ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟର ବିପୁଳ ସଫଳତା ମଧ୍ୟରେ ଅସଦୁଦ୍ଦିନ ଓୱେସିଙ୍କ ଦଳ, ଅଲ୍ ଇଣ୍ଡିଆ ମଜଲିସ୍-ଏ-ଇତ୍ତେହାଦୁଲ୍ ମୁସଲିମିନ୍ (AIMIM) ବିହାର ବିଧାନସଭା ନିର୍ବାଚନ ଫଳାଫଳରେ ଭାରତୀୟ ଜାତୀୟ କଂଗ୍ରେସକୁ ପଛରେ ପକାଇ ଦେଇଛି।
ଅପରାହ୍ନ ୪:୦୦ ସୁଦ୍ଧା ନିର୍ବାଚନ କମିଶନ ଟ୍ରେଣ୍ଡରେ କଂଗ୍ରେସ ଚାରିଟି ଆସନରେ ଏବଂ AIMIM ପାଞ୍ଚଟି ଆସନରେ ଆଗୁଆ ଥିବା ଦେଖାଯାଇଛି। ଖବର ଲେଖାଯିବା ବେଳକୁ କଂଗ୍ରେସ ୮.୬୮ ପ୍ରତିଶତ ଭୋଟ ପାଇଥିବା ବେଳେ AIMIM ୨.୦୫ ପ୍ରତିଶତ ଭୋଟ ପାଇଛି।


