Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସିପିଗ୍ରାମ୍ସ ପୋର୍ଟାଲରେ ଅଭିଯୋଗର ମିଳିଲା ସୁଫଳ: ନଳକୂପ ସମସ୍ୟାର ହେଲା ସମାଧାନ
ଆଜିର ଖବର

ସିପିଗ୍ରାମ୍ସ ପୋର୍ଟାଲରେ ଅଭିଯୋଗର ମିଳିଲା ସୁଫଳ: ନଳକୂପ ସମସ୍ୟାର ହେଲା ସମାଧାନ

November 6, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ସିପିଗ୍ରାମ୍ସ ପୋର୍ଟାଲ
ସିପିଗ୍ରାମ୍ସ ପୋର୍ଟାଲରେ ଅଭିଯୋଗର ମିଳିଲା ସୁଫଳ: ନଳକୂପ ସମସ୍ୟାର ହେଲା ସମାଧାନ

ଭୁବନେଶ୍ୱର: ସାଧାରଣ ନାଗରିକଙ୍କ ଆପତ୍ତି ଅଭିଯୋଗ ଶୁଣିବା ଏବଂ ସେମାନଙ୍କର ମୌଳିକ ସମସ୍ୟାର ସମାଧାନ କରିବା ଲାଗି କେନ୍ଦ୍ର ସରକାର ଆଧୁନିକ ପ୍ରଯୁକ୍ତି ବିଦ୍ୟାର ସଦୁପଯୋଗ କରୁଛନ୍ତି। ସେଭଳି ଏକ ସୁବିଧା ଦେଇଛି କେନ୍ଦ୍ରିକୃତ ସାଧାରଣ ଅଭିଯୋଗ ନିବାରଣ ଏବଂ ନିରୀକ୍ଷଣ ପ୍ରଣାଳୀ (ସିପିଗ୍ରାମ୍ସ) ପୋର୍ଟାଲ। କେନ୍ଦ୍ର ସରକାରଙ୍କ ପ୍ରଶାସନିକ ସଂସ୍କାର ଏବଂ ସାଧାରଣ ଅଭିଯୋଗ ବିଭାଗ ଅଧୀନରେ କାର୍ଯ୍ୟ କରୁଥିବା ଏହି 24 ଘଣ୍ଟିଆ ଅନଲାଇନ ପୋର୍ଟାଲରେ ସାଧାରଣ ଲୋକମାନେ ସେମାନଙ୍କର ଅଭିଯୋଗ ଦାଖଲ କରିବା ସହିତ ଏହାର ତୁରନ୍ତ ସମାଧାନ ପାଇପାରୁଛନ୍ତି।

ଏହାର ଏକ ସଦ୍ୟତମ ଉଦାହରଣ ଦେଖିବାକୁ ମିଳିଛି ଓଡ଼ିଶାର ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ୍‌ ସାନହୁଲା ପଞ୍ଚାୟତ ସିମିଳିଆ ଦାଣ୍ଡି ଗାଁର ଗୋଣ୍ଡସାହିରେ। ଏହି ଗାଁରେ ବର୍ଷେ ହେବ ଗୋଟିଏ ନଳକୂପ ନିର୍ମାଣ ଏବଂ କାର୍ଯ୍ୟକ୍ଷମ ହୋଇଥିଲା, କିନ୍ତୁ ଏହାର ଚାରିପାଖରେ ପ୍ଲାଟଫର୍ମ ନିର୍ମାଣ କରାଯାଇନଥିଲା। ଫଳରେ ନଳକୂପ ବ୍ୟବହାର କରୁଥିବା ବୟସ୍କ ବ୍ୟକ୍ତି ଏବଂ ଛୋଟ ପିଲାଙ୍କ ପ୍ରତି ବିପଦ ରହିଥିଲା। ଏହାଛଡ଼ା ନଳକୂପର ନିମ୍ନ ଭାଗରେ କଳଙ୍କି ଲାଗି ଏହା ନଷ୍ଟ ହେବା ସହିତ ପାଣି ଦୂଷିତ ହେବାର ଆଶଙ୍କା ଦେଖା ଦେଇଥିଲା। ସ୍ଥାନୀୟ ବାସିନ୍ଦା ଗୀତାଞ୍ଜଳି ସାହୁ ଏ ସଂକ୍ରାନ୍ତରେ ସିପିଗ୍ରାମ୍ସ ପୋର୍ଟାଲରେ ଗତ ସେପ୍ଟେମ୍ବର 3 ତାରିଖରେ ଅଭିଯୋଗ କରିଥିଲେ। ତାଙ୍କ ଅଭିଯୋଗକୁ କେନ୍ଦ୍ର ପଞ୍ଚାୟତିରାଜ ମନ୍ତ୍ରଣାଳୟ ତରଫରୁ ବିଭାଗୀୟ କର୍ତ୍ତୃପକ୍ଷଙ୍କ ନିକଟକୁ ପଠାଯିବା ପରେ ଏହି ସମସ୍ୟାର ତୁରନ୍ତ ସମାଧାନ ହୋଇଛି। ବର୍ତ୍ତମାନ ନଳକୂପ ଚାରି ପାଖରେ ମଜବୁତ ପକ୍କା ଢାଞ୍ଚା ବା ପ୍ଲାଟଫର୍ମ ନିର୍ମାଣ କରାଯିବା ସହିତ କଳଙ୍କି ନଲାଗିବା ପାଇଁ ନିମ୍ନଭାଗରେ ଏକ ସ୍ୱତନ୍ତ୍ର ପ୍ରଲେପ ଦିଆଯାଇଛି। ଫଳରେ ଗାଁ ଲୋକମାନେ ସୁରକ୍ଷିତ ଭାବେ ସ୍ୱଚ୍ଛ ପାନୀୟ ଜଳ ପାଇପାରୁଛନ୍ତି। ଏ ନେଇ ଅଭିଯୋଗକାରୀ ଏବଂ ଗ୍ରାମବାସୀ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ସୂଚନାଯୋଗ୍ୟ ସିପିଗ୍ରାମ୍ସ ପୋର୍ଟାଲରେ ଇଂରାଜୀ ସମେତ 22ଟି ଭାରତୀୟ ଭାଷାରେ ଅଭିଯୋଗ ଦାଖଲ କରାଯାଇପାରିବ। ପୋର୍ଟାଲ ମାଧ୍ୟମରେ ଅଭିଯୋଗକୁ ଭାରତ ସରକାରଙ୍କ ଭିନ୍ନ ଭିନ୍ନ ମନ୍ତ୍ରଣାଳୟ ଓ ବିଭାଗକୁ ସମାଧାନ ପାଇଁ ପ୍ରେରଣ କରାଯାଇଥାଏ। ଅଭିଯୋଗକାରୀ ସମାଧାନକୁ ନେଇ ସନ୍ତୁଷ୍ଟ ନଥିଲେ ପୁନର୍ବାର ଆବେଦନ କରିବାର ସୁବିଧା ରହିଛି। ଭାରତ ସରକାରଙ୍କ କାର୍ମିକ ଓ ସାଧାରଣ ଅଭିଯୋଗ ଓ ପେନସନ ପ୍ରଶାସନ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ ସିପି ଗ୍ରାମ୍ସ ପୋର୍ଟାଲରେ 2022ରୁ 2024 ମଧ୍ୟରେ 70 ଲକ୍ଷରୁ ଅଧିକ ଅଭିଯୋଗର ସମାଧାନ କରାଯାଇଛି। ଦକ୍ଷ ଅଭିଯୋଗ ସମାଧାନ ସୁବିଧା ପ୍ରଦାନ କରି ଏହା ନାଗରିକ କେନ୍ଦ୍ରିକ ପ୍ରଶାସନର ପ୍ରତୀକ ପାଲଟିଛି।

ଅନୁଗୁଳ ଜିଲ୍ଲା ଗୋଣ୍ଡସାହି ନଳକୂପ ସମସ୍ୟା ସିପିଗ୍ରାମ୍ସ ପୋର୍ଟାଲ
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି କେତେ କମିଲା ସୁନା ଦର?: ଜାଣନ୍ତୁ ଭୁବନେଶ୍ଵର ସମେତ ଏହି ସବୁ ସହରର ସୁନା ମୂଲ୍ୟ

November 27, 2025

ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଟ୍ରକ୍ କୁ ପିଟି ହୋଇ ମୋଟରସାଇକେଲ ଚାଳକର ମୃତ୍ୟୁ

November 27, 2025

ବାଲୁଗାଁ ମୁଖ୍ୟରାସ୍ତା ଉଭୟ ପାର୍ଶ୍ୱରୁ ବେଆଇନ ଜବରଦଖଲ ଉଚ୍ଛେଦ

November 27, 2025

ଦୁବାଇ ଦୁର୍ଘଟଣାର ପ୍ରଭାବ?, ତେଜସ୍ କିଣିବ ନାହିଁ ଆର୍ମେନିଆ, ଭାଙ୍ଗିଗଲା ୧୦୭୦୫୯୮୮୫୬୮୦ ମୂଲ୍ୟର ଚୁକ୍ତି!

November 27, 2025
Latest News

ଆଜି କେତେ କମିଲା ସୁନା ଦର?: ଜାଣନ୍ତୁ ଭୁବନେଶ୍ଵର ସମେତ ଏହି ସବୁ ସହରର ସୁନା ମୂଲ୍ୟ

November 27, 2025

ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଟ୍ରକ୍ କୁ ପିଟି ହୋଇ ମୋଟରସାଇକେଲ ଚାଳକର ମୃତ୍ୟୁ

November 27, 2025

ବାଲୁଗାଁ ମୁଖ୍ୟରାସ୍ତା ଉଭୟ ପାର୍ଶ୍ୱରୁ ବେଆଇନ ଜବରଦଖଲ ଉଚ୍ଛେଦ

November 27, 2025

ଦୁବାଇ ଦୁର୍ଘଟଣାର ପ୍ରଭାବ?, ତେଜସ୍ କିଣିବ ନାହିଁ ଆର୍ମେନିଆ, ଭାଙ୍ଗିଗଲା ୧୦୭୦୫୯୮୮୫୬୮୦ ମୂଲ୍ୟର ଚୁକ୍ତି!

November 27, 2025

ସିନେଡବ୍ସ ଏକୀକରଣ ସହିତ ସୁଗମ୍ୟତା ଏବଂ ସମାବେଶନ ବଢ଼ାଇଲା 56ତମ ଆଇଏଫଏଫଆଇ

November 27, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.