Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରାଜ୍ୟର ଡେରୀ ଉଦ୍ୟୋଗ କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ ପାଇଁ ଓମ୍ଫେଡକୁ ମିଳିଲା ସ୍ୱତନ୍ତ୍ର ପୁରସ୍କାର
ଆଜିର ଖବର

ରାଜ୍ୟର ଡେରୀ ଉଦ୍ୟୋଗ କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ ପାଇଁ ଓମ୍ଫେଡକୁ ମିଳିଲା ସ୍ୱତନ୍ତ୍ର ପୁରସ୍କାର

November 19, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଓମ୍ଫେଡକୁ ମିଳିଲା ସ୍ୱତନ୍ତ୍ର ପୁରସ୍କାର
ରାଜ୍ୟର ଡେରୀ ଉଦ୍ୟୋଗ କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ ପାଇଁ ଓମ୍ଫେଡକୁ ମିଳିଲା ସ୍ୱତନ୍ତ୍ର ପୁରସ୍କାର
ଭୁବନେଶ୍ୱର: ରାଜ୍ୟରେ ଡେରୀ ଉଦ୍ୟୋଗ କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ ପାଇଁ ଓମ୍ଫେଡକୁ ମିଳିଲା ସ୍ୱତନ୍ତ୍ର ପୁରସ୍କାର। 72 ତମ ନିଖିଳ ଭାରତ ସମବାୟ ସପ୍ତାହ-2025 ପାଳନ ଅବସରରେ ଓମ୍ଫେଡକୁ ଏହି ସମ୍ମାନରେ ସମ୍ମାନିତ କରାଯାଇଛି। ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ଭୁବନେଶ୍ୱର ଜୟଦେବ ଭବନଠାରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମାନ୍ୟବର ସମବାୟ ମନ୍ତ୍ରୀ ପ୍ରଦିପ ବଳ ସାମନ୍ତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ପୁରସ୍କାର ପ୍ରଦାନ କରିଛନ୍ତି। ଓମ୍ଫେଡ୍ ସଭାପତି କିଶୋର ଚନ୍ଦ୍ର ପ୍ରଧାନୀ ଏବଂ ଭାରପ୍ରାପ୍ତ ମାନବ ସମ୍ବଳ ବିକାଶ ମୁଖ୍ୟ ନିତ୍ୟଦର୍ଶନ ମିଶ୍ର ମଂଚାସୀନ ଅତିଥିମାନଙ୍କଠାରୁ ସ୍ୱତନ୍ତ୍ର କପ୍ ଓ ମାନପତ୍ର ଗ୍ରହଣ କରିଥିଲେ।
ଏହି କାର୍ଯ୍ୟକ୍ରମରେ ସମବାୟ ବିଭାଗ କମିଶନର ତଥା ପ୍ରମୁଖ ଶାସନ ସଚିବ ରାଜେଶ ପ୍ରଭାକର ପାଟିଲ, ସମବାୟ ସମିତି ସମୂହର ନିବନ୍ଧକ ସିଦ୍ଧାର୍ଥ ଦାସ, ସମବାୟ ସମିତି ୟୁନିୟନର ସଭାପତି ପ୍ରଭାସିନୀ ଷଢଙ୍ଗୀ ଏବଂ ସମବାୟ ମହାସମୀକ୍ଷକ ସନ୍ତୋଷ କୁମାର ନାୟକ ପ୍ରମୁଖ ମଂଚାସୀନ ଥିଲେ। ଏହି କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଶହ ଶହ ସମବାୟବିତ୍, ସମବାୟ ଆନ୍ଦୋଳନର ପ୍ରମୁଖ ପୁରୋଧା, ବିଭିନ୍ନ ସମବାୟ ସମିତିର କର୍ମକର୍ତ୍ତା, ସଦସ୍ୟ ଓ ସଦସ୍ୟା ଯୋଗଦେଇଥିଲେ।
ସମବାୟ ସମିତି ସମୂହ ରାଜ୍ୟରେ ଏକତା ବଜାୟ ରଖି କାର୍ଯ୍ୟ କଲେ, ରାଜ୍ୟର ଆର୍ଥିକ ବିକାଶରେ ଏହା ବେଶ୍ ସହାୟକ ହୋଇପାରିବ। କେବଳ ସେତିକି ନୁହେଁ, ସମବାୟ ଆନ୍ଦୋଳନକୁ ଆହୁରି ବ୍ୟାପକ କରିବାକୁ ଆହ୍ୱନ ଦେଇଛନ୍ତି ମାନ୍ୟବର ମନ୍ତ୍ରୀ ଶ୍ରୀ ବଳ ସାମନ୍ତ। ସମସ୍ତଙ୍କ ନିକଟରେ ସମବାୟ ସମିତି ପହଞ୍ଚି ପାରିଲେ, ରାଜ୍ୟ ସରକାରଙ୍କର ବିକଶିତ ଓଡିଶା ଓ କେନ୍ଦ୍ର ସରକାରଙ୍କର ବିକଶିତ ଭାରତ ମିଶନ ଲକ୍ଷ୍ୟ ସାଧାନ ହୋଇପାରିବ ବୋଲି ସେ କହିଛନ୍ତି।
ସୁସଂଗଠିତ ଭାବେ ଦୁଗ୍ଧଚାଷୀଙ୍କୁ ବିଭିନ୍ନ ପ୍ରକାର ସୁବିଧା ସୁଯୋଗ ଯୋଗାଇଦେବା ସହ ରାଜ୍ୟରେ ଦ୍ୱିତୀୟ ଶ୍ୱେତ ବିପ୍ଳକ ସୃଷ୍ଟି କରିବାରେ ଓମ୍ଫେଡ୍ ପ୍ରମୁଖ ଭୂମିକା ଗ୍ରହଣ କରିଛି। ଲକ୍ଷ ଲକ୍ଷ ଦୁଗ୍ଧ ଚାଷୀଙ୍କୁ ସମବାୟ ସମିତି ଜରିଆରେ ସାମିଲ କରି ସେମାନଙ୍କର ଆର୍ଥିକ ବିକାଶ ଦିଗରେ ଅହରହ କାର୍ଯ୍ୟ କରୁଛି ଓମ୍ଫେଡ୍। ସମବାୟ ଆନ୍ଦୋଳର ପ୍ରମୁଖ ପୁରୋଧା ସାଜିଥିବାରୁ ଓମ୍ଫେଡକୁ ଏହି ପୁରସ୍କାର ମିଳିଛି ବୋଲି କହିଛନ୍ତି ଓମ୍ଫେଡର ସଭାପତି କିଶୋର ଚନ୍ଦ୍ର ପ୍ରଧାନୀ।
ଏହି ଅବସରରେ ଖୁସି ବ୍ୟକ୍ତ କରିବା ସହ ରାଜ୍ୟ ସରକାରଙ୍କର ମିଶନ ଓ ଭିଜନକୁ ଦୃଷ୍ଟିରେ ରଖି ଓମ୍ଫେଡ୍ ସମବାୟ ଆନ୍ଦୋଳନକୁ ଆଗକୁ ଆଗକୁ ନେଇଚାଲିଛି। ଆଗାମୀ ଦିନରେ ଆହୁରି ଅନେକ ସମବାୟ ସମିତି ଗଠନ କରି ସେମାନଙ୍କର ଆର୍ଥିକ ବିକାଶ ଦିଗରେ ଉଦ୍ୟମ କରାଯିବ। ଦୁଗ୍ଧ ଚାଷୀଙ୍କ ବିକାଶକୁ ପ୍ରାଧାନ୍ୟ ଦେଇଆସୁଥିବା ଓମ୍ଫେଡ୍ ତାର ଲକ୍ଷ ଲକ୍ଷ ଗ୍ରାହକଙ୍କୁ ଉଚ୍ଚ ଗୁଣମାନର ଦୁଗ୍ଧଜାତ ଦ୍ରବ୍ୟ ଯୋଗାଇବା ଉପରେ ଗୁରୁତ୍ୱାରୋପ କରିଆସୁଛି ଏବଂ ଏଥିରେ କୌଣସି ସାଲିସ କରାଯିବ ନାହିଁ ବୋଲି କହିଛନ୍ତି ଓମ୍ଫେଡର ପରିଚାଳନା ନିର୍ଦେଶକ ବିଜୟ ଅମୃତା କୁଲାଙ୍ଗେ।
ଓମ୍‌ଫେଡ଼ ଡେରୀ ଉଦ୍ୟୋଗ କ୍ଷେତ୍ର ସ୍ୱତନ୍ତ୍ର ପୁରସ୍କାର
Share. Facebook Twitter LinkedIn Email WhatsApp Copy Link

Related Posts

ଇଞ୍ଜିନିୟରମାନଙ୍କ ପାଇଁ “ରାସାୟନିକ ପଦାର୍ଥ ପରିଚାଳନାରେ ସୁରକ୍ଷା” ପ୍ରଶିକ୍ଷଣ କାର୍ଯ୍ୟକ୍ରମ

March 14, 2026

ଦେଶରେ ପ୍ରଥମ ହେଲା ପୂର୍ବତଟ ରେଳପଥ: ବର୍ଷକରେ ପରିବହନ କଲା ୫୦୦ ମେଟ୍ରିକ ଟନ୍ ପଣ୍ୟ

March 14, 2026

ନୂଆଦିଲ୍ଲୀରେ ସମ୍ୱଲପୁରୀ ଗାୟକଙ୍କୁ ଭେଟିଲେ ଧର୍ମେନ୍ଦ୍ର ପ୍ରଧାନ

March 14, 2026

ଓଡ଼ିଶାରେ ୩.୫ ଗୁଣରୁ ଅଧିକ ବେଗରେ କାର୍ଯ୍ୟକ୍ଷମ ହେଲା ନୂଆ ରେଳ ଟ୍ରାକ୍‌

March 14, 2026
Latest News

ଇଞ୍ଜିନିୟରମାନଙ୍କ ପାଇଁ “ରାସାୟନିକ ପଦାର୍ଥ ପରିଚାଳନାରେ ସୁରକ୍ଷା” ପ୍ରଶିକ୍ଷଣ କାର୍ଯ୍ୟକ୍ରମ

March 14, 2026

ଦେଶରେ ପ୍ରଥମ ହେଲା ପୂର୍ବତଟ ରେଳପଥ: ବର୍ଷକରେ ପରିବହନ କଲା ୫୦୦ ମେଟ୍ରିକ ଟନ୍ ପଣ୍ୟ

March 14, 2026

ନୂଆଦିଲ୍ଲୀରେ ସମ୍ୱଲପୁରୀ ଗାୟକଙ୍କୁ ଭେଟିଲେ ଧର୍ମେନ୍ଦ୍ର ପ୍ରଧାନ

March 14, 2026

ଓଡ଼ିଶାରେ ୩.୫ ଗୁଣରୁ ଅଧିକ ବେଗରେ କାର୍ଯ୍ୟକ୍ଷମ ହେଲା ନୂଆ ରେଳ ଟ୍ରାକ୍‌

March 14, 2026

କଟକ-ଭୁବନେଶ୍ୱର ମଧ୍ୟରେ ପ୍ରତି ଅଧଘଣ୍ଟାରେ ଚାଲିବ ନମୋ ଭାରତ ଟ୍ରେନ: ରେଳମନ୍ତ୍ରୀ

March 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.