Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜନଜାତିଙ୍କ ଜୀବିକାରେ ଉନ୍ନତି ପାଇଁ କୃଷି-ସହଯୋଗୀ କାର୍ଯ୍ୟକଳାପକୁ ପ୍ରୋତ୍ସାହନ ଉପରେ ରାଜ୍ୟପାଳଙ୍କ ଗୁରୁତ୍ୱାରୋପ
ଆଜିର ଖବର

ଜନଜାତିଙ୍କ ଜୀବିକାରେ ଉନ୍ନତି ପାଇଁ କୃଷି-ସହଯୋଗୀ କାର୍ଯ୍ୟକଳାପକୁ ପ୍ରୋତ୍ସାହନ ଉପରେ ରାଜ୍ୟପାଳଙ୍କ ଗୁରୁତ୍ୱାରୋପ

November 12, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
Governor emphasizes promotion of cooperative agriculture activities
Governor emphasizes promotion of cooperative agriculture activities

ଭୁବନେଶ୍ଵର: ରାଜ୍ୟରେ ଜନଜାତିଙ୍କ ଜିବିକାରେ ଉନ୍ନତି ପାଇଁ କୃଷି ସହଯୋଗୀ କାର୍ଯ୍ୟକଳାପକୁ ପ୍ରୋତ୍ସାହନ ଯୋଗାଇବା ସହ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ବାର୍ଷିକ ହିସାବ ରିପୋର୍ଟ ଦାଖଲ କରିବା ଏବଂ ଉତ୍ତରଦାୟିତ୍ୱ ଉପରେ ରାଜ୍ୟପାଳ ଡକ୍ଟର ହରି ବାବୁ କମ୍ଭମପାଟି ଗୁରୁତ୍ୱାରୋପ କରିଛନ୍ତି। ବୁଧବାର ଦିନ ରାଜଭବନର ମିନି କନଫରେନ୍ସ ହଲ ଠାରେ ରାଜ୍ୟର ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା (ITDA) ସମ୍ପର୍କିତ ୨୦୨୩ ଆର୍ଥିକ ବର୍ଷ ପାଇଁ କମ୍ପଟ୍ରଲର ଏବଂ ଅଡିଟର ଜେନେରାଲ (CAG) ରିପୋର୍ଟର ପର୍ଯ୍ୟବେକ୍ଷଣ ଏବଂ ସୁପାରିଶ ଉପରେ ଆଲୋଚନା କରିବା ଅବସରରେ ରାଜ୍ୟପାଳ ଏହି ଗୁରୁତ୍ୱାରୋପ କରିଛନ୍ତି।

ଏହି ବୈଠକରେ ପ୍ରିନସିପାଲ୍ ଆକାଉଣ୍ଟାଣ୍ଟ ଜେନେରାଲ (ଅଡିଟ୍-I) ସୁବୁ ଆର, ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ସଞ୍ଜୀବ କୁମାର ମିଶ୍ର, ଏସଟି ଏବଂ ଏସସି ଉନ୍ନୟନ, ସଂଖ୍ୟାଲଘୁ ଏବଂ ପଛୁଆ ବର୍ଗ କଲ୍ୟାଣ ବିଭାଗର କମିଶନର-ତଥା-ଶାସନ ସଚିବ ବି. ପରମେଶ୍ୱରନ ଏବଂ ରାଜ୍ୟପାଳଙ୍କ କମିଶନର-ତଥା-ଶାସନ ସଚିବ ଶ୍ରୀମତୀ ରୂପା ରୋଶନ ସାହୁଙ୍କ ସମେତ ରାଜଭବନର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ଆଲୋଚନା ସମୟରେ ରାଜ୍ୟପାଳ 2023 ଆର୍ଥିକ ବର୍ଷର ସିଏଜି ରିପୋର୍ଟ ଓ ପରାମର୍ଶ ଉପରେ କ’ଣ ସଂଶୋଧନମୂଳକ ପଦକ୍ଷେପ ନିଆଯାଉଛି ତାହା ଜାଣିବାକୁ ଚାହିଁଥିଲେ ଏବଂ ବିଶ୍ଳେଷଣ ପରେ ନୂତନ ରିପୋର୍ଟ ପ୍ରସ୍ତୁତି ବିଷୟରେ ପଚାରିଥିଲେ। ଅଡିଟ୍ ରିପୋର୍ଟ ପ୍ରସ୍ତୁତ କରିବାରେ ସମ୍ମୁଖୀନ ହେଉଥିବା ଚ୍ୟାଲେଞ୍ଜ ଏବଂ ବିଭିନ୍ନ ଜୀବିକା ନିର୍ବାହ ଯୋଜନାର କାର୍ଯ୍ୟାନ୍ୱୟନ ବିଷୟରେ ମଧ୍ୟ ଅଧିକାରୀମାନଙ୍କୁ ରାଜ୍ୟପାଳ ପଚାରିଥିଲେ ।

ଆଇଟିଡିଏ ଦ୍ୱାରା ସମୟାନୁସାରେ ବାର୍ଷିକ ହିସାବ ରିପୋର୍ଟ ପ୍ରସ୍ତୁତି ଏବଂ ଦାଖଲର ଗୁରୁତ୍ୱ ଉପରେ ରାଜ୍ୟପାଳ ଅବତାରଣା କରିଥିଲେ। କିଛି ପବ୍ଲିକ ସେକ୍ଟର ଅଣ୍ଡରଟେକିଂ ଏକ ଦଶନ୍ଧିରୁ ଅଧିକ ସମୟ ଧରି ସେମାନଙ୍କର ହିସାବ ରିପୋର୍ଟ ଦାଖଲ କରିନଥିବା ନେଇ ରାଜ୍ୟପାଳ ଚିନ୍ତା ପ୍ରକଟ କରି ଅଧିକାରୀମାନଙ୍କୁ ଏ ଦିଗରେ ଅଧିକ ଦାୟିତ୍ୱବାନ ହେବା ସହ ହିସାବ ଦାଖଲ ସମୟସୀମା ପାଳନ ସୁନିଶ୍ଚତ କରିବାକୁ କହିଥିଲେ।

ବୈଠକରେ ରାଜ୍ୟପାଳ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଉଦ୍ୟୋଗୀ ଏବଂ ଚାହିଦା-ଭିତ୍ତିକ ଜୀବିକା ପଦକ୍ଷେପର ଗୁରୁତ୍ୱ ଉପରେ ମଧ୍ୟ ଆଲୋକପାତ କରିଥିଲେ। କୃଷି କ୍ଷେତ୍ରରେ ନିୟୋଜିତ ଲୋକମାନେ ସେମାନଙ୍କର ଆୟ ବୃଦ୍ଧି କରିବା ପାଇଁ ଦୁଗ୍ଧ, କୁକୁଡ଼ା, ମତ୍ସ୍ୟଚାଷ ଏବଂ ଅନ୍ୟାନ୍ୟ ଗ୍ରାମୀଣ ଉଦ୍ୟୋଗ ଭଳି ଆନୁଷଙ୍ଗିକ କାର୍ଯ୍ୟକଳାପ ମଧ୍ୟ ଗ୍ରହଣ କରିବା ଉଚିତ ବୋଲି ରାଜ୍ୟପାଳ କହିବା ସହିତ କୃଷି-ଭିତ୍ତିକ ଉଦ୍ୟୋଗର ବହୁତ ସୁଯୋଗ ରହିଛି ବୋଲି କହିଥିଲେ।। ଏପରି ଉଦ୍ୟମକୁ ପ୍ରୋତ୍ସାହନ ଯୋଗାଇବା ଏବଂ ସମର୍ଥନ କରିବା ଉପରେ ଧ୍ୟାନ ଦେବାକୁ ରାଜ୍ୟପାଳ କହିଥିଲେ।

 

କୃଷି-ସହଯୋଗୀ କାର୍ଯ୍ୟକଳାପ ଜନଜାତିଙ୍କ ଜୀବିକା
Share. Facebook Twitter LinkedIn Email WhatsApp Copy Link

Related Posts

ବାଲିଯାତ୍ରାରେ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଛି ସିବିସିର “ମଲ୍ଟିମିଡିଆ ପ୍ରଦର୍ଶନୀ”

November 12, 2025

Delhi Car Blast Update: କାର ବିସ୍ପୋରଣର ମାମଲାରେ ମିଳିଲା ଓଡିଶା ଲିଙ୍କ,ହେପାଜତରେ ୪ ସନ୍ଦିଗ୍ଧ

November 12, 2025

ତିନୋଟି ଔଷଧକୁ ତିନି ବର୍ଷ ପାଇଁ କଳା ତାଲିକାଭୁକ୍ତ କଲା CGMSC 

November 12, 2025

ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନରେ ‘ଜାତୀୟ ଶିକ୍ଷା ଦିବସ’ ପାଳିତ

November 12, 2025
Latest News

ଜନଜାତିଙ୍କ ଜୀବିକାରେ ଉନ୍ନତି ପାଇଁ କୃଷି-ସହଯୋଗୀ କାର୍ଯ୍ୟକଳାପକୁ ପ୍ରୋତ୍ସାହନ ଉପରେ ରାଜ୍ୟପାଳଙ୍କ ଗୁରୁତ୍ୱାରୋପ

November 12, 2025

ଦିଲ୍ଲୀ ଲାଲକିଲ୍ଲା ନିକଟ ବିସ୍ଫୋରଣ ଘଟଣାକୁ ନେଇ କେନ୍ଦ୍ର କ୍ୟାବିନେଟରେ ପ୍ରସ୍ତାବ ଗୃହୀତ

November 12, 2025

ବାଲିଯାତ୍ରାରେ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଛି ସିବିସିର “ମଲ୍ଟିମିଡିଆ ପ୍ରଦର୍ଶନୀ”

November 12, 2025

Delhi Car Blast Update: କାର ବିସ୍ପୋରଣର ମାମଲାରେ ମିଳିଲା ଓଡିଶା ଲିଙ୍କ,ହେପାଜତରେ ୪ ସନ୍ଦିଗ୍ଧ

November 12, 2025

ତିନୋଟି ଔଷଧକୁ ତିନି ବର୍ଷ ପାଇଁ କଳା ତାଲିକାଭୁକ୍ତ କଲା CGMSC 

November 12, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.