Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ହଜି ଯାଇଥିବା ସ୍ବର୍ଣ୍ଣ ଅଳଙ୍କାର ଫେରି ପାଇଲେ ପର୍ଯ୍ୟଟକ
ଆଜିର ଖବର

ହଜି ଯାଇଥିବା ସ୍ବର୍ଣ୍ଣ ଅଳଙ୍କାର ଫେରି ପାଇଲେ ପର୍ଯ୍ୟଟକ

November 19, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
ଗୋପାଳପୁର ଥାନା
ହଜି ଯାଇଥିବା ସ୍ବର୍ଣ୍ଣ ଅଳଙ୍କାର ଫେରି ପାଇଲେ ପର୍ଯ୍ୟଟକ

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗତ ଅକ୍ଟୋବର ୨୬ ତାରିଖରେ ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଅଞ୍ଚଳର ଚନ୍ଦ୍ରକାନ୍ତ ସାହୁ ନିଜ ପରିବାର ସହ ଗୋପାଳପୁର ବେଳାଭୂମି ବୁଲି ଆସିଥିବା ବେଳେ ତାଙ୍କ ସ୍ତ୍ରୀ ବାଲି ଉପରେ ରଖିଥିବା ଭେନିଟି ବ୍ୟାଗ୍ ଟି ଅନ୍ତର୍ଦ୍ଧାନ ହୋଇ ଯାଇଥିଲା। ଉକ୍ତ ବ୍ୟାଗ୍ ରେ ପ୍ରାୟ ୮ ଭରି ସ୍ବର୍ଣ୍ଣ ଅଳଙ୍କାର, କିଛି ନଗଦ ଟଙ୍କା ଓ ଏଟିଏମ୍ କାର୍ଡ ଥିଲା। କିନ୍ତୁ ପରିବାରର ସମସ୍ତେ ଉକ୍ତ ବ୍ୟାଗ୍ ଖୋଜି ପାଇନଥିଲେ।

ପରବର୍ତ୍ତୀ ସମୟରେ ପର୍ଯ୍ୟଟକ ସାହୁ ଗତ ୧୭ ତାରିଖରେ ଗୋପାଳପୁର ଥାନାରେ ଅଭିଯୋଗ ଦାଖଲ କରିଥିଲେ। ପୋଲିସ ଅଭିଯୋଗ ଗ୍ରହଣ କରି ସୁଚିନ୍ତିତ ଅନୁଧ୍ୟାନ କରି ଗୋପାଳପୁର ସହର ନୁଆ ସାହିର ବି ରାମାରାଓ ନାମକ ଜଣେ ବ୍ୟକ୍ତି ଉକ୍ତ ବ୍ୟାଗ୍ ପାଇଥିବା ଜାଣି ତାଙ୍କ ଘରେ ପହଞ୍ଚି ଉକ୍ତ ବ୍ୟାଗ୍ ଜବତ କରି ଯାଞ୍ଚ କରିବା ବେଳେ କିଛି ସ୍ବର୍ଣ୍ଣ ଅଳଙ୍କାର ଅଛି ଓ ଆଉ କିଛି ଅଳଙ୍କାର ରାମାରାଓ ବ୍ୟାଙ୍କରେ ବନ୍ଧା ପକାଇଥିବା ଜଣାପଡିଥିଲା।

ପୋଲିସର ହସ୍ତକ୍ଷେପ ପରେ ରାମାରାଓ ବ୍ୟାଙ୍କରେ ବନ୍ଧା ରଖିଥିବା ଅଳଙ୍କାର ଆଣି ପୋଲିସକୁ ହସ୍ତାନ୍ତର କରି ସର୍ତ୍ତମୂଳକ ଜାମିନରେ ଘରକୁ ଯାଇଥିଲେ। ଅପରପକ୍ଷରେ ପୋଲିସ ଏତଲାକାରୀ ଚନ୍ଦ୍ରକାନ୍ତ ସାହୁଙ୍କୁ ଡକାଇ ଉକ୍ତ ସ୍ବର୍ଣ୍ଣ ଅଳଙ୍କାରକୁ ଫେରାଇ ପ୍ରଶଂସାର ପାତ୍ର ହୋଇ ପାରିଛନ୍ତି।

କପ୍ତିପଦା ଗୋପାଳପୁର ବେଳାଭୂମି ମୟୁରଭଞ୍ଜ ଜିଲ୍ଲା ସ୍ବର୍ଣ୍ଣ ଅଳଙ୍କାର
Share. Facebook Twitter LinkedIn Email WhatsApp Copy Link

Related Posts

ଫିକା ପଡିଲା ସୁନାର ଚମକ: ଜାଣନ୍ତୁ ଆଜିର ମୂଲ୍ୟରେ କେତେ ହ୍ରାସ?

December 31, 2025

ଶ୍ରୀଲଙ୍କାକୁ ୫-୦ରେ ପରାସ୍ତ କରିବା ପରେ ICC ପଏଣ୍ଟ ଟେବୁଲର ସ୍ଥିତି କ’ଣ, କେଉଁ ସ୍ଥାନରେ ଅଛି ଭାରତ?

December 31, 2025

ବିମଳାଗଡ଼ ଅମୃତ ଷ୍ଟେସନର ନବୀକରଣ: ଉନ୍ନତ ଭିତ୍ତିଭୂମି ସହିତ ମିଳିବ ଆଧୁନିକ ଯାତ୍ରୀ ସୁବିଧା

December 31, 2025

ନୂଆବର୍ଷ ପାଇଁ ପ୍ରବଳ ଜନସମାଗମକୁ ଦୃଷ୍ଟିରେ ରଖି ପୁରୀ ପୁଲିସ ଓ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି

December 31, 2025
Latest News

ଫିକା ପଡିଲା ସୁନାର ଚମକ: ଜାଣନ୍ତୁ ଆଜିର ମୂଲ୍ୟରେ କେତେ ହ୍ରାସ?

December 31, 2025

ମୋଦୀଙ୍କ ଏହି ବୟାନରେ ଜେଲେନସ୍କି କ୍ଷୁବ୍ଧ: ଜାଣନ୍ତୁ କ’ଣ କହିଲେ ୟୁକ୍ରେନୀୟ ରାଷ୍ଟ୍ରପତି?

December 31, 2025

ଚୀନକୁ ବଡ଼ ଝଟକା ଦେଲା ଭାରତ: ଏହି ଜିନିଷ ଉପରେ ତିନି ବର୍ଷ ପାଇଁ ଲଗାଇଲା ଶୁଳ୍କ

December 31, 2025

ଶ୍ରୀଲଙ୍କାକୁ ୫-୦ରେ ପରାସ୍ତ କରିବା ପରେ ICC ପଏଣ୍ଟ ଟେବୁଲର ସ୍ଥିତି କ’ଣ, କେଉଁ ସ୍ଥାନରେ ଅଛି ଭାରତ?

December 31, 2025

ବିମଳାଗଡ଼ ଅମୃତ ଷ୍ଟେସନର ନବୀକରଣ: ଉନ୍ନତ ଭିତ୍ତିଭୂମି ସହିତ ମିଳିବ ଆଧୁନିକ ଯାତ୍ରୀ ସୁବିଧା

December 31, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.