ଖୋର୍ଦ୍ଧା: ଆଜି ଠିକ୍ ପୂର୍ବାହ୍ନ ୦୯.୪୫ ମି ସମୟରେ ସମଗ୍ର ଭାରତ ବର୍ଷରେ ସ୍ବର୍ଗତ ବଙ୍କିମ ଚନ୍ଦ୍ର ଚଟୋପାଧ୍ୟାୟଙ୍କ ଅମର କୃତୀ ଯାହା ଭାରତ ମାତାର ଜଳ ସ୍ଥଳ ଓ ଆକାଶ, ବଣ, ଜଙ୍ଗଲ ପାହାଡ, ହିମାଳୟଠାରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ସ୍ୱର୍ଗୀୟ ସ୍ଲୋଗାନ ତଥା ସଙ୍ଗୀତ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରା ଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଜୟୀ ରାଜଗୁରୁ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇ ଯାଇଅଛି। ଏହି ଜାତୀୟ ସ୍ଲୋଗାନ ଓ ସଙ୍ଗୀତର ସିଧା ପ୍ରସାରଣ କାର୍ଯ୍ୟକ୍ରମ ନୂଆଦିଲ୍ଲୀରୁ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଜିଲ୍ଲା ସଂସ୍କୃତି, ତଥା ରାଜ୍ୟ ସଂସ୍କୃତି ବିଭାଗ ଓ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ଅଧୀନରେ ସମଗ୍ର ଦେଶରେ ବନ୍ଦେ ମାତରଂ ର ୧୫୦ତମ ଉତ୍ସବ ସଙ୍ଗୀତ ଗାନ କରାଯାଇ ଥିବା ବେଳେ ଛିଡା ହୋଇ ଭବ୍ୟ ସମ୍ମାନ ଜ୍ଞାପନ କରାଯାଇଥିଲା।
ଏହି ଅବସରରେ ମାନ୍ୟବର ପ୍ରଧାମନ୍ତ୍ରୀଙ୍କର କରକମଳରେ ନୂଆଦିଲ୍ଲୀଠାରେ ବନ୍ଦେ ମାତରଂ ପୋର୍ଟାଲ “ଆତ୍ମ ନିର୍ଭର ଓ ୨୦୩୬ ଭାରତ”ଉଦ୍ଘାଟିତ ହୋଇଥିଲା। ଦିବସରେ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ କୁସୁମ କୁମାରୀ ପ୍ରହରାଜ, ଜିଲ୍ଲା ପଂଚାୟତ ଅଧିକାରୀ ଶ୍ୟାମଲେନ୍ଦୁ ନାୟକ ଡେପୁଟୀ କଲେକ୍ଟର ଅନନ୍ୟା ସୃଷ୍ଟି ଶତପଥୀ, ନିବେଦିତା ପରିଡ଼ା, ଆର୍ତ୍ତତ୍ରାଣ ମଲ୍ଲିକ, ଆସିଷ୍ଟାଣ୍ଟ କଲେକ୍ଟର କ୍ରିଷ୍ଣା କୁମାର ଜେନା, ଭୁବନେଶ୍ଵରୀ କଅଁର,ଡି ଇ ଜି ଏମ, ଓସ୍ୱାନ ମାନସ ବ୍ରହ୍ମ, ଜିଲ୍ଲା ସଂସ୍କୃତି ଅ ଧିକାରୀ ଚୌଧୁରୀ ଅରବିନ୍ଦ ଦାସ, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା ଙ୍କ ସମେତ ସମସ୍ତ ଡେପୁଟୀ କଲେକ୍ଟର, ଆସିଷ୍ଟାଣ୍ଟ କଲେକ୍ଟର, ସେକ୍ସନ ଅଧିକାରୀ, ବରିଷ୍ଠ ଓ କନିଷ୍ଠ ସହାୟକ, ସହାୟିକା ଯୋଗଦେଇଥିଲେ।


