Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଖଲ୍ଲିକୋଟରେ ସାଇବର ଅପରାଧ ସଚେତନତା ଶିବିର
ଆଜିର ଖବର

ଖଲ୍ଲିକୋଟରେ ସାଇବର ଅପରାଧ ସଚେତନତା ଶିବିର

November 9, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଖଲ୍ଲିକୋଟରେ ସାଇବର ଅପରାଧ ସଚେତନତା ଶିବିର
ଖଲ୍ଲିକୋଟରେ ସାଇବର ଅପରାଧ ସଚେତନତା ଶିବିର

ଖଲ୍ଲିକୋଟ: ଅତ୍ୟଧିକ ଲୋଭ ଓ ଲାଭର ବଶବର୍ତ୍ତୀ ହେଲେ ମନୁଷ୍ୟକୁ ବିପଦରେ ଛନ୍ଦି ହେବାକୁ ପଡ଼େ ବୋଲି ଖଲ୍ଲିକୋଟ ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ଆୟୋଜିତ ସାଇବର ଅପରାଧ ସଚେତନତା ଶିବିରରେ ଯୋଗଦେଇ ଅତିଥିମାନେ ପ୍ରକାଶ କରିଥିଲେ। ଖଲ୍ଲିକୋଟସ୍ଥିତ ଅଗ୍ରଣୀ ସ୍ଵେଚ୍ଛାସେବୀ ଅନୁଷ୍ଠାନ ଏପିଜେ ଅବଦୁଲ କଲାମ ଜନ କଲ୍ୟାଣ ଟ୍ରଷ୍ଟ, ଖଲ୍ଲିକୋଟ ଥାନା ଓ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ମିଳିତ ଆନୁକୂଲ୍ୟରେ ଆୟୋଜିତ ସାଇବର ସଚେତନତା କାର୍ଯ୍ୟକ୍ରମରେ ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସମ୍ପାଦକ ତଥା ‘ସମାଜ’ର ମୁଦ୍ରାକର ଓ ପ୍ରକାଶକ ରାଜେନ୍ଦ୍ର କୁମାର ଓ ଖଲ୍ଲିକୋଟ ସୋଲିସ ଷ୍ଟେସନ ଗସ୍ତ ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଲୋକେ ଲୋଭ ଓ ଲାଭର ବଶବର୍ତ୍ତୀ ହୋଇ ବିଭିନ୍ନ ଠକାମିରେ ପଡ଼ି ସର୍ବସ୍ୱାନ୍ତ ହେଉଛନ୍ତି, ଏପରିକି ବହୁ ଶିକ୍ଷିତ ପୁରୁଷ ଓ ମହିଳାମାନେ ମଧ୍ୟ ଠକାମିର ଶିକାର ହେଉଛନ୍ତି; ତେଣୁ ଜନସାଧାରଣ ଏଥି ପ୍ରତି ସଜାଗ ରହନ୍ତୁ ବୋଲି ପରାମର୍ଶ ଦେଇଥିଲେ। ଗଞ୍ଜାମ ଅତିରିକ୍ତ ପୁଲିସ ଅଧୀକ୍ଷକ ଓ ଜିଲ୍ଲା ସାଇବର ସେଲ୍ ସଂଯୋଜିକା ସୀମା ସ୍ବାଇଁ ସମ୍ମାନିତ ଅତିଥି ଭାବେ ଯୋଗଦେଇ ନିର୍ଦ୍ଧିଷ୍ଟ ୱେବସାଇଟ, ପାସୱାର୍ଡ, ଫୋନ ନମ୍ବର ଓ ମେସେଜ ପ୍ରତି ସତର୍କଦୃଷ୍ଟି ରଖି ସାବଧାନ ରହିବା ପାଇଁ ପରାମର୍ଶ ଦେଇଥିଲେ।

ମୁଖ୍ୟବକ୍ତା ଖଲ୍ଲିକୋଟ ଥାନା ଅଧିକାରୀ ରମେଶ କୁମାର ପ୍ରଧାନ ଅପରାଧ ଘଟିବା ସଙ୍ଗେ ସଙ୍ଗେ ୧୯୩୦ ନମ୍ବରରେ ଫୋନ କରିବାକୁ ସେ ପରାମର୍ଶ ଦେଇଥିଲେ। ଏପିଜେ ଅବଦୁଲ କଲାମ ଜନ କଲ୍ୟାଣ ପରିଷଦର ସଭାପତି ପୂର୍ଣ୍ଣଚନ୍ଦ୍ର ବେହେରା ଶିବିରର ଆଭିମୁଖ୍ୟ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ପରିଷଦ ସମ୍ପାଦକ ପଞ୍ଚାନନ ସୁର, ଶିଶୁବିଦ୍ୟା ମନ୍ଦିରର ସମ୍ପାଦକ ସନ୍ତୋଷ କୁମାର ମହାପାତ୍ର, ପ୍ରଧାନ ଆଚାର୍ଯ୍ୟ ସନ୍ତୋଷ କୁମାର ଶତପଥୀ ଓ ଶିକ୍ଷୟିତ୍ରୀ ବିଦ୍ୟୁତପ୍ରଭା ଦାଶ ପ୍ରମୁଖ ମତ ରଖିଥିବା ବେଳେ ପ୍ରହଲ୍ଲାଦ ବେହେରାଙ୍କ ଦ୍ଵାରା ନିର୍ଦ୍ଦେଶିତ ଓ ଦୀପିକା ଦାଶଙ୍କ ରଚିତ ନାଟକ ‘ଅନ୍ତିମ ତ୍ରୁଟି’ ମଞ୍ଚସ୍ଥ ହୋଇଥିଲା। ପରିଶେଷରେ କୃତୀ ପ୍ରତିଯୋଗୀଙ୍କୁ ମଞ୍ଚାସିନ ଅତିଥି ମାନେ ପୁରସ୍କାର ବିତରଣ କରିଥିଲେ।

ଅତ୍ୟଧିକ ଲୋଭ ଖଲ୍ଲିକୋଟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ସାଇବର ଅପରାଧ ସଚେତନତା
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟସଭା ନିର୍ବାଚନ: RJD ପାଇଁ ବଢିଲା ସମସ୍ୟା, ତିନି କଂଗ୍ରେସ ବିଧାୟକ ଗାଏବ

March 16, 2026

ବିହାରରେ କ୍ରସ୍ ଭୋଟିଂ କରିବେ ଚାରି ଏନଡିଏ ବିଧାୟକ?: ହଇଚଇ ସୃଷ୍ଟି କଲା ରାଜନୈତିକ ଦାବି 

March 16, 2026

ରାଜ୍ୟସଭା ନିର୍ବାଚନ ପାଇଁ ଆରମ୍ଭ ହେଲା ମତଦାନ, ବିଧାନସଭାରେ ବିଧାୟକମାନେ ଦେଉଛନ୍ତି ଭୋଟ

March 16, 2026

କଟକ ଏସସିବି ଅଗ୍ନିକାଣ୍ଡ ଘଟଣାରେ ଦୁଃଖ ପ୍ରକାଶ କଲେ ନବୀନ ପଟ୍ଟନାୟକ, କହିଲେ….

March 16, 2026
Latest News

ରାଜ୍ୟସଭା ନିର୍ବାଚନ: RJD ପାଇଁ ବଢିଲା ସମସ୍ୟା, ତିନି କଂଗ୍ରେସ ବିଧାୟକ ଗାଏବ

March 16, 2026

ବିହାରରେ କ୍ରସ୍ ଭୋଟିଂ କରିବେ ଚାରି ଏନଡିଏ ବିଧାୟକ?: ହଇଚଇ ସୃଷ୍ଟି କଲା ରାଜନୈତିକ ଦାବି 

March 16, 2026

ରାଜ୍ୟସଭା ନିର୍ବାଚନ: ଓଡ଼ିଶା, ବିହାର ଏବଂ ହରିୟାଣାରେ କଡ଼ା ପ୍ରତିଦ୍ୱନ୍ଦ୍ୱିତା, ଜାଣନ୍ତୁ ସଂଖ୍ୟା ଖେଳ

March 16, 2026

ରାଜ୍ୟସଭା ନିର୍ବାଚନ ପାଇଁ ଆରମ୍ଭ ହେଲା ମତଦାନ, ବିଧାନସଭାରେ ବିଧାୟକମାନେ ଦେଉଛନ୍ତି ଭୋଟ

March 16, 2026

କଟକ ଏସସିବି ଅଗ୍ନିକାଣ୍ଡ ଘଟଣାରେ ଦୁଃଖ ପ୍ରକାଶ କଲେ ନବୀନ ପଟ୍ଟନାୟକ, କହିଲେ….

March 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.