Jatra Actor’s Death: ବର୍ଷିଆନ କଳାକାର ଦେବୀ ରଥ ଆଉ ନାହାଁନ୍ତି। ସେ ଆଜି ସକାଳେ ନିଜ ଗାଁ ଜଗତସିଂହପୁର ଜିଲ୍ଲା ପାରାଦ୍ୱୀପ ଗଡ଼ରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ 71 ବର୍ଷ ବୟସ ହୋଇଥିଲା। ସତୁରି ଦଶକରେ ଯାତ୍ରା ଜଗତରେ ପାଦ ଥାପିଥିଲେ। ବୀଣାପାଣି କଳାକୁଞ୍ଜ ତାରାପୁର ଅପେରାରୁ ଅଭିନୟ ଆରମ୍ଭ କରି ପାର୍ବତୀ ଗଣନାଟ୍ୟରେ ସେ ନିଜର ଯାତ୍ରା ଜୀବନ ଶେଷ କରିଥିଲେ।
ଜେଲ ଟାଇଗର, ଲାଲୁଲକା, ଡ଼ିମିରି ଫୁଲ, ବାଟ ଛାଡ଼ ଷଣ୍ଡ ଆସୁଛି, ଅକୁହା କଥା, କେମିତି ଏ ବନ୍ଧନ, ଅଜବ କାହାଣୀ, ତୁଳସୀ, ବଳାତ୍କାର, ମଶାଣୀ ଫୁଲ, ଛତା ଚିହ୍ନରେ ଭୋଟ ଦିଅ ଆଦି ଦୁଇ ଶହରୁ ଅଧିକ ନାଟକରେ ଅଭିନୟ କରିଛନ୍ତି। ଅନେକ ନାଟକରେ ସେ ନିର୍ଦେଶନା ମଧ୍ୟ ଦେଇଛନ୍ତି। ତାଙ୍କ ବିୟୋଗରେ ଯାତ୍ରା ଜଗତରେ ଶୋକର ଛାୟା ଖେଳିଯାଇଛି।
Kartik Purnima and Dev Deepavali: PM Modi Greets Everyone ( Click Here To Read)



