ରାମ ଜନ୍ମଭୂମି-ବାବ୍ରୀ ମସଜିଦ ଜମି ବିବାଦ ମାମଲାରେ ସୁପ୍ରିମକୋର୍ଟ ଆଜିଠାରୁ ଦୈନିକ ଶୁଣାଣୀ କରିବେ । ମଧ୍ୟସ୍ଥତା ମାଧ୍ୟମରେ ବିବାଦର କୌଣସି ରାସ୍ତା ବାହାର କରିବାର ଉଦ୍ୟମ ବିଫଳ ହେବା ପରେ ଏବେ ସୁପ୍ରିମକୋର୍ଟ ଏହି ମାମଲାର ଦୈନିକ ଶୁଣାଣୀ କରିବାକୁ ନିଷ୍ପତ୍ତି ନେଇଛନ୍ତି । ପ୍ରଧାନ ବିଚାରପତି ଜଷ୍ଟିସ ରଂଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ 5 ସଦସ୍ୟ ବିଶିଷ୍ଟ ସାମ୍ବିଧାନିକ ପୀଠ ଏହି ମାମଲାର ଶୁଣାଣୀ କରିବେ । ଏହି ସାମ୍ବିଧାନିକ ଖଣ୍ଡପୀଠରେ ଜଷ୍ଟିସି ଏସ.ଏ. ବୋବଡେ, ଜଷ୍ଟିସି ଡି.ୱାଇ ଚନ୍ଦ୍ରଚୂଡ଼, ଜଷ୍ଟିସ ଅଶୋକ ଭୂଷଣ ଓ ଜଷ୍ଟିସି ଏସ. ଏ. ନଜୀର ମଧ୍ୟ ସାମିଲ ଅଛନ୍ତି । ସୂଚନାଯୋଗ୍ୟ ଅଗଷ୍ଟ 1ରେ ମଧ୍ୟସ୍ଥତା କମିଟି ସୁପ୍ରିମକୋଟରେ ସିଲ ବନ୍ଦ ଲଫାଫାରେ ଚୂଡାନ୍ତ ରିପୋର୍ଟ ଦାଖଲ ଦେଇଥିଲେ ଏବଂ ପୁଣି ସୁପ୍ରିମକୋର୍ଟ ରିପୋର୍ଟ କହିଥିଲେ ଯେ, ମଧ୍ୟସ୍ଥତା କମିଟି ମାଧ୍ୟମରେ ମାମଲାର କୌଣସି ସମାଧାନ ହୋଇପାରିବ ନାହିଁ । ସୁପ୍ରିମକୋର୍ଟ ମାମଲାର ଶୁଣାଣୀ କରିବାକୁ ଯାଇ କହିଥିଲେ ଯେ, ଏହି ମାମଲାରେ ମଧ୍ୟସ୍ଥତା ଉଦ୍ୟମ ସଫଳ ହୋଇ ନାହିଁ । ସପ୍ତାହର ମଙ୍ଗଳବାର, ବୁଧବାର ଓ ଗୁରୁବାର ଏହି ଶୁଣାଣୀ ହେବ ।