Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଏସ୍‌ପିଏସ୍ କ୍ୟାମ୍ପସ-୨ର ପ୍ରଥମ ବର୍ଷର ଛାତ୍ରଛାତ୍ରୀଙ୍କ ନିମନ୍ତେ ଓରିଏନ୍‌ଟେସନ୍ କାର୍ଯ୍ୟକ୍ରମ
ଆଜିର ଖବର

ଏସ୍‌ପିଏସ୍ କ୍ୟାମ୍ପସ-୨ର ପ୍ରଥମ ବର୍ଷର ଛାତ୍ରଛାତ୍ରୀଙ୍କ ନିମନ୍ତେ ଓରିଏନ୍‌ଟେସନ୍ କାର୍ଯ୍ୟକ୍ରମ

November 3, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଏସ୍‌ପିଏସ୍ କ୍ୟାମ୍ପସ-୨ର ପ୍ରଥମ ବର୍ଷର ଛାତ୍ରଛାତ୍ରୀଙ୍କ ନିମନ୍ତେ ଓରିଏନ୍‌ଟେସନ୍ କାର୍ଯ୍ୟକ୍ରମ
ଏସ୍‌ପିଏସ୍ କ୍ୟାମ୍ପସ-୨ର ପ୍ରଥମ ବର୍ଷର ଛାତ୍ରଛାତ୍ରୀଙ୍କ ନିମନ୍ତେ ଓରିଏନ୍‌ଟେସନ୍ କାର୍ଯ୍ୟକ୍ରମ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସ୍କୁଲ ଅଫ୍ ଫାର୍ମାସ୍ୟୁଟିକାଲ୍ ସାଇନ୍‌ସେସ୍ କ୍ୟାମ୍ପସ -୨ ଫୁଲନଖରାରେ ସୋମବାର ୨୦୨୫-୨୬ ପ୍ରଥମ ବ୍ୟାଚର ନୂତନ ବି ଫାର୍ମା ଛାତ୍ରଛାତ୍ରୀଙ୍କର ଓରିଏନ୍‌ଟେସନ୍ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି।

ଏହି କାର୍ଯ୍ୟକ୍ରମରେ ଆର୍‌ଏନ୍‌ଡି ଲାବୋରେଟୋରୀସ୍ ପ୍ରାଇଭେଟ ଲିମିଟେଡ୍‌ର ନିର୍ଦ୍ଦେଶକ ତଥା କାଯ୍ୟ ନିର୍ବାହୀ ଅଧିକାରୀ ଦେବେନ୍ଦ୍ର ନାଥ ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଫାର୍ମାସୀ ଏକ ମହାନ ବୃତି ବୋଲି କହିଥିଲେ। ଜଣେ ଫାର୍ମାସିଷ୍ଟ ସ୍ୱାସ୍ଥ୍ୟ ସେବା ସହ ସମାଜର ହିତ ସାଧନ କ୍ଷେତ୍ରରେ କାର୍ଯ୍ୟ କରିଥାଏ ବୋଲି କହିବା ସହ ବର୍ତମାନ ସମୟରେ ଫାର୍ମାସୀ ଭଳି ବୃତିଗତ ଶିକ୍ଷାର ବେଶ ଚାହିଦା ଥିବାରୁ ଛାତ୍ରଛାତ୍ରୀମାନେ ଫାର୍ମାସୀ ପାଠ୍ୟକ୍ରମ ପ୍ରତି ଅଧିକ ମାତା ୍ରଆଗ୍ରହ ଦେଖାଉଛନ୍ତି ବୋଲି ଶ୍ରୀ ଦାସ କହିଥିଲେ।

କୋଭିଡ ସମୟରେ ଫାର୍ମାସିଷ୍ଟମାନେ ଯୋଦ୍ଧା ଭାବେ କାର୍ଯ୍ୟ କରିଥିଲେ। କଠିନ ପରିଶ୍ରମ, ସମୟାନୁବର୍ତୀତା, ନୈତିକତା ଓ ମୂଲ୍ୟବୋଧ ଛାତ୍ରଛାତ୍ରୀ ମାନଙ୍କ ଠାରେ ରହିବା ଉଚିତ୍ ବୋଲି ସେ ପରାମର୍ଶ ଦେଇଥିଲେ ।
ସେହିପରି ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ସ୍ୱତନ୍ତ୍ର ଅତିଥି ଭାବେ ଯୋଗ ଦେଇ ଦେଶର ଶ୍ରେଷ୍ଠ ୧୫ତମ ବିଶ୍ୱବିଦ୍ୟାଳୟ ଭାବେ ପରିଚିତ ସୋଆକୁ ଅଧ୍ୟୟନ କରିବାକୁ ଚୟନ କରିଥିବା ଫାର୍ମାସୀ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇବା ସହ ସେମାନଙ୍କ ଉଜ୍ୱଳ ଭବିଷ୍ୟତ କାମନା କରିଥିଲେ।

ଏହି ଅବସରରେ ଆଇଏମ୍‌ଏସ୍ ଆଣ୍ଡ ସମ ହସ୍ପିଟାଲ୍‌-୨ର ଡିନ୍ ପ୍ରଫେସର (ଡାକ୍ତର) ଅରକ୍ଷିତ ସ୍ୱାଇଁ, ଏସପିଏସ୍ -୧ ଏବଂ ଏସ୍‌ପିଏସ୍‌-୨ର ଉପଦେଷ୍ଟା ପ୍ରଫେସର (ଡକ୍ଟର) ସୁଦାମ ଚରଣ ସି, ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ଉପସ୍ଥିତ ରହି ନୂତନ ବର୍ଷର ଛାତ୍ରଛାତ୍ରୀଙ୍କ ଅଭିନନନ୍ଦନ ଜଣାଇବା ସହ ନିଜର ବକ୍ତବ୍ୟ ରଖିଥିଲେ।

ଏହି କାର୍ଯ୍ୟକ୍ରମରେ ଫାର୍ମାସୀ-୨ର ଡିନ୍ ପ୍ରଫେସର ଦୁର୍ଗାମାଧବ କର ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ପ୍ରଫେସର (ଡକ୍ଟର) ଲକ୍ଷ୍ମୀଧର ମହାରଣା କାର୍ଯ୍ୟକ୍ରମ ପରିଚାଳନା କରିବା ସହ ଫାର୍ମାସୀ ପାଠ୍ୟକ୍ରମ ଓ ସୋଆ ସମ୍ପର୍କରେ ବିସ୍ତୃତ ତଥ୍ୟ ପ୍ରଦାନ କରିଥିଲେ। ଏସ୍‌ପିଏସ୍‌-୨ର ଆସିଷ୍ଟାଂଟ ପ୍ରଫେସର ମୋନାଲିସା ରାଉତ ଧନ୍ୟବାଦ ଅର୍ପଣ କରିଥିଲେ।

‘ପ୍ରାରମ୍ଭ-ଦ ବିଗିନିଂ’ ଏସ୍‌ପିଏସ୍ କ୍ୟାମ୍ପସ-୨ ଓରିଏନ୍‌ଟେସନ୍ କାର୍ଯ୍ୟକ୍ରମ ଫୁଲନଖରା ଶିକ୍ଷା ଓ ଅନୁସନ୍ଧାନ
Share. Facebook Twitter LinkedIn Email WhatsApp Copy Link

Related Posts

ବିଜେଡିରୁ ପୁଣି ନିଲମ୍ବନ ହେଲେ ଜଣେ ପୂର୍ବତନ ବିଧାୟକ ଏବଂ ଜଣେ ପୂର୍ବତନ ସାଂସଦ

April 6, 2026

୯ ପୋଲିସକୁ ଫାଶୀ

April 6, 2026

ଓଡ଼ିଶାରେ ଯଥେଷ୍ଟ ପରିମାଣରେ ଇନ୍ଧନ ଗଚ୍ଛିତ ଅଛି: ସ୍ପଷ୍ଟ କଲେ ସରକାର

April 6, 2026

୧୪ ବିଶ୍ୱବିଦ୍ୟାଳୟ ପାଇଁ କୁଳପତି ନିଯୁକ୍ତ

April 6, 2026
Latest News

ବିଜେଡିରୁ ପୁଣି ନିଲମ୍ବନ ହେଲେ ଜଣେ ପୂର୍ବତନ ବିଧାୟକ ଏବଂ ଜଣେ ପୂର୍ବତନ ସାଂସଦ

April 6, 2026

୯ ପୋଲିସକୁ ଫାଶୀ

April 6, 2026

ଓଡ଼ିଶାରେ ଯଥେଷ୍ଟ ପରିମାଣରେ ଇନ୍ଧନ ଗଚ୍ଛିତ ଅଛି: ସ୍ପଷ୍ଟ କଲେ ସରକାର

April 6, 2026

୧୪ ବିଶ୍ୱବିଦ୍ୟାଳୟ ପାଇଁ କୁଳପତି ନିଯୁକ୍ତ

April 6, 2026

ରାଜ୍ୟସଭା ସଦସ୍ୟ ଭାବେ ୧୯ ଜଣ ନେଲେ ଶପଥ, ଓଡିଶାର ତିନିଜଣ

April 6, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.