କେନ୍ଦ୍ରସରକାରଙ୍କ ଐତିହାସିକ ନିଷ୍ପତ୍ତି : ଉଚ୍ଛେଦ ହେଲା ଧାରା ୩୭୦, ଅଲଗା ହେଲେ ଜମ୍ମୁକାଶ୍ମୀର ଓ ଲଦାଖ

Published: Aug 5, 2019, 1:15 pm IST

ଜମ୍ମୁ କାଶ୍ମୀରରୁ ପରିଶେଷରେ ଧାରା ୩୭୦ ଏବଂ ୩୫ ଏ ଉଚ୍ଛେଦ କରିଛନ୍ତି କେନ୍ଦ୍ର ସରକାର । ୭୦ ବର୍ଷ ପୁରୁଣା ଏହି ନିୟମକୁ ହଟାଇବା ନିମନ୍ତେ ଗୃହମନ୍ତ୍ରୀ ଅମିତ ଶାହା ରାଷ୍ଟ୍ରପତିଙ୍କ ମଞ୍ଜୁରୀ ହାସଲ କରିଥିବା ଆଇନ ଏବଂ ନ୍ୟାୟ ମନ୍ତ୍ରାଳୟର ବିଜ୍ଞପ୍ତି ପ୍ରଦର୍ଶନ କରିଥିଲେ । ଏ ସମ୍ବନ୍ଧୀୟ ପ୍ରସ୍ତାବକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ ମିଳିଥିବା ନେଇ ପୂର୍ବାହ୍ନ ୧୧.୦୦ ସମୟରେ ରାଜ୍ୟସଭାକୁ ସମ୍ବୋଧିତ କରିବା ଅବସରରେ ଗୃହ ମନ୍ତ୍ରୀ ଅମିତ ଶାହା ସୂଚନା ଦେଇଛନ୍ତି । ଏହି ଦୁଇ ଧାରା ଉଠାଯିବା ପରେ ଜମ୍ମୁ କାଶ୍ମୀରକୁ ମିଳୁଥିବା ସ୍ବତନ୍ତ୍ର ଅଧିକାର ମିଳିପାରିବ ନାହିଁ । ଜମ୍ମୁ କାଶ୍ମୀରକୁ ଏକ କେନ୍ଦ୍ର ଶାସିତ ଅଞ୍ଚଳ ଭାବରେ ଘୋଷଣା କରାଯାଇଥିବା ବେଳେ ଲଦାଖକୁ ମଧ୍ୟ ଏକ ଅଲଗା କେନ୍ଦ୍ରଶାସିତ ଅଞ୍ଚଳ ଭାବରେ ଘୋଷଣା କରାଯାଇଛି ।

Related posts