Tribal Products Export: ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋୟଲ ଆଜି କହିଛନ୍ତି ଯେ ରପ୍ତାନି ସମ୍ଭାବନା ଥିବା ସମସ୍ତ ଆଦିବାସୀ ଉତ୍ପାଦକୁ ସରକାର ଆନ୍ତର୍ଜାତୀୟ ବଜାରରେ ପ୍ରୋତ୍ସାହିତ କରିବେ। କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମଙ୍କ ଉପସ୍ଥିତିରେ ନୂଆଦିଲ୍ଲୀରେ ଅନୁଷ୍ଠିତ ଜନଜାତି ବ୍ୟବସାୟ ସମ୍ମିଳନୀ 2025ରେ ମନ୍ତ୍ରୀ ଏହା କହିଛନ୍ତି। ଶ୍ରୀ ଗୋୟଲ ଆହୁରି କହିଛନ୍ତି ଯେ ଘରୋଇ ଏବଂ ଅନ୍ତର୍ଜାତୀୟ ବଜାର ଉଭୟ ଆଦିବାସୀ ସାମଗ୍ରୀ ଏବଂ ହସ୍ତଶିଳ୍ପ ପାଇଁ ବିପୁଳ ସୁଯୋଗ ପ୍ରଦାନ କରେ।
ସେ ଆହୁରି ସୂଚନା ଦେଇଛନ୍ତି ଯେ ଆଦିବାସୀ ଉତ୍ପାଦଗୁଡ଼ିକୁ ଦୃଶ୍ୟମାନତା ଏବଂ ବଜାର ପ୍ରବେଶ ନିଶ୍ଚିତ କରିବା ପାଇଁ ଏକ ଯୋଜନା ପ୍ରସ୍ତୁତ କରାଯାଉଛି, ଯାହା ରପ୍ତାନି ପ୍ରୋତ୍ସାହନକୁ ସୁଦୃଢ଼ କରିବ। ସରକାରଙ୍କ ପ୍ରୟାସ ଉପରେ ଆଲୋକପାତ କରି ମନ୍ତ୍ରୀ ଏହା ମଧ୍ୟ ଉଲ୍ଲେଖ କରିଛନ୍ତି ଯେ 3 ହଜାର 900 ବନଧନ କେନ୍ଦ୍ର ଆଦିବାସୀ ସମ୍ପ୍ରଦାୟର 12 ଲକ୍ଷ ସଦସ୍ୟଙ୍କ ଉନ୍ନତି ପାଇଁ କାର୍ଯ୍ୟ କରୁଛି। ଏହି ଅବସରରେ ଶ୍ରୀ ଗୋୟଲ ଦୃଢ଼ ଭାବରେ କହିଥିଲେ ଯେ ଚଳିତ ବର୍ଷ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ପାଇଁ ବଜେଟ ଆବଣ୍ଟନ 50 ପ୍ରତିଶତ ବୃଦ୍ଧି କରାଯାଇଛି।
Credit Guarantee Scheme: Cabinet Approves for Exporters ( Click Here To Read)


