Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଡିଏଭି ପୋଖରୀପୁଟରେ ସହୋଦୟ ସ୍କୁଲ କପ୍ଲେକ୍ସ ବିଜ୍ଞାନ ମେଳା ଅନୁଷ୍ଠିତ
ଆଜିର ଖବର

ଡିଏଭି ପୋଖରୀପୁଟରେ ସହୋଦୟ ସ୍କୁଲ କପ୍ଲେକ୍ସ ବିଜ୍ଞାନ ମେଳା ଅନୁଷ୍ଠିତ

November 13, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
ଡିଏଭି ପୋଖରୀପୁଟରେ ସହୋଦୟ ସ୍କୁଲ କପ୍ଲେକ୍ସ ବିଜ୍ଞାନ ମେଳା ଅନୁଷ୍ଠିତ
ଡିଏଭି ପୋଖରୀପୁଟରେ ସହୋଦୟ ସ୍କୁଲ କପ୍ଲେକ୍ସ ବିଜ୍ଞାନ ମେଳା ଅନୁଷ୍ଠିତ

ଭୁବନେଶ୍ଵର: ସହୋଦୟ ସ୍କୁଲ କମ୍ପ୍ଲେକ୍ସ ବିଜ୍ଞାନ ମେଳା ଡିଏଭି ପୋଖରୀପୁଟରେ ଅନୁଷ୍ଠିତ ହୋଇଯାଇଛି। ଆଇଜର ବ୍ରହ୍ମପୁରର ଏକାଡେମିକ୍ ଡିନ୍ ପ୍ରଫେସର ପ୍ରସେନଜିତ୍ ମଣ୍ଡଲ ମୁଖ୍ୟଅତିଥି ରୂପେ ଯୋଗଦାନ କରି ଉକ୍ତ ମେଳାକୁ ଉଦ୍‌ଘାଟନ କରିଥିଲେ। ଛାତ୍ରଛାତ୍ରୀଙ୍କ ମଧ୍ୟରେ ସୃଜନଶୀଳତା ଏବଂ ବିଜ୍ଞାନ ପ୍ରତି ଆଗ୍ରହ ବୃଦ୍ଧି କରିବାରେ ଏହିଭଳି କାର‌୍ୟ୍ୟକ୍ରମ ସହାୟକ ହେବ ବୋଲି ସେ ନିଜର ଅଭିଭାଷଣରେ କହିଥିଲେ।

ଏହି ପ୍ରଦର୍ଶନୀରେ ଓଡ଼ିଶାର ୩୪ ସ୍କୁଲର ୬୫ ଟି ପ୍ରକଳ୍ପରେ ୧୨୮ ଜଣ ଛାତ୍ରଛାତ୍ରୀ ଭାଗନେଇ ନିଜର ପାରଦର୍ଶିତା ପ୍ରଦର୍ଶନ କରିଥିଲେ। ବିଜ୍ଞାନ, ସମାଜ ଓ ପରିବେଶ ଉପରେ ଆଧାରିତ ଥିଲା ଏହି ପ୍ରଦର୍ଶନୀ। ଡିଏଭି ଓଡ଼ିଶା ଜୋନ୍ ଏଫ୍ ର ସହ ଆଞ୍ଚଳିକ ଅଧିକାରୀ ତଥା ଡିଏଭି ପୋଖରୀପୁଟର ଅଧ୍ୟକ୍ଷ ବିପିନ କୁମାର ସାହୁ ଅନୁଭବାତ୍ମକ ଶିକ୍ଷା ମାଧ୍ୟମରେ ବିଦ୍ୟାର୍ଥୀମାନଙ୍କର ବୌଦ୍ଧିକ ବିକାଶ ଘଟି ପାରିବ ବୋଲି ମତ ପ୍ରକାଶ କରିଥିଲେ। ଏହି ପ୍ରକଳ୍ପଗୁଡ଼ିକୁ ନାଇଜରର ଆସୋସିଏଟ୍ ପ୍ରଫେସର ତପନ କୁମାର ମିଶ୍ର, ଟିସିଏସ୍ ଭୁବନେଶ୍ଵରର ହେମନ୍ତ ମିଶ୍ର, ସୋଆର ଆସୋସିଏଟ୍ ପ୍ରଫେସର ସୁପ୍ରଭ ରଞ୍ଜନ ଲାହା ଏବଂ ଇଞ୍ଜିନିୟର ଜାମି ଶ୍ରୀକାନ୍ତ ପାତ୍ର ପ୍ରମୁଖ ବିଚାରକ ରୂପେ ଅଂଶଗ୍ରହଣ କରି ପ୍ରତିଭା ସମ୍ପନ୍ନ ବିଦ୍ୟାର୍ଥୀଙ୍କ ପ୍ରକଳ୍ପଗୁଡ଼ିକୁ ମୂଲ୍ୟାୟନ କରିଥିଲେ।

ଏହି ପ୍ରତିଯୋଗିତାରେ କନିଷ୍ଠ ବର୍ଗରେ ଡିଏଭି ପୋଖରୀପୁଟ ପ୍ରଥମସ୍ଥାନ ଅଧିକାର କରିଥବା ବେଳେ ସେଣ୍ଟ ଜାଭିୟର ସ୍କୁଲ ପଟିଆ, ଦ୍ୱିତୀୟସ୍ଥାନ ଏବଂ ଡିଏଭି ଚନ୍ଦ୍ରଶେଖରପୁର ତୃତୀୟସ୍ଥାନ ଅଧିକାର କରିଛନ୍ତି। ସେହିପରି ବରିଷ୍ଠ ବର୍ଗରେ ବିଜେଇମ୍-୨ ସତ୍ୟଭାମାପୁର ସ୍କୁଲ ପ୍ରଥମ, ଡିଏଭି ଚନ୍ଦ୍ରଶେଖରପୁର ଦ୍ୱିତୀୟ ଏବଂ ଡିଏଭି ୟୁନିଟ୍-୮ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ଏହି ଭବ୍ୟ କାର‌୍ୟ୍ୟକ୍ରମକୁ ବିଜ୍ଞାନ ବିଭାଗର ବରିଷ୍ଠ ଶିକ୍ଷକ ସୁଶାନ୍ତ କୁମାର ସାମଲ ସଂଯୋଜନା କରିଥିବା ବେଳେ ବିଜ୍ଞାନ ଶିକ୍ଷକ ପ୍ରଶାନ୍ତ କୁମାର ଦାସ ଏହି ସଫଳତା ପାଇଁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ଆଇଜର ବ୍ରହ୍ମପୁର ଡିଏଭି ପୋଖରୀପୁଟ ବିଜ୍ଞାନ ମେଳା
Share. Facebook Twitter LinkedIn Email WhatsApp Copy Link

Related Posts

ଏପ୍ରିଲ ମାସରୁ ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଜନଗଣନା କାର୍ଯ୍ୟ ଆରମ୍ଭ

January 8, 2026

SGFI archery competition: ଓଡ଼ିଶା ଛାତ୍ରଛାତ୍ରୀଙ୍କ ଐତିହାସିକ ସଫଳତା

January 8, 2026

ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସାଧାରଣତନ୍ତ୍ର ଦିବସ-୨୦୨୬ ପାଇଁ ପ୍ରସ୍ତୁତି ବୈଠକ

January 8, 2026

ନୂତନ ଭାବେ ବିକଶିତ ପରିବେଶ ଉଦ୍ୟାନ ‘ଅଟଳ ବନ’ର ଉଦଘାଟନ କଲେ ପୂର୍ବତନ ଉପରାଷ୍ଟ୍ରପତି

January 8, 2026
Latest News

ଭାରତ ଉପରେ ୫୦୦% ଶୁଳ୍କ ଲାଗୁ କରିବେ ଟ୍ରମ୍ପ!: ଆସନ୍ତା ସପ୍ତାହରେ ସୀମା ଅତିକ୍ରମ କରିବ ଆମେରିକା?

January 8, 2026

ଏପ୍ରିଲ ମାସରୁ ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଜନଗଣନା କାର୍ଯ୍ୟ ଆରମ୍ଭ

January 8, 2026

SGFI archery competition: ଓଡ଼ିଶା ଛାତ୍ରଛାତ୍ରୀଙ୍କ ଐତିହାସିକ ସଫଳତା

January 8, 2026

ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସାଧାରଣତନ୍ତ୍ର ଦିବସ-୨୦୨୬ ପାଇଁ ପ୍ରସ୍ତୁତି ବୈଠକ

January 8, 2026

ନୂତନ ଭାବେ ବିକଶିତ ପରିବେଶ ଉଦ୍ୟାନ ‘ଅଟଳ ବନ’ର ଉଦଘାଟନ କଲେ ପୂର୍ବତନ ଉପରାଷ୍ଟ୍ରପତି

January 8, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.