ଭୁବନେଶ୍ଵର: ନୂଆପଡା ବିଧାନସଭା ଆସନ ପାଇଁ ଭୋଟ ଗଣତି ଜାରି ରହିଛି। ଦଶମ ପର୍ଯ୍ୟାୟ ଗଣତିରେ ଶାସକ ଦଳ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ଆଗରେ ଅଛନ୍ତି। ପ୍ରଥମ ପର୍ଯ୍ୟାୟରୁ ଦଶମ ପର୍ଯ୍ୟାୟ ପର୍ଯ୍ୟନ୍ତ ଶ୍ରୀ ଢୋଲକିଆ ଆଗରେ ରହିଛନ୍ତି।
ନିର୍ବାଚନ କମିଶନ ଅନୁଯାୟୀ, ଜୟ ଢୋଲକିଆ ଏପର୍ଯ୍ୟନ୍ତ 45251 ଭୋଟ ପାଇଥିବା ବେଳେ ବିଜେଡ଼ି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ 14784 ଟି ଭୋଟ ପାଇଛନ୍ତି। କଂଗ୍ରେସ ପ୍ରାର୍ଥୀ ଘାସି ରାମ ମାଝୀଙ୍କୁ ଏପର୍ଯ୍ୟନ୍ତ 11957 ଭୋଟ ମିଳିଛି।
ଏହିପରି ବିଜେଡ଼ି ପ୍ରାର୍ଥୀଙ୍କ ଠାରୁ ବିଜେପି ପ୍ରାର୍ଥୀ 30467 ଭୋଟରେ ଆଗରେ ଅଛନ୍ତି।


