Islambad Bomb Blast: ଆଜି ପାକିସ୍ତାନର ଇସଲାମାବାଦର ଏକ କୋର୍ଟ କୋଠା ବାହାରେ ଏକ ଆତ୍ମଘାତୀ ବିସ୍ଫୋରଣରେ ଅତି କମରେ ୧୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୧ ଜଣ ଆହତ ହୋଇଥିବା ସୂଚନା ମିଳିଛି। ସ୍ଥାନୀୟ ପୋଲିସ ଅନୁଯାୟୀ, କୋର୍ଟ ବାହାରେ ପାର୍କିଂ ହୋଇଥିବା ଏକ କାରରେ ବିସ୍ଫୋରଣ ଘଟିଥିଲା।
ପାକିସ୍ତାନ ଗତ କିଛି ବର୍ଷ ଧରି ବିଶେଷକରି ଖାଇବର ପଖତୁନଖ୍ୱା ଏବଂ ବେଲୁଚିସ୍ତାନ ପ୍ରଦେଶରେ ସୁରକ୍ଷା ସମସ୍ୟାର ସମ୍ମୁଖୀନ ହେଉଛି। ଏହି ସମୟରେ, ପାକିସ୍ତାନ ମାନବାଧିକାର କମିଶନ (HRCP) ଖାଇବର ପଖତୁନଖ୍ୱାରେ ସୁରକ୍ଷା ଏବଂ ମାନବାଧିକାର ପରିସ୍ଥିତି ବିଗିଡ଼ିବା ଉପରେ ଚିନ୍ତା ପ୍ରକାଶ କରିଛନ୍ତି।


