Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପ୍ରଶାସନିକ ବ୍ୟବସ୍ଥା ଓ ଶାସନ ପରିଚାଳନା ସଂସ୍କାର କମିଟିର ଅଧ୍ୟକ୍ଷଙ୍କ ସହ ମୁଖ୍ୟ ଶାସନ ସଚିବଙ୍କ ବୈଠକ
ଆଜିର ଖବର

ପ୍ରଶାସନିକ ବ୍ୟବସ୍ଥା ଓ ଶାସନ ପରିଚାଳନା ସଂସ୍କାର କମିଟିର ଅଧ୍ୟକ୍ଷଙ୍କ ସହ ମୁଖ୍ୟ ଶାସନ ସଚିବଙ୍କ ବୈଠକ

November 14, 2025No Comments3 Mins Read
Share Facebook Twitter LinkedIn Email WhatsApp Copy Link
Chief Secretary meets with Chairman and other members of the Administrative System
Chief Secretary meets with Chairman and other members of the Administrative System

ଭୁବନେଶ୍ଵର: ବିକଶିତ ଓଡ଼ିଶା ୨୦୩୬ ଓ ୨୦୪୭ ଲକ୍ଷ୍ୟ ସାଧନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଗଠିତ ପ୍ରଶାସନିକ ବ୍ୟବସ୍ଥା ଓ ଶାସନ ପରିଚାଳନାର ସଂସ୍କାର କମିଟିର ଅଧ୍ୟକ୍ଷ ଯୁଗଳ କିଶୋର ମହାପାତ୍ର ଏବଂ ସଦସ୍ୟ ଥିବା ଓ.ପି ଅଗ୍ରଓ୍ୱାଲ ଏବଂ ଟି.ଏମ ବିଜୟ ଭାସ୍କର ଗୁରୁବାର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କୁ ସାକ୍ଷାତ କରିବା ସହିତ ଲୋକ ସେବା ଭବନସ୍ଥିତ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ବୈଠକରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ। ଏହି ବୈଠକରେ ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓ ରଂଜନ କୁମାର ସିଂ, ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେନ୍ଦ୍ର କୁମାର, ସେଣ୍ଟର ଫର ମଡର୍ଣ୍ଣାଇଜିଂ ଗଭର୍ଣ୍ଣମେଣ୍ଟ ଇନିସିଏଟିଭ (ସିଏମଜିଆଇ) ର ନିର୍ଦ୍ଦେଶକ ବିନୀତ ଭରଦ୍ୱାଜ ପ୍ରମୁଖ ଉପସ୍ଥିତ ଥିଲେ। ବୈଠକରେ କମିଟିର ଅଧ୍ୟକ୍ଷ ଓ ସଭ୍ୟମାନେ ବିଭିନ୍ନ ପ୍ରସଙ୍ଗରେ ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର ଓ ଅନ୍ୟ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସହିତ କମିଟିର ଆଗାମୀ କାର୍ଯ୍ୟପନ୍ଥା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ।

କମିଟିର ଅଧ୍ୟକ୍ଷ ମହାପାତ୍ର ବିଶେଷ କରି ପ୍ରଥମେ ଲୋକସେବା ଅଧିକାର ଅଧିନିୟମ ଅନ୍ତର୍ଭୁକ୍ତ ୫୦ ଟି ଅଗ୍ରାଧିକାର କ୍ଷେତ୍ର ସେବା ପ୍ରଦାନ ଉପରେ ଧ୍ୟାନ ଦେଇ କାର୍ଯ୍ୟ କରିବା ସଂପର୍କରେ ମତ ରଖିଥିଲେ। ଭିତ୍ତିଭୂମି ପ୍ରକଳ୍ପ ଗୁଡିକ କାର୍ଯ୍ୟନ୍ୱୟନରେ ଉନ୍ନତ ତଦାରଖ ବ୍ୟବସ୍ଥା, ରହୁଥିବା ପ୍ରତିବନ୍ଧକଗୁଡ଼ିକ ଦୂର କରି ନିର୍ଦ୍ଧାରିତ ସମୟସୀମା ଭିତରେ ପ୍ରକଳ୍ପ କାର୍ଯ୍ୟଗୁଡ଼ିକ କିପରି ଶେଷ କରାଯାଇପାରିବ, ସେ ସଂପର୍କରେ ଭିତ୍ତିଭୂମି ନିର୍ମାଣ ସଂପର୍କିତ ବିଭାଗମାନଙ୍କ ସହିତ ଆଲୋଚନା କରି କମିଟି ପରାମର୍ଶ ପ୍ରଦାନ କରିବ। କମିଟି ରାଜ୍ୟ ସରକାରଙ୍କ ତରଫରୁ ହେଉଥିବା ବିଭିନ୍ନ ବ୍ୟବସ୍ଥାର ନିଯୁକ୍ତି ପ୍ରକ୍ରିୟା ଓ ସେଥିରେ ସୁଧାର ସଂପର୍କିତ ପ୍ରସ୍ତାବ, ନିଯୁକ୍ତି ପାଇଁ ନିୟୋଜିତ ସଂସ୍ଥାଗୁଡିକର ଦକ୍ଷତା ବୃଦ୍ଧି, ଅଧିକାରୀ ଓ କର୍ମଚାରୀମାନଙ୍କୁ ପ୍ରଶିକ୍ଷଣ ପାଇଁ ବ୍ୟବସ୍ଥାଗତ ପରାମର୍ଶ ଦେବା ପାଇଁ ପ୍ରସ୍ତାବ ଦେବେ। ସେହିପରି ଆନ୍ତଃ ବିଭାଗୀୟ ସମନ୍ୱୟ ଓ ସହଯୋଗ ରକ୍ଷା କରି ରାଜ୍ୟ ସରକାରଙ୍କ ଉଚ୍ଚ ଅଗ୍ରାଧିକାର କ୍ଷେତ୍ରଗୁଡିକର କାର୍ଯ୍ୟ ତ୍ୱରାନିତ କରିବା ପାଇଁ ବିଭାଗୀୟ ପ୍ରକ୍ରିୟାରେ ସୁଧାର ଆଣିବା ପାଇଁ କମିଟି ମଧ୍ୟ ପରାମର୍ଶ ଦେବେ।

ବିଭିନ୍ନ କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ କମିଟି ସମସ୍ତଙ୍କ ମଧ୍ୟରେ ବିକାଶ ମାନସିକତା ବୃଦ୍ଧି ପାଇଁ ପଦକ୍ଷେପ ନେବ। କମିଟି ଏହାର ସୁପାରିଶ ମଧ୍ୟରେ ବିଭାଗର ସଚିବ ଓ ଜିଲ୍ଲାପାଳମାନଙ୍କୁ ବିଭିନ୍ନ କାର୍ଯ୍ୟକ୍ରମରେ ସେମାନଙ୍କର ଉତ୍ସାହ ବୃଦ୍ଧିକୁ ଗୁରୁତ୍ୱ ଦେବେ। ଭିତ୍ତିଭୂମି ପ୍ରକଳ୍ପ କ୍ଷେତ୍ରରେ ବୈଷୟିକ ବିଶେଷଜ୍ଞମାନଙ୍କ ସହିତ ବୈଠକ କରି ମତାମତ ନେବା ସହିତ ପରାମର୍ଶ ଦେବେ। କମିଟି ବୈଠକ ପ୍ରତି ମାସରେ ଅନ୍ତତଃ ଥରେ ଅନୁଷ୍ଠିତ ହେବ ଓ ଆବଶ୍ୟକ ସ୍ଥଳେ ଆଭାସୀ ମାଧ୍ୟମରେ ମଧ୍ୟ ଅନୁଷ୍ଠିତ ହେବ। କମିଟିର ଅଧ୍ୟକ୍ଷ ଓ ସଭ୍ୟମାନଙ୍କର ପ୍ରଶାସନିକ ତଥା ପ୍ରଶାସନିକ ସଂସ୍କାର କ୍ଷେତ୍ରରେ ଦୀର୍ଘ ବର୍ଷର ଅଭିଜ୍ଞତାକୁ ପାଥେୟ କରି ବିକଶିତ ଓଡ଼ିଶା ୨୦୩୬ ଓ ବିକଶିତ ଭାରତ ୨୦୪୭ ଆଭିମୁଖ୍ୟକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କୁ ଉପଯୁକ୍ତ ପରାମର୍ଶ ଦେଇପାରିବେ ବୋଲି ବୈଠକର ଅଧ୍ୟକ୍ଷ ଓ ସଭ୍ୟମାନେ ଆଶା ପ୍ରକାଶ କରିବା ସହିତ ସେମାନଙ୍କର ମତ ରଖିଥିଲେ।

ମୁଖ୍ୟ ଶାସନ ସଚିବ ଶ୍ରୀ ଆହୁଜା ରାଜ୍ୟ ସରକାରଙ୍କ ତରଫରୁ ନିଆ ଯାଇଥିବା କେତେକ ପ୍ରଶାସନିକ ସଂସ୍କାର ସଂପର୍କିତ ସୂଚନା କମିଟି ସମ୍ମୁଖରେ ଉପସ୍ଥାପନ କରିଥିଲେ। ଜନ ଅଭିଯୋଗ ଶୁଣାଣି ବ୍ୟବସ୍ଥାର ଆଧୁନିକୀକରଣ, ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକାରିତା ତଦାରଖ ବ୍ୟବସ୍ଥା, ‘ଆମ ଶାସନ’ ଫିଡ୍ବ୍ୟାକ୍ ବ୍ୟବସ୍ଥା, ଓ୍ୱାର୍କ ପାସ୍ ବୁକ୍ କାର୍ଯ୍ୟକାରିତା ଆଦି ସଂପର୍କରେ କମିଟିରେ ଆଲୋଚନା କରିଥିଲେ। କମିଟିର ସୁପାରିଶ ଦ୍ୱାରା ପ୍ରଶାସନିକ କାର୍ଯ୍ୟ, ଶାସନ ପରିଚାଳନା ଅଧିକ ଦକ୍ଷତାର ସହ ହୋଇପାରିବା ସହ ଏହା ବିକାଶ ପ୍ରକ୍ରିୟାକୁ ଅଧିକ ତ୍ୱରାନ୍ୱିତ କରିପାରିବ ବୋଲି ମୁଖ୍ୟ ଶାସନ ସଚିବ ଆଶା ପ୍ରକାଶ କରିଛନ୍ତି।

ଉନ୍ନୟନ କମିଶନର ଏବଂ ଅନ୍ୟ ଅତିରିକ୍ତ ମୁଖ୍ୟ ଶାସନ ସଚିବମାନେ ବିଭିନ୍ନ କ୍ଷେତ୍ରରେ ପ୍ରଶାସନିକ କାର୍ଯ୍ୟ ପରିଚାଳନା ଏବଂ ପ୍ରକଳ୍ପ କାର୍ଯ୍ୟାନ୍ୱୟନରେ ରହୁଥିବା ସମସ୍ୟା ସଂପର୍କରେ ଆଲୋଚନା କରିବା ସହିତ ସେସବୁର ସମାଧାନ ପାଇଁ କମିଟିର ଦୃଷ୍ଟି ଆକର୍ଷଣ କରିଥିଲେ।

Share. Facebook Twitter LinkedIn Email WhatsApp Copy Link

Related Posts

ପୂର୍ବତଟ ରେଳପଥର ସାର ଓ ଖାଦ୍ୟଶସ୍ୟ ଲୋଡିଂ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା

February 21, 2026

ShikshaNext: ରିଲାଏନ୍ସ ଫାଉଣ୍ଡେସନ୍ ନେତୃତ୍ୱରେ ୧୭୦ କୋଟି ଟଙ୍କାର ଶିକ୍ଷାନେକ୍ସଟ ପ୍ରୟାସ

February 21, 2026

ଫେବୃୟାରୀ 21 ତାରିଖ ଶନିବାରରେ ଏହି ପାଞ୍ଚଟି ରାଶିର ଭାଗ୍ୟ ଚମକିବ

February 21, 2026

ନାକଟିଦେଉଳ ସ୍ନାତକ ମହାବିଦ୍ୟାଳୟ ରେ ଆତ୍ମ ସୁରକ୍ଷା ତାଲିମ ଶିବିର

February 20, 2026
Latest News

ପୂର୍ବତଟ ରେଳପଥର ସାର ଓ ଖାଦ୍ୟଶସ୍ୟ ଲୋଡିଂ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା

February 21, 2026

ShikshaNext: ରିଲାଏନ୍ସ ଫାଉଣ୍ଡେସନ୍ ନେତୃତ୍ୱରେ ୧୭୦ କୋଟି ଟଙ୍କାର ଶିକ୍ଷାନେକ୍ସଟ ପ୍ରୟାସ

February 21, 2026

ଫେବୃୟାରୀ 21 ତାରିଖ ଶନିବାରରେ ଏହି ପାଞ୍ଚଟି ରାଶିର ଭାଗ୍ୟ ଚମକିବ

February 21, 2026

ନାକଟିଦେଉଳ ସ୍ନାତକ ମହାବିଦ୍ୟାଳୟ ରେ ଆତ୍ମ ସୁରକ୍ଷା ତାଲିମ ଶିବିର

February 20, 2026

ଶିଶୁ ଯତ୍ନ ଅନୁଷ୍ଠାନରେ ଶିଶୁମାନଙ୍କ ଦ୍ଵାରା ଆଇ ଏଚ ଏମ କ୍ୟାମ୍ପସ ଏବଂ ସାଇ ଏକ୍ସପର୍ଟ ପରିଦର୍ଶନ

February 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.