Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଚିଲିକା ବୋଇତ ବନ୍ଦାଣ ମହୋତ୍ସବ
ଆଜିର ଖବର

ଚିଲିକା ବୋଇତ ବନ୍ଦାଣ ମହୋତ୍ସବ

November 5, 2025No Comments3 Mins Read
Share Facebook Twitter LinkedIn Email WhatsApp Copy Link
ଚିଲିକା ବୋଇତ ବନ୍ଦାଣ ମହୋତ୍ସବ
ଚିଲିକା ବୋଇତ ବନ୍ଦାଣ ମହୋତ୍ସବ

ବାଲୁଗାଁ: ପ୍ରାଚୀନ ଉତ୍କଳର ନୌବାଣିଜ୍ୟ, ପରମ୍ପରା, ଐତିହ୍ୟ, ବୈଭବ ତଥା ଏସିଆ ମହାଦେଶର ଏକମାତ୍ର ଲୁଣ ହ୍ରଦ ମରାଳ ମାଳିନୀ ନିଳାମ୍ବୁ ଚିଲିକାର ସମୃଦ୍ଧୀଶାଳି ସାଂସ୍କୃତିକ ଚେତନାକୁ ପ୍ରତିଟି ବୀର ଓଡିଆଙ୍କ ହୃଦୟରେ ଉଦ୍ଜୀବିତ କରିବାନେଇ ଚିଲିକା ବୋଇତ ବନ୍ଦାଣ ମହୋତ୍ସବ କମିଟି ଓ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ବାଲୁଗାଁ ମହାବିଦ୍ୟାଳୟ ପରିସରରେ ବୋଇତ ବନ୍ଦାଣ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ମହୋତ୍ସବ କମିଟି ସଭାପତି ଏନଏସି ଅଧ୍ୟକ୍ଷା ସୁକାନ୍ତି ପାଇକରାୟଙ୍କ ଆବାହକତ୍ଵରେ ପ୍ରାତଃ କାଳରେ ମଞ୍ଚ ପୂଜାର୍ଚ୍ଚନା କରାଯିବା ସହ ମା’ କାଳିଜାଇଙ୍କ ଜ୍ୟୋତି ଶୋଭାଯାତ୍ରା କରାଯାଇଥିଲା।

ସର୍ବସାଧାରଣଙ୍କ ମନୋରଞ୍ଜନ ନିମନ୍ତେ ଅପରାହ୍ନରେ ଆଞ୍ଚଳିକ କଳାକାରଙ୍କ ଦ୍ବାରା ପାଲା ପରିବେଷଣ ପରେ ରାଜ୍ୟ ସ୍ତରୀୟ କଳାକାରମାନଙ୍କ ଦ୍ଵାରା ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା। ସାନ୍ଧ୍ୟ ଅଧିବେଶନରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ଆରାଧନା ମ୍ୟୁଜିକ କଳାକାର ପକ୍ଷରୁ ସ୍ୱାଗତ ସଙ୍ଗୀତ ପରିବେଷଣ ପରେ ଏନଏସି ଅଧ୍ୟକ୍ଷା ସୁକାନ୍ତି ପାଇକରାୟଙ୍କ ସଭାପତିତ୍ୱରେ ସମସ୍ତ ଅତିଥି ବୃନ୍ଦଙ୍କ ଗହଣରେ ପ୍ରଦୀପ ପ୍ରଜ୍ଵଳନ କରି ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଚିଲିକା ବୋଇତ ବନ୍ଦାଣ ମହୋତ୍ସବକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।

ଉକ୍ତ କାର୍ଯ୍ୟକ୍ରମରେ ବିଶିଷ୍ଟ ଉପସ୍ଥାପିକା ଶୋଭନା ମିଶ୍ର ମଞ୍ଚ ପରିଚାଳନା କରିଥିବା ବେଳେ ଅଧ୍ୟାପିକ ଡ଼.କୈଳାସ ଚନ୍ଦ୍ର ମହାରଣା ଅତିଥି ପରିଚୟ ପ୍ରଦାନ କରିଥିଲେ। କମିଟି କାର୍ଯ୍ୟକାରୀ ସଭାପତି ଦୁଷ୍ମନ୍ତ ହରିଚନ୍ଦନ ସ୍ୱାଗତ ଭାଷଣ ଦେଇଥିଲେ।

ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ମୁଖ୍ୟ ବକ୍ତା ଭାବେ ଉଚ୍ଚଶିକ୍ଷା, କ୍ରୀଡା ଓ ଯୁବ ବିଭାଗ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ବିଶିଷ୍ଟ ଅତିଥି ଭାବେ ପୁରୀ ସାଂସଦ ଡା.ସମ୍ବିତ ପାତ୍ର, ପୂର୍ବତନ ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକ, ସମ୍ମାନୀତ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥି, ବରିଷ୍ଠ ସାହିତ୍ୟିକ ଶଶାଙ୍କ ଚୁଡାମଣୀ, ଖୋର୍ଦ୍ଧା ଜିଲ୍ଲାପାଳ ଅମ୍ରିତ ୠତୁରାଜ, ଜିଲ୍ଲା ଆରକ୍ଷୀ ଅଧିକ୍ଷୀକ ବିବେକାନନ୍ଦ ଶର୍ମା, ଚିଲିକା ବ୍ଲକ ଅଧ୍ୟକ୍ଷା ଜ୍ୟୋତ୍ସ୍ନାରାଣୀ ବେହେରା, ଉପାଧ୍ୟକ୍ଷ ଅରୁଣ ପଟ୍ଟନାୟକ, ବାଣପୁର ବ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହ, ବାଣପୁର ଏନଏସି ଅଧ୍ୟକ୍ଷ ମିଟୁ ନାୟକ, ବାଲୁଗାଁ ଏନଏସି ଉପାଧ୍ୟକ୍ଷ ଭଗବାନ ପ୍ରଧାନ ପ୍ରମୁଖ ଯୋଗଦେଇ ପ୍ରକୃତିମୟୀ ଚିଲିକା ଏବଂ ଅକାତକାତ ନୀଳ ଜଳରାଶିରେ ପୂର୍ବଜ ମାନେ କିପରି ନୌବିହାର ମାଧ୍ୟମରେ ବେପାର ବଣିଜ କରୁଥିଲେ ସେନେଇ ନିଜ ନିଜର ଅଭିଭାଷଣ ରଖିଥିଲେ।

ଅକାତକାତ ନୀଳ ଜଳ ରାଶିରେ ବୋଇତ ମାଧ୍ୟମରେ ଉତ୍କଳର କଂସା ବାସନ, ସୁନା ରୁପା ଗହଣା, ମାଟି ପାତ୍ର ଏବଂ ବିଭିନ୍ନ କିସମର କାରୁକାର୍ଯ୍ୟ ପୂର୍ଣ୍ଣ ସାମଗ୍ରୀ ବ୍ୟବସାୟ ନିମିତ ସୁଦୁର ଜାଭା, ବାଲି, ସୁମାତ୍ରା, ଇଣ୍ଡୋନେସିଆ ଭଳି ବିଦେଶକୁ ଯାଇ ବେପାର ବଣିଜ କରୁଥିଲେ ଏବଂ ନିନ ଜୀବନକୁ ଜଳାଞ୍ଜଳୀ ଦେଇ ପରିବାର ପ୍ରତିପୋଷଣ କରିବା ସହ ଚିଲିକାର ଖ୍ୟାତି ଓ ସୌନ୍ଦର୍ଯ୍ୟକୁ ନେଇ ସାରା ବିଶ୍ଵରେ ବାର୍ତ୍ତା ବାଣ୍ଟୁଥିଲେ। ଚିଲିକା କେବଳ ପକ୍ଷୀ ବିହାର ପାଇଁ ନୁହେଁ, ମତ୍ସ୍ୟ ପାଇଁ ନୁହେଁ, ବହୁ ପୁରାତନ କାଳରୁ ସୁଦୂର ବିଦେଶକୁ ବେପାର ବଣିଜ କରୁଥିବା ସେହି ସାଧବଙ୍କ ସ୍ମୃତିକୁ ବଜାୟ ରଖିବା ହିଁ ବୋଇତ ବନ୍ଦାଣ ମହୋତ୍ସବର ଏକ ନିଆରା ପ୍ରୟାସ ବୋଲି ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଥିଲେ।

ଏନଏସି ଉପାଧ୍ୟକ୍ଷ ଭଗବାନ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।ସାଧାରଣ ସଭା ପରେ ରାଜ୍ୟସ୍ତରୀୟ କଳାକାର ମାନଙ୍କ ଦ୍ୱାରା ଚିତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ପରିବେଷଣ ସାଙ୍ଗକୁ ବର୍ଣାଳୀ ହୋତା ଓ ଗ୍ରୁପ ପକ୍ଷରୁ ମେଲୋଡି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପ୍ରାତଃ ସମୟରେ କାଳିଜାଇ ମୋଟର ବୋଟ ଆସୋସିଏସନ ପକ୍ଷରୁ ଆତସବାଜି ପ୍ରଦର୍ଶନ କରାଯିବାସହ ବାଲୁଗାଁ ସ୍ଥିତ ପ୍ରଜାପିତା ବ୍ରହ୍ମକୁମାରୀ ଇଶ୍ଵରୀୟ ବିଶ୍ଵବିଦ୍ୟାଳୟର ସତସଙ୍ଗୀ ଭାଇଭଉଣୀ ମାନଙ୍କ ସହଯୋଗରେ ପାରମ୍ପରୀକ ବୋଇତ ବନ୍ଦାଣ କାର୍ଯ୍ୟ ସମ୍ପାଦନ ହେବା ନେଇ ମହୋତ୍ସବ କମିଟି ପକ୍ଷରୁ କୁହାଯାଇଛି।

ଏହି ପାରମ୍ପରିକ ବୋଇତ ବନ୍ଦାଣ କାର୍ଯ୍ୟ ସମ୍ପାଦନ ନେଇ ହେବାକୁ ଥିବା ଜଳଯାତ୍ରା ନିମନ୍ତେ ବାଲୁଗାଁ ଅଗ୍ନିଶମ ବିଭାଗ ପକ୍ଷରୁ ଓଡ୍ରାଫ୍ ବୋଟ୍ ଏବଂ କର୍ମଚାରୀ ନିୟୋଜିତ ରହିଛନ୍ତି। ଆଶାନୁପାତ ଦର୍ଶକଙ୍କ ସମାଗମକୁ ଦୃଷ୍ଟିରେ ରଖି ପୁଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିବା ବେଳେ ବାଲୁଗାଁ ମହାବିଦ୍ୟାଳୟର ଏନସିସି, ଏନଏସଏସ କ୍ୟାଡେଟ ଓ ମହୋତ୍ସବ କମିଟି ସଦସ୍ୟମାନେ ପୂର୍ଣ୍ଣ ସହଯୋଗ କରିଥିଲେ।

ଚିଲିକା ବୋଇତ ବନ୍ଦାଣ ମହୋତ୍ସବ
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟରେ ସୃଷ୍ଟି ହୋଇଛନ୍ତି ୧୬ଲକ୍ଷରୁ ଅଧିକ ଲକ୍ଷପତି ଦିଦି, ଗୃହରେ ତଥ୍ୟ ରଖିଲେ ମନ୍ତ୍ରୀ

February 21, 2026

୪୦ ବର୍ଷ ବୟସରେ ଦ୍ୱିତୀୟ ବିବାହ କଲେ ଟିମ୍ ଇଣ୍ଡିଆର ‘ଗବ୍ବର’ ଶିଖର ଧାୱନ

February 21, 2026

ନିଜ ଘରେ ପଶି ଅଷ୍ଟ୍ରେଲିଆକୁ ଧରାଶାୟୀ କଲା ଭାରତ: ୨-୧ ରେ ଜିତିଲା ଟି-୨୦ ସିରିଜ

February 21, 2026

ଶଙ୍କରାଚାର୍ଯ୍ୟଙ୍କୁ ବଡ଼ ଝଟକା: ଯୌନ ନିର୍ଯାତନା ମାମଲାରେ ଦାଖଲ ହେବ ଏଫଆଇଆର

February 21, 2026
Latest News

ରାଜ୍ୟରେ ସୃଷ୍ଟି ହୋଇଛନ୍ତି ୧୬ଲକ୍ଷରୁ ଅଧିକ ଲକ୍ଷପତି ଦିଦି, ଗୃହରେ ତଥ୍ୟ ରଖିଲେ ମନ୍ତ୍ରୀ

February 21, 2026

ସିଆରପିଏଫର ୮୭ତମ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗ ଦେଲେ ଅମିତ ଶାହ

February 21, 2026

ଆମେରିକା ସୁପ୍ରିମକୋର୍ଟଙ୍କ ରାୟ ପରେ ଭାରତ ଉପରେ କେତେ ଶୁଳ୍କ ଲଗାଇବେ ଟ୍ରମ୍ପ?: ଜାଣନ୍ତୁ

February 21, 2026

ମୁଟୁରୁମୁଣ୍ଡା ସେବାଶ୍ରମ ବିଦ୍ୟାଳୟରେ ଆନ୍ତର୍ଜାତୀୟ ମାତୃଭାଷା ଦିବସ ପାଳିତ

February 21, 2026

୪୦ ବର୍ଷ ବୟସରେ ଦ୍ୱିତୀୟ ବିବାହ କଲେ ଟିମ୍ ଇଣ୍ଡିଆର ‘ଗବ୍ବର’ ଶିଖର ଧାୱନ

February 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.