ପୁରୀପୁରୀ ଜିଲ୍ଲା ସ୍କୁଲରେ ଆୟୋଜିତ ସାଂସଦ ଖେଳ ମହୋତ୍ସବର ଶୁଭାରମ୍ଭ କରିଛନ୍ତି ପୁରୀ ସାଂସଦ ସମ୍ବିତ ପାତ୍ର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରେରଣାରୁ ଆରମ୍ଭ ହୋଇଥିବା ଏହି ଖେଳ ମହୋତ୍ସବ ଯୁବ ସମାଜ ପାଇଁ କେବଳ ଏକ ଖେଳ ପ୍ରତିଯୋଗିତା ନୁହେଁ, ଏହା ଉର୍ଜା ଓ ଉତ୍ସାହର ଏକ ଉତ୍ସବ ବୋଲି ସେ କହିଛନ୍ତି।
ଏହି ଅବସରରେ ସେ ନିଜେ ଦୌଡ଼ି ଖେଳାଳିଙ୍କୁ ଉତ୍ସାହିତ କରିଛନ୍ତି। ଏହା ମାଧ୍ୟମରେ ପୁରୀ ଲୋକସଭା କ୍ଷେତ୍ରର ହଜାର ହଜାର ପ୍ରତିଭାଶାଳୀ ଖେଳାଳିମାନେ ନିଜ ଦକ୍ଷତା ଓ ଖେଳଭାବନା ପ୍ରଦର୍ଶନ କରିବାର ସୁଯୋଗ ପାଉଛନ୍ତି ବୋଲି ସାଂସଦ ସମ୍ବିତ ପାତ୍ର କହିଛନ୍ତି।


