Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମାନବିକ ସ୍ପର୍ଶ ବଳରେ ମଣିଷର କଷ୍ଟ ଯନ୍ତ୍ରଣା ଲାଘବ କରିବାର ସୁଯୋଗ ନର୍ସମାନଙ୍କୁ ମିଳିଥାଏ: ସୋଆ କୁଳପତି
ଆଜିର ଖବର

ମାନବିକ ସ୍ପର୍ଶ ବଳରେ ମଣିଷର କଷ୍ଟ ଯନ୍ତ୍ରଣା ଲାଘବ କରିବାର ସୁଯୋଗ ନର୍ସମାନଙ୍କୁ ମିଳିଥାଏ: ସୋଆ କୁଳପତି

November 9, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ମାନବିକ ସ୍ପର୍ଶ ବଳରେ ମଣିଷର କଷ୍ଟ ଯନ୍ତ୍ରଣା ଲାଘବ କରିବାର ସୁଯୋଗ ନର୍ସମାନଙ୍କୁ ମିଳିଥାଏ: ସୋଆ କୁଳପତି
ମାନବିକ ସ୍ପର୍ଶ ବଳରେ ମଣିଷର କଷ୍ଟ ଯନ୍ତ୍ରଣା ଲାଘବ କରିବାର ସୁଯୋଗ ନର୍ସମାନଙ୍କୁ ମିଳିଥାଏ: ସୋଆ କୁଳପତି

ଭୁବନେଶ୍ୱର: ନର୍ସିଂ ଏଭଳି ଏକ ମହାନ ବୃତ୍ତି ଯେଉଁଥିରେ କି ବିଶ୍ୱରେ କଷ୍ଟ ଯନ୍ତ୍ରଣା ଭୋଗୁଥିବା ବ୍ୟକ୍ତିଙ୍କୁ ମାନବିକ ସ୍ପର୍ଶ ବଳରେ ସେମାନଙ୍କର ଯନ୍ତ୍ରଣା ଲାଘବ କରିବାର ସୁଯୋଗ ମିଳିଥାଏ ବୋଲି ଶୁକ୍ରବାର କହିଛନ୍ତି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ। କୋଭିଡ-୧୯ ସମୟରେ ନର୍ସମାନଙ୍କର ମହାନ ବୃତ୍ତି। ସେମାନଙ୍କ ସେବା ସାରା ବିଶ୍ୱ ଅନୁଭବ କରିଛି ବୋଲି ସୋଆ ପରିଚାଳିତ ସମ ନର୍ସିଂ କଲେଜ -୧ ର ନୂତନ ନର୍ସିଂ ଛାତ୍ରଛାତ୍ରୀଙ୍କର ଓରିଏଂଟେସନ୍ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଫେସର ନନ୍ଦ ଏହା କହିଛନ୍ତି।

ଜେନେରାଲ ନର୍ସିଂ ଆଣ୍ଡ ମିଡ୍‌ୱାଇଫ୍ରି (ଜିଏନ୍‌ଏମ୍‌), ବିଏସ୍‌ସି (ନର୍ସିଂ), ପୋଷ୍ଟ ବେସିକ୍ ବିଏସ୍‌ସି (ନର୍ସିଂ) ଓ ଏମ୍‌ଏସ୍‌ସି (ନର୍ସିଂ) ପାଠ୍ୟକ୍ରମରେ ନାମ ଲେଖାଇଥିବା ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।
ସୋଆ ପରିଚାଳିତ ଏହି ଅନୁଷ୍ଠାନରେ ନାମ ଲେଖାଇଥିବା ଛାତ୍ରଛାତ୍ରୀମାନଙ୍କୁ ଶୁଭେଚ୍ଛା ଜଣାଇ କୁଳପତି କହିଥିଲେ ଯେ ସେମାନେ ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁସନ୍‌ାଲ ର‌୍ୟାଙ୍କିଙ୍ଗ ଫ୍ରେମୱାର୍କ (ଏନଆଇଆର୍‌ଏଫ୍‌) ର‌୍ୟାଙ୍କିଙ୍ଗ ଅନୁଯାୟୀ ଦେଶର ୧୫ତମ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ଯାହା ଅଧିନରେ କି ଅନେକ ବଡ଼ ବଡ଼ ହସ୍ପିଟାଲ୍ ପରିଚାଳିତ ହେଉଛି ସେଠାରେ ପାଠ ପଢ଼ିବାର ସୁଯୋଗ ପାଇଛନ୍ତି।

ଆମ ଅନୁଷ୍ଠାନ ଏକ ଗବେଷଣାମନସ୍କ ବିଶ୍ୱବିଦ୍ୟାଳୟ ଏବଂ ତୁମ୍ଭେମାନେ ଗବେଷଣା ପାଇଁ ଅନେକ ସୁଯୋଗ ପାଇପାରିବ। ଆମେ ଛାତ୍ରଛାତ୍ରୀଙ୍କୁ ଗବେଷଣା କରିବା ସହ ଜ୍ଞାନ ଆହରଣ ପାଇଁ ଅନେକ ସୁଯୋଗ ଦେଇଥାଉ ବୋଲି ପ୍ରଫେସର ନନ୍ଦ କହିଛନ୍ତି।

କାର୍ଯ୍ୟକ୍ରମରେ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ ହସ୍ପିଟାଲ-୧ର ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ପୁଷ୍ପରାଜ ସାମନ୍ତସିଂହାର ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ନର୍ସିଂ ବୃତି ଆଡ଼କୁ ଏବେ ଛାତ୍ରଛାତ୍ରୀମାନେ ଆକୃଷ୍ଟ ହେଉଥିବା ସେ କହିଛନ୍ତି।

ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ନର୍ସିଂ ବୃତ୍ତି ଖୁବ ଗୁରୁତ୍ୱପୂର୍ଣ୍ଣ। କାରଣ ସେମାନେ ରୋଗୀଙ୍କୁ ବୁଝାଇବା ଠାରୁ ଆରମ୍ଭ କରି ଚିକିତ୍ସା ପର୍ଯ୍ୟନ୍ତ ପ୍ରାୟ ଅଧିକାଂଶ କାର୍ଯ୍ୟ ତୁଲାଇଥାନ୍ତି ବୋଲି ପ୍ରଫେସର ସାମନ୍ତସିଂହାର କହିଥିଲେ।

କାର୍ଯ୍ୟକ୍ରମରେ ଆଇଏମ୍‌ଏସ୍ ଆଣ୍ଡ ସମ ହସ୍ପିଟାଲ୍‌ର ନର୍ସିଂ ସୁପରିଟେଣ୍ଡେଂଟ ମିନତୀ ମିଶ୍ର ଅନ୍ୟତମ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଥିଲେ।

ଏହି ଅବସରରେ ସମ ନର୍ସିଂ କଲେଜର ନିର୍ଦ୍ଦେଶିକା ପ୍ରଫେସର ପ୍ରଭାତୀ ତ୍ରିପାଠୀ, ଏସ୍‌ଏନ୍‌ସି-୧ର ଡିନ୍ ପ୍ରଫେସର ସସ୍ମିତା ଦାସ, ଆଡିସ୍‌ନାଲ୍ ଡିନ୍ ପ୍ରଫେସର ତପତି ଶାହା କାର୍ଯ୍ୟକ୍ରମରେ ବକ୍ତବ୍ୟ ରଖିଥିଲେ। ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ସମ୍ମାନିତ ଅତିଥି ଭାବେ ଆମନ୍ତ୍ରିତ ହୋଇଥିବା ବେଳେ କାର୍ଯ୍ୟକ୍ରମରେ ଉପସ୍ଥିତ ରହିପାରି ନଥିବାରୁ ନିଜର ଶୁଭେଚ୍ଛା ବାର୍ତ୍ତା ପ୍ରେରଣ କରିଥିଲେ। ଶେଷରେ ଆସୋସିଏଟ ପ୍ରଫେସର ମମତା ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ।

ପ୍ରଦୀପ୍ତ କୁମାର ନନ୍ଦ ମାନବିକ ସ୍ପର୍ଶ ଶିକ୍ଷା ଓ ଅନୁସନ୍ଧାନ ସୋଆ କୁଳପତି
Share. Facebook Twitter LinkedIn Email WhatsApp Copy Link

Related Posts

ମାର୍ଚ୍ଚ ୧ ତାରିଖ ସନ୍ଧ୍ୟା ୬:୩୦ରୁ ଟିଭି ପ୍ରିମିୟମରେ ଦେଖନ୍ତୁ ସୁପରହିଟ୍ ଚଳଚ୍ଚିତ୍ର ‘ଚନ୍ଦ୍ରବଂଶୀ’

February 24, 2026

ଓଡିଶାର ସବୁଠାରୁ ବଡ ଓ ଫ୍ଲାଗସିପ୍ ରିଆଲିଟି ଶୋ‘ ରଜ କୁଇନ୍’: ଆସନ୍ତା ୨୮ରୁ ବିଭିନ୍ନ ସହରରେ ଅଡିସନ୍

February 24, 2026

ଭୁବନେଶ୍ବର ସୁପରମାର୍ଟ ରେ ଭୀଷଣ ଅଗ୍ନିକାଣ୍ଡ, କ୍ରେନ ସାହାଯ୍ୟରେ ନିଆଁ ଲିଭାଇବାକୁ ଚେଷ୍ଠା

February 24, 2026

ବିନା ଛୁଞ୍ଚିରେ ଦିଆଯିବ ଇଞ୍ଜେକ୍ସନ, ଓଡିଶା ଷ୍ଟାର୍ଟଅପ କୁ ମିଳିଲା ପେଣ୍ଟଟ

February 24, 2026
Latest News

ମାର୍ଚ୍ଚ ୧ ତାରିଖ ସନ୍ଧ୍ୟା ୬:୩୦ରୁ ଟିଭି ପ୍ରିମିୟମରେ ଦେଖନ୍ତୁ ସୁପରହିଟ୍ ଚଳଚ୍ଚିତ୍ର ‘ଚନ୍ଦ୍ରବଂଶୀ’

February 24, 2026

ଓଡିଶାର ସବୁଠାରୁ ବଡ ଓ ଫ୍ଲାଗସିପ୍ ରିଆଲିଟି ଶୋ‘ ରଜ କୁଇନ୍’: ଆସନ୍ତା ୨୮ରୁ ବିଭିନ୍ନ ସହରରେ ଅଡିସନ୍

February 24, 2026

କେରଳ ଏବେ ‘କେରଳମ’ ଭାବରେ ପରିଚିତ ହେବ: ନୂତନ ନାମକୁ ମୋଦି କ୍ୟାବିନେଟ୍ ର ମଞ୍ଜୁରୀ

February 24, 2026

ଭୁବନେଶ୍ବର ସୁପରମାର୍ଟ ରେ ଭୀଷଣ ଅଗ୍ନିକାଣ୍ଡ, କ୍ରେନ ସାହାଯ୍ୟରେ ନିଆଁ ଲିଭାଇବାକୁ ଚେଷ୍ଠା

February 24, 2026

ବିନା ଛୁଞ୍ଚିରେ ଦିଆଯିବ ଇଞ୍ଜେକ୍ସନ, ଓଡିଶା ଷ୍ଟାର୍ଟଅପ କୁ ମିଳିଲା ପେଣ୍ଟଟ

February 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.