ଭୁବନେଶ୍ୱର: ଓମ୍ଫେଡ୍ ପକ୍ଷରୁ ନିଖିଳ ଭାରତ ସମବାୟ ସପ୍ତାହ ପାଳିତ ହୋଇଯାଇଛି। ନଭେମ୍ବର 14ରୁ 20 ତାରିଖ ପର୍ଯ୍ୟନ୍ତ ସପ୍ତାହ ବ୍ୟାପି ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଆଜି ସପ୍ତାହର ପ୍ରଥମ ଦିନରେ ଭୁବନେଶ୍ୱର ସହିଦନଗରସ୍ଥିତ ଓମ୍ଫେଡ୍ ର ମୁଖ୍ୟାଳୟରେ ସମବାୟ ପତାକା ଉତ୍ତୋଳନ କରାଯାଇଅଛି।
ଏହି କାର୍ଯ୍ୟକ୍ରମରେ ଡେପୁଟି ମ୍ୟାନେଜର (ପ୍ରୋକ୍ୟୁୟରମେଣ୍ଟ) ଡାକ୍ତର ବିଶ୍ୱରଂଜନ ତ୍ରିପାଠୀ ପତାକା ଉତ୍ତୋଳନ ପୂର୍ବକ ସମବେତ କର୍ମଚାରୀଙ୍କୁ ସମବାୟ ସପ୍ତାହର ତାପ୍ତର୍ଯ୍ୟ ସଂପର୍କରେ ଅବଗତ କରାଇବା ସହ ରାଜ୍ୟ ତଥା ଦେଶର ଅର୍ଥନୈତିକ ବିକାଶରେ ଏହା କିପରି ସହାୟକ ହୋଇପାରିଛି, ସେ ସଂପର୍କରେ ଆଲୋକପାତ କରିଥିଲେ। ସମବାୟ ଆନ୍ଦୋଳନକୁ ଆହୁରି ଆଗକୁ ନେବାର ଅଛି। ଯେତେବେଳେ ପ୍ରତ୍ୟେକ ବ୍ୟକ୍ତି ପ୍ରତ୍ୟେକ୍ଷ କିମ୍ବା ପରୋକ୍ଷ ଭାବେ ସମବାୟ ସଂସ୍ଥା ସହ ଜଡିତ ହେବେ, ସେତେବେଳେ ରାଜ୍ୟ ତଥା ଦେଶ ନିଶ୍ଚୟ ସମୃଦ୍ଧ ହେବ ବୋଲି କହିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ମ୍ୟାନେଜର, ଡାଏରୀ ଅପରେସନ ମୃତ୍ୟୁଞ୍ଜୟ କୁମାର, ଡେପୁଟି ମ୍ୟାନେଜର (ବିତ୍ତ) ତାପସ ରଂଜନ ମିଶ୍ର, ଭାରପ୍ରାପ୍ତ ମାନବ ସମ୍ବଳ ମୁଖ୍ୟ ନିତ୍ୟଦର୍ଶନ ମିଶ୍ର ପ୍ରମୁଖ ବହୁ ଅଧିକାରୀ ଓ କର୍ମଚାରୀ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।


