Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପ୍ରତ୍ୟେକ ଶିଶୁକୁ ସୁରକ୍ଷିତ ପରିବେଶ ସହ ଉପଯୁକ୍ତ ଶିକ୍ଷା ପ୍ରଦାନ ଜରୁରୀ: ସୋଆ ଉପସଭାପତି
ଆଜିର ଖବର

ପ୍ରତ୍ୟେକ ଶିଶୁକୁ ସୁରକ୍ଷିତ ପରିବେଶ ସହ ଉପଯୁକ୍ତ ଶିକ୍ଷା ପ୍ରଦାନ ଜରୁରୀ: ସୋଆ ଉପସଭାପତି

November 14, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ସୋଆ ଜାଗୋ କ୍ଳବ୍ ପକ୍ଷରୁ ଶିଶୁଦିବସ ପାଳନ
ସୋଆ ଜାଗୋ କ୍ଳବ୍ ପକ୍ଷରୁ ଶିଶୁଦିବସ ପାଳନ
ଭୁବନେଶ୍ୱର: ଶିଶୁମାନେ ହେଉଛନ୍ତି ରାଷ୍ଟ୍ରର ଭବିଷ୍ୟତ ନାଗରିକ। ତେଣୁ  ପ୍ରତ୍ୟେକ ଶିଶୁକୁ ସ୍ନେହ ପ୍ରଦାନ କରିବା ସହ ଏକ ସୁରକ୍ଷିତ ପରିବେଶ ଓ ଉପଯୁକ୍ତ ଶିକ୍ଷା ଗ୍ରହଣ ନିମନ୍ତେ ସମସ୍ତ ସୁଯୋଗ ଦେବା ଆମ ସମସ୍ତଙ୍କର କର୍ତବ୍ୟ ବୋଲି କହିଛନ୍ତି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ର ଉପସଭାପତି ଶାଶ୍ୱତି ଦାସ।
ସୋଆ ବିଶ୍ୱବିଦ୍ୟାଳୟର ସାମାଜିକ ଅନୁଷ୍ଠାନ ଜାଗୋ କ୍ଳବ୍ ପକ୍ଷରୁ ଆଜି ଶିଶୁଦିବସ ପାଳନ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସୋଆ ଉପସଭାପତି ଶ୍ରୀମତି ଦାସ କହିଥିଲେ ଯେ, ପ୍ରତ୍ୟେକ  ବର୍ଷ ନଭେମ୍ବର ୧୪ ତାରିଖକୁ ସାରା ଦେଶ ଶିଶୁ ଦିବସ ଭାବରେ ପାଳନ କରିଥାଏ।
ନଭେମ୍ବର ୧୪ ତାରିଖ ହେଉଛି ଆମ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ପଣ୍ଡିତ ଜବାହାରଲାଲ ନେହେରୁଙ୍କ ଜନ୍ମଦିନ। ପଣ୍ଡିତ ନେହେରୁ ଶିଶୁମାନଙ୍କୁ ଖୁବ୍ ଭଲ ପାଉଥିଲେ ତେଣୁ ତାଙ୍କୁ ପିଲାମାନେ ଚାଚା ନେହେରୁ ବୋଲି ମଧ୍ୟ ସ୍ନେହରେ ଡାକୁଥିଲେ। ଶିଶୁମାନଙ୍କର ଏହି ବିଶେଷ ଦିବସକୁ ପାଳନ କରିବା ନିମନ୍ତେ ଆମେ ସମସ୍ତେ  ଏକତ୍ରିତ ହୋଇଛୁ ବୋଲି ଶ୍ରୀମତି ଦାସ କହିଥିଲେ।
ଶିଶୁ ଦିବସ ଅବସରରେ ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟର ସାମାଜିକ କ୍ଳବ ଜାଗୋ ସଂପର୍କରେ ଶ୍ରୀମତି ଦାସ ନିଜ ଅଭିଭାଷଣରେ କହିଥିଲେ ଯେ ଏହି ଅନୁଷ୍ଠାନ ଦୀର୍ଘ ୧୮ବର୍ଷ ହେବ ସମାଜର ଅବହେଳିତ ଓ ନିଷ୍ପେସିତ ବର୍ଗର ଶିଶୁମାନଙ୍କର ପୋଷଣ, ଶିକ୍ଷା ଓ କଳାତ୍ମକ ଅଭିବୃଦ୍ଧି କ୍ଷେତ୍ରରେ କାର୍ଯ୍ୟ କରିଆସୁଛି। ସୋଆର ଛାତ୍ରଛାତ୍ରୀ ସେମାନଙ୍କ ମୂଲ୍ୟବାନ ସମୟକୁ ଏହି ଶିଶୁମାନଙ୍କ ଶିକ୍ଷା ଓ ଉନ୍ନତି କ୍ଷେତ୍ରରେ କାର୍ଯ୍ୟ କରିବା ନିମନ୍ତେ ସ୍ୱେଚ୍ଛାକୃତ ଭାବେ ସହଯୋଗର ହାତ ବଢାଇଛନ୍ତି। ଏଥି ନିମନ୍ତେ ଜାଗୋ ସହ ଜଡ଼ିତ ସୋଆର ସମସ୍ତ ଛାତ୍ରଛାତ୍ରୀ ଭବିଷ୍ୟତରେ ସୁନାଗରିକ ଭାବରେ ନିଜକୁ ପ୍ରତିପାଦିତ କରିପାରନ୍ତୁ ଏହା ହିଁ ମୋର ଆଶା ଓ ବିଶ୍ୱାସ ବୋଲି ସେ କହିଥିଲେ।
ଏହି ଅବସରରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ କହିଥିଲେ ଯେ ଜାଗୋ ଏକ ଜାଗରଣ ଭାବେ ଉଭା ହେବା ଆବଶ୍ୟକ। ବିଶ୍ୱବିଦ୍ୟାଳୟର ଏହି ସାମାଜିକ ଅନୁଷ୍ଠାନ  ଦ୍ୱାରା ଛାତ୍ରଛାତ୍ରୀମାନଙ୍କର ସାମଗ୍ରିକ ଉନ୍ନତି  ସମ୍ଭବ ହୋଇପାରୁଛି ବୋଲି  କୁଳପତି କହିଥିଲେ। ସୋଆର ସବୁ ଅନୁଷ୍ଠାନର ଛାତ୍ରଛାତ୍ରୀ ଜାଗୋ ସହ ଜଡିତ ହୁଅନ୍ତୁ ବୋଲି ପ୍ରଫେସର ନନ୍ଦ ଉପଦେଶ ଦେଇଥିଲେ।
କାର୍ଯ୍ୟକ୍ରମରେ ଉପକୁଳପତି ପ୍ରଫେସର ନୀତା ମହାନ୍ତି, ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଭେଟେରିନାରି ସାଇନସେସ୍ ଆଣ୍ଡ ଆନିମଲ୍ ହଜ୍‌ବ୍ୟାଣ୍ଡରୀ (ଆଇଭିଏସ୍‌ଏଏଚ୍‌) ର ଡିନ୍ ପ୍ରଫେସର ସୁଶାନ୍ତ କୁମାର ଦାସ ଓ  ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍‌ଚରାଲ ସାଇନସେସ୍ (ଆଇଏଏସ୍‌) ର ଡିନ୍ (ଇନ୍‌ଚାର୍ଜ) ପ୍ରଫେସର କାର୍ତିକ ଚନ୍ଦ୍ର ସାହୁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ବକ୍ତବ୍ୟ ରଖିଥିଲେ।
ଏହି କାର୍ଯ୍ୟକ୍ରମରେ ସୋଆ ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଂଜନ ଦାସ ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ଜାଗୋର ମେଂଟର ପ୍ରଫେସର ଅନୀତା ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।
ଏହି ଅବସରରେ ଜାଗୋ କ୍ଳବର ଶିଶୁ ଓ ଏହା ସହିତ ଜଡିତ ଛାତ୍ରଛାତ୍ରୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।
ଶିଶୁଦିବସ ସୋଆ ଜାଗୋ କ୍ଳବ୍
Share. Facebook Twitter LinkedIn Email WhatsApp Copy Link

Related Posts

ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଆର୍ଥିକ ସାକ୍ଷରତା ସପ୍ତାହ ୨୦୨୬ ର ଉଦ୍ଘାଟନ

February 9, 2026

ମାଗଣା କର୍କଟ ରୋଗ ନିରୁପଣ ଓ ସ୍ଵାସ୍ଥ୍ୟ ସଚେତନତା ଶିବିର ଅନୁଷ୍ଠିତ

February 9, 2026

ଆକିବ ନବିଙ୍କ ଘାତକ ବୋଲିଂ: ରଣଜୀ ଟ୍ରଫିର ସେମିଫାଇନାଲରେ ପହଞ୍ଚି ଇତିହାସ ରଚିଲା ଜମ୍ମୁ କାଶ୍ମୀର

February 9, 2026

ଟି-୨୦ ବିଶ୍ୱକପ୍: ଇଟାଲୀର ମାତ୍ର ୯ ୱିକେଟ ପତନ ସତ୍ତ୍ୱେ ଜିତିଲା ସ୍କଟଲାଣ୍ଡ, କିନ୍ତୁ କେମିତି?

February 9, 2026
Latest News

ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଆର୍ଥିକ ସାକ୍ଷରତା ସପ୍ତାହ ୨୦୨୬ ର ଉଦ୍ଘାଟନ

February 9, 2026

ମାଗଣା କର୍କଟ ରୋଗ ନିରୁପଣ ଓ ସ୍ଵାସ୍ଥ୍ୟ ସଚେତନତା ଶିବିର ଅନୁଷ୍ଠିତ

February 9, 2026

ରାଜ୍ୟସଭାରେ ଅର୍ଥନୀତି ଉପରେ ପ୍ରଶ୍ନ ଉଠାଇଲେ କଂଗ୍ରେସ ସାଂସଦ ପି. ଚିଦାମ୍ବରମ

February 9, 2026

ଆକିବ ନବିଙ୍କ ଘାତକ ବୋଲିଂ: ରଣଜୀ ଟ୍ରଫିର ସେମିଫାଇନାଲରେ ପହଞ୍ଚି ଇତିହାସ ରଚିଲା ଜମ୍ମୁ କାଶ୍ମୀର

February 9, 2026

ଟି-୨୦ ବିଶ୍ୱକପ୍: ଇଟାଲୀର ମାତ୍ର ୯ ୱିକେଟ ପତନ ସତ୍ତ୍ୱେ ଜିତିଲା ସ୍କଟଲାଣ୍ଡ, କିନ୍ତୁ କେମିତି?

February 9, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.