Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରାଜ୍ୟ ସରକାରଙ୍କୁ ଲାଭାଂଶ ଅର୍ଥ ପ୍ରଦାନ କଲା ଓଡ଼ିଶା ରାଜ୍ୟ ପଣ୍ୟାଗାର ନିଗମ
ଆଜିର ଖବର

ରାଜ୍ୟ ସରକାରଙ୍କୁ ଲାଭାଂଶ ଅର୍ଥ ପ୍ରଦାନ କଲା ଓଡ଼ିଶା ରାଜ୍ୟ ପଣ୍ୟାଗାର ନିଗମ

November 5, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
Odisha State Warehousing Corporation Presents ₹3.4 Crore Dividend to State Government
Odisha State Warehousing Corporation Presents ₹3.4 Crore Dividend to State Government

ଭୁବନେଶ୍ଵର: ଓଡ଼ିଶା ରାଜ୍ୟ ପଣ୍ୟାଗାର ନିଗମ ପକ୍ଷରୁ ଓଡ଼ିଶା ରାଜ୍ୟ ସରକାରଙ୍କୁ ଲାଭାଂଶ (ଡିଭିଡେଣ୍ଡ୍) ଅର୍ଥ ପ୍ରଦାନ କରାଯାଇଛି। ଓଡ଼ିଶାର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଜରିଆରେ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ୩ କୋଟି ୪୦ ଲକ୍ଷ ୬୪ ହଜାର ୧୦୫ ଟଙ୍କା ରାଜ୍ୟ ସରକାରଙ୍କ ଲାଭାଂଶ ବାବଦକୁ ପ୍ରଦାନ କରାଯାଇଛି। ମୁଖ୍ୟ ଶାସନ ସଚିବଙ୍କ ସମ୍ମିଳନୀ କକ୍ଷରେ ସମବାୟ ବିଭାଗ କମିଶନର-ତଥା-ଶାସନ ସଚିବ ରାଜେଶ ପ୍ରଭାକର ପାଟିଲ ଏବଂ ରାଜ୍ୟ ପଣ୍ୟାଗାର ନିଗମର ପରିଚାଳନା ନିର୍ଦ୍ଦେଶକ ମିହିର ପ୍ରସାଦ ମହାନ୍ତି ପ୍ରମୁଖ ଉପସ୍ଥିତ ରହି ଏହି ଲାଭାଂଶ ରାଶି ପ୍ରଦାନ କରିଛନ୍ତି।

ପ୍ରକାଶ ଥାଉକି, ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ନିଗମର ମୋଟ ଲାଭ ହେଉଛି ୨୨ କୋଟି ୭୦ ଲକ୍ଷ ୯୪ ହଜାର ୩୩ ଟଙ୍କା। ଏହି ବର୍ଷ ପାଇଁ ମୋଟ ଲାଭର ୩୦ ପ୍ରତିଶତ ହିସାବରେ ଡିଭିଡେଣ୍ଡ୍ ରାଶି ହେଉଛି ୬ କୋଟି ୮୧ ଲକ୍ଷ ୨୮ ହଜାର ୨୧୦ ଟଙ୍କା। ଏହାର ଉଭୟ ଅଂଶୀଦାର ଯଥା ରାଜ୍ୟ ସରକାର ଏବଂ କେନ୍ଦ୍ରୀୟ ଭଣ୍ଡାରଣ ନିଗମଙ୍କୁ ସମ ପରିମାଣରେ ଅର୍ଥାତ ପ୍ରତ୍ୟେକ ଅଂଶୀଦାରଙ୍କୁ ୩ କୋଟି ୪୦ ଲକ୍ଷ ୬୪ ହଜାର ୧୦୫ ଟଙ୍କା ଲେଖାଏଁ ପ୍ରଦାନ କରାଯାଇଛି।

ଏହି କାର୍ଯ୍ୟକ୍ରମରେ ସମବାୟ ସମିତି ସମୂହ ନିବନ୍ଧକ କେ. ସୁଦର୍ଶନ ଚକ୍ରବର୍ତ୍ତୀ, ସମବାୟ ବିଭାଗର ସ୍ଵତନ୍ତ୍ର ଶାସନ ସଚିବ ଊଷାରାଣୀ ଦାସ, ବିତ୍ତ ପରାମର୍ଶଦାତା ସ୍ମିତାଞ୍ଜଳି ସ୍ୱାଇଁ, ମୁଖ୍ୟ ସାଧାରଣ ପରିଚାଳକ ତୃପ୍ତି କଲ୍ୟାଣ ସେଠୀ, ଯୁଗ୍ମ ସଚିବ ସଂଗ୍ରାମ ରାଉତ, ଜେଆରସିଏସ ଲିଙ୍ଗରାଜ ନାୟକ, ବରିଷ୍ଠ ଅଧିକ୍ଷକ ପ୍ରଭାତ କୁମାର ପରିଡା ପ୍ରମୁଖ ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ ଯେ, ଓଡିଶା ରାଜ୍ୟ ପଣ୍ୟାଗାର ନିଗମ ୧୯୫୮ ମସିହାରେ ସ୍ଥାପିତ ହୋଇଥିଲା। ଏହାର ଷ୍ଟୋରେଜ୍ କ୍ଷମତା ହେଉଛି ୫,୨୧,୬୦୦ ମେଟ୍ରିକ ଟନ୍। ରାଜ୍ୟର ୩୦ଟି ଜିଲ୍ଲାରେ ୬୮ଟି ଗୋଦାମ ରହିଛି। ଏହାର ଭଣ୍ଡାରଣ କ୍ଷମତାର ସୁବିନିଯୋଗ ଯୋଗୁଁ ନିଗମ କ୍ରମାଗତ ଭାବରେ ଲାଭାନ୍ଵିତ ହେଉଛି ଏବଂ ଏହାର ଦୁଇ ଅଂଶୀଦାର ଯଥା ରାଜ୍ୟ ସରକାର ଏବଂ କେନ୍ଦ୍ରୀୟ ଭଣ୍ଡାରଣ ନିଗମଙ୍କୁ ନିୟମିତ ଭାବରେ ଲାଭାଂଶ (ଡିଭିଡେଣ୍ଡ୍) ପ୍ରଦାନ କରୁଅଛି।

ଉଲ୍ଲେଖଯୋଗ୍ୟ ଯେ, ୨୦୧୯-୨୦ ଏବଂ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ନିଗମ ପକ୍ଷରୁ ଏହାର ଲାଭାଂଶ ବାବଦକୁ ପ୍ରତ୍ୟେକ ଅଂଶୀଦାରଙ୍କୁ ୪ କୋଟି ୩୬ ଲକ୍ଷ ୩୧ ହଜାର ୨୫୧ ଟଙ୍କା ଲେଖାଏଁ ପ୍ରଦାନ କରା ଯାଇଥିଲା। ରାଜ୍ୟ ସରକାରଙ୍କୁ ପ୍ରଦତ୍ତ ଏହି ଲାଭାଂଶ ଗ୍ରହଣ କରିବା ପରିପ୍ରେକ୍ଷୀରେ ମୁଖ୍ୟ ଶାସନ ସଚିବ ଶ୍ରୀ ଆହୁଜା ବିଭାଗୀୟ ସଚିବ ଏବଂ ବରିଷ୍ଠ ଅଧିକାରୀଙ୍କ ସହିତ ଓଡିଶା ରାଜ୍ୟ ପଣ୍ୟାଗାର ନିଗମର ପରିଚାଳନା ସଂପର୍କିତ ଆଲୋଚନା କରି ଏହାର ଆଧୁନିକୀକରଣ ବ୍ୟବସ୍ଥା ସଂପର୍କରେ ଆବଶ୍ୟକ ପରାମର୍ଶ ଦେଇଥିଲେ।

 

Odisha State Warehousing Corporation ଓଡ଼ିଶା ରାଜ୍ୟ ପଣ୍ୟାଗାର ନିଗମ ରାଜ୍ୟ ସରକାର ଲାଭାଂଶ ଅର୍ଥ ପ୍ରଦାନ
Share. Facebook Twitter LinkedIn Email WhatsApp Copy Link

Related Posts

ହାଇୱା ଦୂର୍ଘଟଣାରେ ଦୁଇ ଗୁରୁତର

March 15, 2026

ଉପର ମଣିନାଗ ପୀଠରେ ଏକବିଂଶତମ ବାର୍ଷିକ ବିଶ୍ୱଶାନ୍ତି ମହାଯଜ୍ଞ ସମାପ୍ତ

March 15, 2026

କେନ୍ଦ୍ର ମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେପିରେ ଯୋଗଦେଲେ ପୂର୍ବତନ ବ୍ଲକ ଅଧ୍ୟକ୍ଷା ଓ ସମିତିସଭ୍ୟ 

March 15, 2026

ମଧ୍ୟପ୍ରାଚ୍ୟରେ ଯୁଦ୍ଧର ପ୍ରଭାବ: ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ବାତିଲ କଲା CBSE

March 15, 2026
Latest News

ପଶ୍ଚିମ ଏସିଆର ଘଟଣାକ୍ରମ ପରିପ୍ରେକ୍ଷୀରେ ପ୍ରମୁଖ କ୍ଷେତ୍ରଗୁଡ଼ିକ ସମ୍ପର୍କରେ ସୂଚନା

March 15, 2026

ହାଇୱା ଦୂର୍ଘଟଣାରେ ଦୁଇ ଗୁରୁତର

March 15, 2026

ପଦ୍ମ ପୁରସ୍କାର -୨୦୨୭ ପାଇଁ ନାମାଙ୍କନ ଆରମ୍ଭ

March 15, 2026

ନିର୍ବାଚନ ଘୋଷଣାର ଏକ ଘଣ୍ଟା ପୂର୍ବରୁ ମମତା ବାନାର୍ଜୀଙ୍କ ଘୋଷଣା: କାର୍ଯ୍ୟାନୁଷ୍ଠାନ ନେବେ କି CEC?

March 15, 2026

ଉପର ମଣିନାଗ ପୀଠରେ ଏକବିଂଶତମ ବାର୍ଷିକ ବିଶ୍ୱଶାନ୍ତି ମହାଯଜ୍ଞ ସମାପ୍ତ

March 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.