ନୂଆଦିଲ୍ଲୀ: ଆଜି ମକ୍କାରୁ ମଦିନା ଯାଉଥିବା ଏକ ଯାତ୍ରୀବାହୀ ବସ୍ ସହ ଡିଜେଲ ଟ୍ୟାଙ୍କରର ମୁହାଁମୁହିଁ ଧକ୍କା ହୋଇଥିଲା। ଏହି ମର୍ମନ୍ତୁଦ ଦୁର୍ଘଟଣାରେ ୪୨ ଜଣ ଭାରତୀୟ ଉମରା ତୀର୍ଥଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି। ପ୍ରାରମ୍ଭିକ ରିପୋର୍ଟ ଅନୁଯାୟୀ, ଘଟଣାଟି ମୁଫ୍ରିହାଟରେ ଭାରତୀୟ ସମୟ ଅନୁସାରେ ରାତି ପ୍ରାୟ ୧:୩୦ ରେ ଘଟିଥିଲା।


