ନୂଆଦିଲ୍ଲୀ: ଭାରତରେ ଇସ୍ରାଏଲୀ ରାଷ୍ଟ୍ରଦୂତ ରୁଭେନ ଅଜାର ଦିଲ୍ଲୀର ଲାଲକିଲ୍ଲା ନିକଟରେ ହୋଇଥିବା ବିସ୍ଫୋରଣ ପାଇଁ ଦୁଃଖ ପ୍ରକାଶ କରିଛନ୍ତି। ସେ ଟ୍ୱିଟରରେ ଲେଖିଛନ୍ତି ଯେ, “ଦିଲ୍ଲୀରେ କାର ବୋମା ବିସ୍ଫୋରଣ ପରେ ହୃଦୟବିଦାରକ ଦୃଶ୍ୟ ଦେଖିବାକୁ ମିଳିଥିଲା, ଯେଉଁଥିରେ ଅନେକ ଲୋକ ପ୍ରାଣ ହରାଇଥିଲେ ଏବଂ ଆହତ ହୋଇଥିଲେ। ମୁଁ ଆହତମାନଙ୍କର ଶୀଘ୍ର ଆରୋଗ୍ୟ କାମନା କରୁଛି। ଉଦ୍ଧାରକାରୀ ଦଳ ଏବଂ ସୁରକ୍ଷା ବାହିନୀଙ୍କ କାର୍ଯ୍ୟ ପ୍ରଶଂସନୀୟ।”


