ଭୁବନେଶ୍ଵର: ଜନଜାତୀୟ ଗୌରବ ବର୍ଷ ପାଳନ ଅବସରରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଗବେଷଣା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ SCSTRTI ଠାରେ ପାରମ୍ପରିକ ପରଜା ଏବଂ ଧୁରୁଆ ନୃତ୍ୟ ପରିବେଷଣ କରାଯାଇଛି। ଏହି କାର୍ଯ୍ୟକ୍ରମରେ SCSTRTI ନିର୍ଦ୍ଦେଶକ ସୁଧାକର ଶବର, ଉପନିର୍ଦ୍ଦେଶକ ସନ୍ତୋଷ କୁମାରଙ୍କ ସହିତ ପ୍ରତିଷ୍ଠାନର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଏବଂ କର୍ମଚାରୀମାନେ ଯୋଗ ଦେଇଥିଲେ।
କାର୍ଯ୍ୟକ୍ରମର ଶେଷରେ କୋରାପୁଟରୁ ଆସିଥିବା ପରଜା ଏବଂ ଧୁରୁଆ ନୃତ୍ୟ କଳାକାରଙ୍କୁ ନିର୍ଦ୍ଦେଶକ ସମ୍ମାନିତ କରିବା ସହିତ ସେମାନଙ୍କ ଅସାଧାରଣ ପ୍ରୟାସକୁ ପ୍ରଶଂସା କରିଥିଲେ ।


