Delhi Car Blast: ଦିଲ୍ଲୀ ଲାଲ କିଲ୍ଲା ନିକଟରେ ହୋଇଥିବା କାର ବ୍ଲାଷ୍ଟ ନେଇ ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି ଯେ, ଏହି ଘଟଣାର ତଦନ୍ତ ଆରମ୍ଭ ହୋଇଛି। ସେ କହିଛନ୍ତି ଯେ, i20 କାରରେ ଏହି ବିସ୍ପୋରଣ ହୋଇଛି। ଏହାଦ୍ବାରା ବହୁ ଲୋକ ଆହତ ହୋଇଛନ୍ତି। ଏହି ଘଟଣା ପରେ ସେଠାକୁ ବିଭିନ୍ନ ତଦନ୍ତ ଏଜେନ୍ସି ଘଟଣାସ୍ଥଳରେ ପହଞ୍ଚିଛନ୍ତି। ସେମାନେ ସେଠାରେ ଲାଗିଥିବା ସମସ୍ତ ସିସି ଟିଭି ଯାଞ୍ଚ କରିବା ଆରମ୍ଭ କରିଛନ୍ତି।
ଏହି ଘଟଣା ସଂପର୍କରେ ତଦନ୍ତ ହେବା ପରେ ଯେଉଁ ରିପୋର୍ଟ ଆସିବ ତାହା ସାଧାରଣ ଲୋକଙ୍କ ଆଗରେ ଉପସ୍ଥାପିତ କରାଯିବ। ସେ ଖୁବ ଶିଘ୍ର ଘଟଣାସ୍ଥଳ ଏବଂ ଡାକ୍ତରଖାନା ଯିବେ ବୋଲି ଅମିତ ଶାହ କହିଛନ୍ତି।


