ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଏନଡିଏ ବିହାର ବିଧାନସଭା ନିର୍ବାଚନରେ ଏକ ବିପୁଳ ବିଜୟ ହାସଲ କରିଛି। ଏହି ବିଜୟ ଉତ୍ସବକୁ ପାଳନ କରିବା ପାଇଁ ପ୍ରଧାନମନ୍ତ୍ରୀ ଦିଲ୍ଲୀର ବିଜେପି ମୁଖ୍ୟାଳୟରେ ପହଞ୍ଚିଲେ, ଯେଉଁଠାରେ ଉପସ୍ଥିତ ବହୁ ସଂଖ୍ୟକ ନେତା ଏବଂ କର୍ମୀ ତାଙ୍କୁ ଭବ୍ୟ ସ୍ୱାଗତ କରିଥିଲେ। ସେ ବିହାରର ଗର୍ବର ପ୍ରତୀକ ଗାମୁଛା ହଲାଇ ସମସ୍ତଙ୍କୁ ସ୍ୱାଗତ କରିଥିଲେ।
ଏହି ବିଶେଷ ଅବସରରେ ଗୃହମନ୍ତ୍ରୀ ଅମିତ ଶାହ ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଭଳି ବରିଷ୍ଠ ନେତାମାନେ ମଧ୍ୟ ଉପସ୍ଥିତ ଥିଲେ, ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପଦ୍ମ ଫୁଲର ମାଳ ଦେଇ ସ୍ୱାଗତ କରିଥିଲେ।


