ରେଢ଼ାଖୋଲ (କନ୍ଦର୍ପ ବେହେରା): ପ୍ରତ୍ନ ତତ୍ୱ ବିଭାଗ ସମ୍ବଲପୁର ଜିଲ୍ଲା ଓ ନାକଟିଦେଉଳ ସ୍ନାତକ ମହାବିଦ୍ୟାଳୟ ଆନୁକୂଲ୍ୟରେ ଆଜି ସ୍ନାତକ ମହାବିଦ୍ୟାଳୟର ସଭାଗୃହରେ ବିଶ୍ୱ ଐତିହ୍ୟ ସପ୍ତାହ ପାଳନ ଉଦଘାଟନ ହୋଇଛି। ଏହାକୁ ରେଢ଼ାଖୋଲ ଉପଜିଲ୍ଲାପାଳ ରଶ୍ମି ରଞ୍ଜନ ମହନ୍ତ ଆନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ।
ସ୍ନାତକ ମହାବିଦ୍ୟାଳୟର ଅଧ୍ୟକ୍ଷ ସୁଧୀର କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ ରେଢ଼ାଖୋଲ ଉପଜିଲ୍ଲାପାଳ ରଶ୍ମି ରଞ୍ଜନ ମହନ୍ତ, ସମ୍ମାନିତ ଅତିଥି ଭାବରେ ତହସିଲଦାର ଅମର ଜେ ଡୁଙ୍ଗ ଡୁଙ୍ଗ, ଯୁକ୍ତ ଦୁଇ କଲେଜର ଅଧ୍ୟକ୍ଷ ହେମାନଦ ପ୍ରଧାନ, ନାକଟିଦେଉଳ ଥାନା ସବ ଇନ୍ସପେକ୍ଟର ଗଙ୍ଗାଧର ପ୍ରଧାନ ଯୋଗ ଦେଇଥିବା ବେଳେ ମୁଖ୍ୟ ଵକ୍ତାଭାବରେ ପ୍ରତ୍ନତତ୍ୱ ବିଭାଗର ପୁରୀ ସର୍କିଲ ର ଡେପୁଟିସୁପରୀଟେଣ୍ଡେଣ୍ଟ ପ୍ରଜ୍ଞା ପ୍ରୀତମ ପ୍ରଧାନ ଯୋଗ ଦେଇ ବିଶ୍ୱ ଐତିହ୍ୟ ଏବଂ ନାକଟିଦେଉଳ ବ୍ଲକ ଅନ୍ତର୍ଗତ ଐତିହାସିକ ଭିମମଣ୍ଡଳୀ ଉପରେ ଆଲୋଚନା କରି ଐତିହ୍ୟ ସମ୍ପର୍କରେ ଛାତ୍ର ଛାତ୍ରୀ ମାନଙ୍କୁ ଅବଗତ କରାଇବା ସହ ପାଠ ପ୍ରତି ମନ ଦେଇ ନିଜର ଭବିଷ୍ୟତ ଗଢି ବାକୁ ପରାମର୍ଶ ଦେଇ ଥିଲେ।
ଏହି କାର୍ଯ୍ୟକ୍ରମରେ ଐତିହ୍ୟ ସମ୍ପର୍କିତ ଚିତ୍ର ପ୍ରଦର୍ଶନୀ ଅତିଥିମାନେ ବୁଲି ଦେଖିଥିଲେ। ଶେଷରେ ଅଧ୍ୟାପକ ଶେଷଦେବ ବିଶ୍ଵାଳ ଧନ୍ୟବାଦ ପ୍ରଦାନ କରିଥିଲେ।


