ନୂଆଦିଲ୍ଲୀ: ବିଜେପି ବିଧାୟକ ଦଳ ବୈଠକରେ ସମ୍ରାଟ ଚୌଧୁରୀଙ୍କୁ ନେତା ଏବଂ ବିଜୟ ସିହ୍ନାଙ୍କୁ ଉପନେତା ଭାବରେ ମନୋନୀତ କରାଯାଇଛି।
ଏହି ଅବସରରେ, କେନ୍ଦ୍ର ମନ୍ତ୍ରୀ ଏବଂ ବିଜେପି ସାଂସଦ ଅର୍ଜୁନ ରାମ ମେଘୱାଲ କହିଛନ୍ତି ଯେ, ଉଭୟଙ୍କୁ ସର୍ବସମ୍ମତିକ୍ରମେ ନେତା ଭାବରେ ନିର୍ବାଚିତ କରାଯାଇଛି। ବିହାର ବିକାଶ ପଥରେ ଆଗେଇ ଚାଲିଛି ଏବଂ “ଖୁବଶୀଘ୍ର, ବିହାର ଏକ ‘ବିକଶିତ ବିହାର’ ହୋଇଯିବ।”


