Delhi Car Blast Update: ଦିଲ୍ଲୀରେ ବିସ୍ଫୋରଣ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପରିସ୍ଥିତିର ସମୀକ୍ଷା କରିଛନ୍ତି। ସୂତ୍ର ଅନୁଯାୟୀ ସେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ କଥା ହୋଇ ପରିସ୍ଥିତି ସମ୍ପର୍କରେ ସୂଚନା ନେଇଛନ୍ତି। ଏହି ସମୟରେ, ଗୃହମନ୍ତ୍ରୀ ଦିଲ୍ଲୀ ପୋଲିସ କମିଶନର, NIA ଡିଜି ଏବଂ ଇଣ୍ଟେଲିଜେନ୍ସ ବ୍ୟୁରୋ ନିର୍ଦ୍ଦେଶକଙ୍କ ସହ କଥା ହୋଇ ପରିସ୍ଥିତିର ସମୀକ୍ଷା କରିଛନ୍ତି।
ସୂତ୍ର ଅନୁସାରେ ଶ୍ରୀ ଶାହା NSG, NIA ଏବଂ ଫୋରେନସିକ୍ ବିଭାଗର ଦଳଗୁଡ଼ିକୁ ଘଟଣାସ୍ଥଳକୁ ତୁରନ୍ତ ଯିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଗୃହମନ୍ତ୍ରୀ ଘଟଣା ସମ୍ପର୍କରେ IB ନିର୍ଦ୍ଦେଶକଙ୍କ ସହ ନିରନ୍ତର ଯୋଗାଯୋଗରେ ଅଛନ୍ତି।


