧା ନିକଟସ୍ଥ ଖାଉଟି ସୁଲଭ ମୂଲ୍ୟ ଦୋକାନ ବା ରାସନ କାର୍ଡ଼ ପରିଚାଳନା କେନ୍ଦ୍ରକୁ ଯାଇ ନିଜ ଆଧାର ଯୁକ୍ତ ଈ-କେ.ୱାଈ.ସି କରାଇ ପାରିବେ। ଏ ସମ୍ପର୍କରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

BJP Ads
2025 December 31 E-KYC PDS beneficiaries ଇ-କେୱାଇସି ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା
Share. Facebook Twitter LinkedIn Email WhatsApp Copy Link

Related Posts

ପୁଣି ବାଣ ଫୁଟାଇଲେ ଶ୍ରୀମୟୀ ମିଶ୍ର, ଶକ୍ତି ନାନୀ ବୋଲି କହି କାହାକୁ କଲେ ଇସାରା ?

November 3, 2025

ଭାରତୀୟ ମହିଳା ଦଳ ପାଇଁ ଦେଶ ଗର୍ବିତ: ବିଶ୍ଵକପ ଜିତିବା ପରେ ପାକିସ୍ତାନର ମଧ୍ୟ ଆସିଲା ପ୍ରତିକ୍ରିୟା

November 3, 2025

ତେଲେଙ୍ଗାନାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ବସ୍- ଟ୍ରକ୍ ଧକ୍କାରେ ୨୦ ମୃତ

November 3, 2025

ଐତିହାସିକ ପ୍ରଦର୍ଶନ ପାଇଁ ଏସୀୟ ଯୁବ କ୍ରୀଡାର କ୍ରୀଡାବିତମାନଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ

November 3, 2025
BJP Ads
Latest News

ପୁଣି ବାଣ ଫୁଟାଇଲେ ଶ୍ରୀମୟୀ ମିଶ୍ର, ଶକ୍ତି ନାନୀ ବୋଲି କହି କାହାକୁ କଲେ ଇସାରା ?

November 3, 2025

ଭାରତୀୟ ମହିଳା ଦଳ ପାଇଁ ଦେଶ ଗର୍ବିତ: ବିଶ୍ଵକପ ଜିତିବା ପରେ ପାକିସ୍ତାନର ମଧ୍ୟ ଆସିଲା ପ୍ରତିକ୍ରିୟା

November 3, 2025

ତେଲେଙ୍ଗାନାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ବସ୍- ଟ୍ରକ୍ ଧକ୍କାରେ ୨୦ ମୃତ

November 3, 2025

ମଧୁର ବିପ୍ଳବର ଅୟମାରମ୍ଭ: ଏକ ନୂତନ ଭାରତ ପାଇଁ ଗୁଞ୍ଜରଣ

November 3, 2025

ଐତିହାସିକ ପ୍ରଦର୍ଶନ ପାଇଁ ଏସୀୟ ଯୁବ କ୍ରୀଡାର କ୍ରୀଡାବିତମାନଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ

November 3, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.