Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରଥଯାତ୍ରା ସମୟରେ ଦଳାଚକଟା ଘଟଣା: ୭ ପୁଲିସ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିସ
ଆଜିର ଖବର

ରଥଯାତ୍ରା ସମୟରେ ଦଳାଚକଟା ଘଟଣା: ୭ ପୁଲିସ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିସ

November 9, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
ରଥଯାତ୍ରା
ରଥଯାତ୍ରା ସମୟରେ ଦଳାଚକଟା ଘଟଣା: ୭ ପୁଲିସ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିସ

 

ପୁରୀ: ଗତ ରଥଯାତ୍ରା ସମୟରେ ଶ୍ରୀଗୁଣ୍ଡିଚା ମନ୍ଦିର ନିକଟରେ ହୋଇଥିବା ଦଳାଚକଟା ଘଟଣାରେ ୭ଜଣ ପୁଲିସ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିସ କରାଯାଇଛି। ଗତ ୨୯ ଜୁନ୍ରେ ଶ୍ରୀଗୁଣ୍ଡିଚା ମନ୍ଦିର ଆଗରେ ଦଳାଚକଟା ହୋଇଥିଲା। ଏଥିରେ ୩ଜଣ ଶ୍ରଦ୍ଧାଳୁଙ୍କର ପ୍ରାଣହାନି ହୋଇଥିଲା। ଏହାପରେ ଉନ୍ନୟନ କମିଶନରଙ୍କ ନେତୃତ୍ବରେ ଏକ ତଦନ୍ତ କମିଟି ଗଠନ କରାଯାଇଥିଲା। ଏହି ତଦନ୍ତ କମିଟି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ପରେ କର୍ତ୍ତବ୍ୟରେ ଅବହେଳା କରିଥିବା ୭ଜଣ ପୁଲିସ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ରିପୋର୍ଟ ଦାଖଲ କରିଥିଲେ।

ଏହି ରିପୋର୍ଟକୁ ଆଧାର କରି ଗୃହବିଭାଗ ଅତିରିକ୍ତ ସଚିବ ସୌମେନ୍ଦ୍ର ପାତ୍ର ସଂପୃକ୍ତ ୭ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ପୁଲିସ ଡିଜିଙ୍କୁ ପତ୍ର ଲେଖିଛନ୍ତି। ଏହି ୭ ଅଧିକାରୀ ହେଲେ କୋରାପୁଟ ଓଏସଏପି ତୃତୀୟ ବାଟାଲିୟନ କମାଣ୍ଡାଣ୍ଟ ଅଜୟ କୁମାର ପାଢୀ, କଟକ-ଭୁବନେଶ୍ବର କମିଶନରେଟ ପୁଲିସ ଡିସିପି ବିଷ୍ଣୁପ୍ରସାଦ ପତି, ପୁରୀ ଜିଲ୍ଲା ପୁଲିସ ଅଧିକାରୀ ତାପସ ରଞ୍ଜନ ଦାସ, କେକେ ନାୟକ, ଡିଏସପି ପ୍ରଶାନ୍ତ କୁମାର ସାହୁ, କୁମ୍ଭାରପଡ଼ା ଥାନା ଅଧିକାରୀ ସୁଶାନ୍ତ କୁମାର ସାହୁ, ଛତ୍ରପୁର ଓଏସଏପି ତୃତୀୟ ବାଟାଲିୟନ କମାଣ୍ଡାଣ୍ଟ ସାରଦା ପ୍ରସାଦ ଦାସ।

 

ଦଳାଚକଟା ଘଟଣା ରଥଯାତ୍ରା ଶ୍ରୀଗୁଣ୍ଡିଚା ମନ୍ଦିର
Share. Facebook Twitter LinkedIn Email WhatsApp Copy Link

Related Posts

ରାଧାକୃଷ୍ଣ ମଠ ପରିସରରେ ବ୍ରହ୍ମଚାରୀଙ୍କ ଆତ୍ମହତ୍ୟା

April 1, 2026

ପଥର ବୋଝେଇ ଟ୍ରାକ୍ଟର ଧକ୍କାରେ ଦୁଇ ଯୁବକଙ୍କ ପ୍ରାଣହାନୀ

April 1, 2026

କଟକରେ ୯୧ତମ ରାଜ୍ୟ ପୋଲିସ ପ୍ରତିଷ୍ଠା ଦିବସ ପାଳିତ

April 1, 2026

ହଠାତ୍ ବଢିଲା ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ: ଲିଟର ପିଛା ୧୧ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି

April 1, 2026
Latest News

ରାଧାକୃଷ୍ଣ ମଠ ପରିସରରେ ବ୍ରହ୍ମଚାରୀଙ୍କ ଆତ୍ମହତ୍ୟା

April 1, 2026

ପଥର ବୋଝେଇ ଟ୍ରାକ୍ଟର ଧକ୍କାରେ ଦୁଇ ଯୁବକଙ୍କ ପ୍ରାଣହାନୀ

April 1, 2026

କଟକରେ ୯୧ତମ ରାଜ୍ୟ ପୋଲିସ ପ୍ରତିଷ୍ଠା ଦିବସ ପାଳିତ

April 1, 2026

ପଶ୍ଚିମବଙ୍ଗରେ କିଏ ଗଢିବ ସରକାର?: ଆଶ୍ଚର୍ଯ୍ୟ କରିବ ପ୍ରାକ-ନିର୍ବାଚନ ସର୍ଭେ ଆକଳନ

April 1, 2026

ହଠାତ୍ ବଢିଲା ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ: ଲିଟର ପିଛା ୧୧ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି

April 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.