Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଓଡ଼ିଶା ଆଦର୍ଶ ବିଦ୍ୟାଳୟର କର୍ମଚାରୀମାନଙ୍କୁ ସରକାରୀ ମାନ୍ୟତା ଦାବିରେ ମହାସମ୍ମିଳନୀ
ଆଜିର ଖବର

ଓଡ଼ିଶା ଆଦର୍ଶ ବିଦ୍ୟାଳୟର କର୍ମଚାରୀମାନଙ୍କୁ ସରକାରୀ ମାନ୍ୟତା ଦାବିରେ ମହାସମ୍ମିଳନୀ

November 17, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଓଡ଼ିଶା ଆଦର୍ଶ ବିଦ୍ୟାଳୟର କର୍ମଚାରୀମାନଙ୍କୁ ସରକାରୀ ମାନ୍ୟତା ଦାବିରେ ମହାସମ୍ମିଳନୀ
ଓଡ଼ିଶା ଆଦର୍ଶ ବିଦ୍ୟାଳୟର କର୍ମଚାରୀମାନଙ୍କୁ ସରକାରୀ ମାନ୍ୟତା ଦାବିରେ ମହାସମ୍ମିଳନୀ

ଭୁବନେଶ୍ଵର: ସ୍କୁଲ ଓ ଗଣଶିକ୍ଷା ବିଭାଗରେ ଥିବା ସରକାରୀ ହାଇସ୍କୁଲ ଭଳି ଓଡ଼ିଶା ଆଦର୍ଶ ବିଦ୍ୟାଳୟର କର୍ମଚାରୀମାନଙ୍କୁ ସରକାରୀ ମାନ୍ୟତା ଦାବିରେ ରେଲୱେ ଅଡିଟୋରିୟମ ହଲ୍ ମହାସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଶିକ୍ଷକ କର୍ମଚାରୀଙ୍କ ନ୍ୟାୟ ସଙ୍ଗତ ଦାବି ଓ ଦୀର୍ଘଦିନ ଧରି ଅପେକ୍ଷିତ ସମସ୍ୟାଗୁଡ଼ିକର ସମାଧାନ ପାଇଁ ରାଜ୍ୟ ଆଦର୍ଶ ବିଦ୍ୟାଳୟ କର୍ମଚାରୀ ସଂଘ ପକ୍ଷରୁ ନିମ୍ନଲିଖିତ ୧୩ ଟି ମୁଖ୍ୟ ଦାବିପତ୍ର ସହିତ ସରକାରଙ୍କୁ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ସେହି ଦାବିଗୁଡିକୁ ହେଲା:-

୧. ଓଡ଼ିଶା ଆଦର୍ଶ ବିଦ୍ୟାଳୟ କର୍ମଚାରୀ ମାନଙ୍କୁ ସ୍କୁଲ ଓ ଗଣଶିକ୍ଷା ବିଭାଗରେ ଥିବା ସରକାରୀ ହାଇସ୍କୁଲଙ୍କ କର୍ମଚାରୀଙ୍କ ଭଳି ସରକାରୀ ମାନ୍ୟତା ଦାବି ଏବଂ ଏଚରାମେସ୍ ଆଡି ଖୋଲିବା।

୨:- ସମସ୍ତ କର୍ମଚାରୀଙ୍କୁ ୟୁନିଫର୍ମ କ୍ୟାଡ଼ର ମାନ୍ୟତା ଦାବି।

୩:- ସମାନ କାମକୁ ସମାନ ଦରମା। ପିଇଟି, ମ୍ୟୁଜିକ ଓ କମ୍ପ୍ୟୁଟର ଶିକ୍ଷକଙ୍କୁ ଅନ୍ୟ କର୍ମଚାରୀଙ୍କ ପରି ୪୬୦୦ ଗ୍ରେଡ ପେ ପ୍ରଦାନ।

୪:- ପ୍ରତ୍ୟେକ ଓଏଭି ରେ ପିଜିଟ୍ ଓଡ଼ିଆ ପୋଷ୍ଟିଁ ଦେବା ସହିତ ହିନ୍ଦୀ ଓ ସଂସ୍କୃତ ରେ ପିଜିଟ୍ ପୋଷ୍ଟ ତିଆରି କରିବା।

୫:- ପ୍ରତ୍ୟେକ ଓଏଭି କୁ ପି.ଏମ.ଶ୍ରୀ ସ୍କୁଲ ମାନ୍ୟତା ଦାବି।

୬:- ପ୍ରତ୍ୟେକ ଓଏଭି ରେ ଆଟର୍ସ ଷ୍ଟିମ୍ ଖୋଲିବା।

୭:- ପ୍ରତ୍ୟେକ ଓଏଭି ରେ ଓଏଭି କର୍ମଚାରୀ ପିଲାଙ୍କ ସିଟ୍ ପାଇଁ ସଂରକ୍ଷଣ କରିବା।

୮:- ଆଦର୍ଶ ବିଦ୍ୟାଳୟର କାର୍ଯ୍ୟରତ ସମସ୍ତ ବର୍ଗ ର କର୍ମଚାରୀମାନଙ୍କର ଏବଂ ପ୍ରିନିସପାଲ୍ ମାନଙ୍କର ପଦୋନ୍ନତି ବ୍ୟବସ୍ଥା କୁ ନିୟମିତ କରିବା।

୯:- ପ୍ରତ୍ୟେକ ଓଏଭି ରେ କ୍ଲର୍କ ପଦ ସୃଷ୍ଟି ହେବା ତଥା ଆଗରୁ ଥିବା କିଛି କ୍ଲର୍କ କର୍ମଚାରୀକୁ ନିୟମିତ କରିବା।

୧୦:- ଓଏଭି ଛାତ୍ରଛାତ୍ରୀମାନଙ୍କୁ ନିଟ୍ ଓ ଜେଇଇ ପରୀକ୍ଷାରେ ୧୫% ସଂରକ୍ଷଣ କରିବା ସହ ଏନ୍ଏମଏସ୍ ପରୀକ୍ଷା କୁ ଓଏଭି ରେ ସାମିଲ କରିବା।

୧୧:- ପୂର୍ବରୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ କାର୍ଯ୍ୟରତ ଶିକ୍ଷକଙ୍କର ପୂର୍ବ ସେବା ଅବଧିକୁ ବର୍ତମାନ ସେବାରେ ମିଶାଇବା ଓ ପୂର୍ବରୁ ଆଦର୍ଶ ବିଦ୍ୟାଳୟ ଟିଜିଟ୍ ଭାବେ କାମ କରି ପୁନର୍ବାର ପିଜିଟି ଭାବେ ଯୋଗଦେବା ଶିକ୍ଷକମାନଙ୍କୁ ଚାକିରି ଓ ଦରମାରେ ସୁରକ୍ଷା ପ୍ରଦାନ।

୧୨:- ଆର୍ଟ ଟିଚର ପୋଷ୍ଟ କୁ ଟିଜିଟ୍ ଆର୍ଟ ମାନ୍ୟତା ଦେବା।

୧୩:- ରିହାବିଲଟେସନ ଏବଂ ଡେଥ୍ ଗ୍ରାଚୁଇଟି କୁ ଅଗ୍ରାଧିକାର ଦେବା।

ଏହି ମହାସମାବେଶ ରେ ପ୍ରତ୍ୟେକ ଜିଲ୍ଲାରୁ, ପ୍ରତ୍ୟେକ ବ୍ଲକ ଓଏଭି ରୁ ୧୫୦୦ ରୁ ଅଧିକ କର୍ମଚାରୀ ସହ ଜିତିଥିବା ପୋଟଫୋଲିଓ ମେମ୍ବର, ଇବି ମେମ୍ବର,ଏସ୍ ଆର୍ ମେମ୍ବର ମାନେ ମଧ୍ୟ ଯୋଗ ଦେଇ ଉତ୍ସାହିତ କରିଥିଲେ।
ଏହି ସଭାରେ ସଭାପତି ରିପୁ ଦମନ ସୋରଭ ମିଶ୍ର ଓ ସାଧାରଣ ସମ୍ପାଦକ ଶୁଭାଶିଷ ଦାଶ୍ କହିଲେ ଯେ ସରକାର ଯଦି ୧୩ଟି ଦାବି ୧୫ ଦିନ ଭିତରେ ନ ଶୁଣନ୍ତି ତାହା ହେଲେ ଆଗମୀ ଦିନରେ ଶାନ୍ତି ପୂର୍ଣ୍ଣ ଭାବେ ମହାଆନ୍ଦୋଳନ ହେବ।

ସଂଘ ର ସଭାପତି ରିପୁ ଦମନ ସୋରଭ ମିଶ୍ର କହିଥିଲେ ଯେ, ଏହି ସମସ୍ତ ଦାବି ହେଉଛି ଶିକ୍ଷାର ଗୁଣାବତ୍ତା, କର୍ମଚାରୀଙ୍କ ନ୍ୟାୟ ଓ ଓଏଭି ପରିବାରର ସମଗ୍ର ଉନ୍ନତି ପାଇଁ ଅତି ଆବଶ୍ୟକ। ରାଜ୍ୟ ସରକାର ଶୀଘ୍ର ପ୍ରୟୋଜନୀୟ କ୍ଷେତ୍ରରେ ସ୍ୱୀକୃତି ଓ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ। ଏହା ଆମ ଦୃଢ଼ ଆହ୍ବାନ।

ଓଡିଶା ଆଦର୍ଶ ବିଦ୍ୟାଳୟ ମହାସମ୍ମିଳନୀ ରେଲୱେ ଅଡିଟୋରିୟମ ହଲ୍ ସରକାରୀ ମାନ୍ୟତା ଦାବି ସ୍କୁଲ ଓ ଗଣଶିକ୍ଷା ବିଭାଗ
Share. Facebook Twitter LinkedIn Email WhatsApp Copy Link

Related Posts

‘ଅପରେସନ ସାଇବର କବଚ’ ଅଭିଯାନ: ରାଜ୍ୟବ୍ୟାପୀ ୮୪ ଗିରଫ

February 20, 2026

ଭୁବନେଶ୍ବରରେ ସଂଗ୍ରାମୀ ଗୌରାଙ୍ଗ ଚରଣ ଓ ସଂଗ୍ରାମୀ ଶଶୀଭୂଷଣଙ୍କ ଶ୍ରଦ୍ଧାଞ୍ଜଳି ସଭା

February 20, 2026

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜମିଜମାର ସୁରକ୍ଷା ଉପରେ ଉଚ୍ଚସ୍ତରୀୟ ବୈଠକ

February 20, 2026

ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମିଟ୍ ୨୦୨୬ର ଲିଡର୍ସ ପ୍ଲାନେରି ଅଧିବେଶନ ସମୟରେ ପ୍ରଧାନମନ୍ତ୍ରୀ

February 20, 2026
Latest News

‘ଅପରେସନ ସାଇବର କବଚ’ ଅଭିଯାନ: ରାଜ୍ୟବ୍ୟାପୀ ୮୪ ଗିରଫ

February 20, 2026

ଭୁବନେଶ୍ବରରେ ସଂଗ୍ରାମୀ ଗୌରାଙ୍ଗ ଚରଣ ଓ ସଂଗ୍ରାମୀ ଶଶୀଭୂଷଣଙ୍କ ଶ୍ରଦ୍ଧାଞ୍ଜଳି ସଭା

February 20, 2026

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜମିଜମାର ସୁରକ୍ଷା ଉପରେ ଉଚ୍ଚସ୍ତରୀୟ ବୈଠକ

February 20, 2026

ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମିଟ୍ ୨୦୨୬ର ଲିଡର୍ସ ପ୍ଲାନେରି ଅଧିବେଶନ ସମୟରେ ପ୍ରଧାନମନ୍ତ୍ରୀ

February 20, 2026

କଟକ ଭୁବନେଶ୍ବରର ବିଭିନ୍ନ ଅଞ୍ଚଳରେ ବିଦ୍ୟୁତ ସେବା ବନ୍ଦ ରହିବ, ଜାଣନ୍ତୁ ଆପଣଙ୍କ ଅଞ୍ଚଳରେ କେତେବେଳେ

February 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.