Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରଣପୁର ଶ୍ରୀଜଗନ୍ନାଥ ମନ୍ଦିରରେ ତିନି ଦିନ ଧରି ଦେବ ଦୀପାବଳି ଆରମ୍ଭ ନୀତି ପାଳିତ
ଆଜିର ଖବର

ରଣପୁର ଶ୍ରୀଜଗନ୍ନାଥ ମନ୍ଦିରରେ ତିନି ଦିନ ଧରି ଦେବ ଦୀପାବଳି ଆରମ୍ଭ ନୀତି ପାଳିତ

November 21, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
ରଣପୁର ଶ୍ରୀଜଗନ୍ନାଥ ମନ୍ଦିରରେ ତିନି ଦିନ ଧରି ଦେବ ଦୀପାବଳି ଆରମ୍ଭ ନୀତି ପାଳିତ
ରଣପୁର ଶ୍ରୀଜଗନ୍ନାଥ ମନ୍ଦିରରେ ତିନି ଦିନ ଧରି ଦେବ ଦୀପାବଳି ଆରମ୍ଭ ନୀତି ପାଳିତ

ରଣପୁର: ମାର୍ଗଶିର ମାସ କୃଷ୍ଣପକ୍ଷ ଚତୁର୍ଦ୍ଦଶୀ ତିଥି (ବୁଧବାର) ଠାରୁ ମାର୍ଗଶିର ମାସ ଶୁକ୍ଳ ପକ୍ଷ ଦ୍ୱିତୀୟା ତିଥି (ଶୁକ୍ରବାର) ପର୍ଯ୍ୟନ୍ତ ରଣପୁର ଶ୍ରୀଜଗନ୍ନାଥ ମନ୍ଦିରରେ ତିନି ଦିନ ଧରି ଦେବ ଦୀପାବଳି ଆରମ୍ଭ ନୀତି ପାଳିତ ହୋଇଯାଇଛି। ଏହି ତିନିଦିନ ବ୍ୟାପୀ ‘ଦେବ ଦୀପାବଳି’ ନୀତି ସମୟରେ ମହାପ୍ରଭୁ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଦୀପଦାନ କରିବା ସହ ଶ୍ରାଦ୍ଧବେଶରେ ଵିଭୂଷିତ ହୋଇଥାନ୍ତି।

ମାର୍ଗଶୀର କୃଷ୍ଣ ଚତୁର୍ଦଶୀ ଦିନ ଅଦିତି-କଶ୍ୟପଙ୍କ ଉଦ୍ଦେଶ୍ୟରେ, ଅମାବାସ୍ୟା ଦିନ ଦଶରଥ-କୌଶଲ୍ୟାଙ୍କ ଉଦ୍ଦେଶ୍ୟରେ, ପ୍ରତିପଦା ଦିନ ବସୁଦେବ-ଦେବକୀ, ନନ୍ଦ-ଯଶୋଦା, ରାଜା ଇନ୍ଦ୍ରଦ୍ୟୁମ୍ନ ଓ ରାଣୀ ଗୁଣ୍ଡିଚା ଦେବୀଙ୍କ ଉଦ୍ଦେଶ୍ୟରେ ପ୍ରଦୀପ ଉତ୍ସର୍ଗ କରିଥାନ୍ତି। ଦେବଦୀପାବଳି ଅବସର ରେ ଶ୍ରୀମନ୍ଦିରରେ ଶ୍ରୀଜୀଉ ମାନେ ସଂଧ୍ୟା ଧୂପରେ ଶ୍ରାଦ୍ଧବେଶ ହୋଇଥାଆନ୍ତି ଓ ଏହି ତିନିଦିନ ଧରି ଦେଉଳ ଅଁଳାବେଢାରେ ଦ୍ବୀପ ଜଳାଯାଇଥାଏ।

ରଣପୁର ଶ୍ରୀଜଗନ୍ନାଥ ସେନା ଆବାହକ ଙ୍କ ତରଫରୁ ଦୀର୍ଘ ତିନିଦିନ ଧରି ସିଂହ ଦ୍ୱାରରେ ମହାପ୍ରଭୁ ଙ୍କ ଉଦ୍ଦେଶ୍ୟ ରେ ବିଶ୍ୱ ର କଲ୍ୟାଣ ନିମନ୍ତେ ସମୂହ ଦ୍ବୀପ ଦାନ କରାଯାଇଥିଲା। ଏବଂ ତୃତୀୟ ଦିବସ ତଥା ଦେବ ଦୀପାବଳି ର ଅନ୍ତିମ ଦିବସରେ ସିଂହ ଦ୍ୱାର ଆଗରେ କୃଷ୍ଣ ଦ୍ବିପୟନ ବେଦ ପାଠ ଶାଳl ର ଛାତ୍ର ଓ ଗୁରୁଜୀ ଙ୍କ ବେଦ ମନ୍ତ୍ର ପୁରୁଷ ସୂକ୍ତ ଓ ଗୀତଗୋବିନ୍ଦ ଉଚ୍ଚାରଣ ଦ୍ୱାରା ସିଂହ ଦ୍ୱାରା ପ୍ରକମ୍ପିତ ହୋଇଥିଲା।

ଏହି କାର୍ଯ୍ୟକ୍ରମରେ ଦେବୋତ୍ତର ଅଧିକାରୀ, ସ୍ଥାନୀୟ ଆରକ୍ଷୀ ଅଧିକାରୀ, ଶହ ଶହ ଭକ୍ତ ଶ୍ରଦ୍ଧାଳୁ ଓ ସମସ୍ତ ଶ୍ରୀଜଗନ୍ନାଥ ସେନାର ପ୍ରତ୍ୟକ ସଦସ୍ୟ ଉପସ୍ଥିତ ରହି ସହଯୋଗ କରିଥିଲେ।

କୃଷ୍ଣପକ୍ଷ ଚତୁର୍ଦ୍ଦଶୀ ଦେବ ଦୀପାବଳି ମାର୍ଗଶିର ମାସ ଶୁକ୍ଳ ପକ୍ଷ ଦ୍ୱିତୀୟା
Share. Facebook Twitter LinkedIn Email WhatsApp Copy Link

Related Posts

ଡଃ ହରେକୃଷ୍ଣ ମହତାବଙ୍କ ୧୨୬ ତମ ରାଜ୍ୟ ସ୍ତରୀୟ ଜୟନ୍ତୀ ପାଳିତ, ଯୋଗଦେଲେ ମୁଖ୍ୟମନ୍ତ୍ରୀ

November 21, 2025

ଏସିଆ କପ୍ ସେମିଫାଇନାଲରେ ହାରିଲା ଭାରତ, ସୁପର ଓଭର ଜିତି ଫାଇନାଲରେ ପ୍ରବେଶ କଲା ବାଂଲାଦେଶ

November 21, 2025

ସିୟୁଓ ଓ ୟୁନିସେଫ୍ ମିଳିତ ଭାବେ କରିବେ ‘ଜନଜାତୀୟ ସଞ୍ଚାର କେନ୍ଦ୍ର’

November 21, 2025

ଯାତ୍ରୀ ଭିଡ଼କୁ ଦୂର କରିବା ପାଇଁ ଅତିରିକ୍ତ କୋଚ୍‌ ସଂଯୋଗ

November 21, 2025
Latest News

ରଣପୁର ଶ୍ରୀଜଗନ୍ନାଥ ମନ୍ଦିରରେ ତିନି ଦିନ ଧରି ଦେବ ଦୀପାବଳି ଆରମ୍ଭ ନୀତି ପାଳିତ

November 21, 2025

ଡଃ ହରେକୃଷ୍ଣ ମହତାବଙ୍କ ୧୨୬ ତମ ରାଜ୍ୟ ସ୍ତରୀୟ ଜୟନ୍ତୀ ପାଳିତ, ଯୋଗଦେଲେ ମୁଖ୍ୟମନ୍ତ୍ରୀ

November 21, 2025

ବାଲୁଗାଁ ମହାବିଦ୍ୟାଳୟରେ ବିଶ୍ୱ ଦର୍ଶନ ଦିବସ ଓ ଜାତୀୟ ସମ୍ପାନ

November 21, 2025

ଏସିଆ କପ୍ ସେମିଫାଇନାଲରେ ହାରିଲା ଭାରତ, ସୁପର ଓଭର ଜିତି ଫାଇନାଲରେ ପ୍ରବେଶ କଲା ବାଂଲାଦେଶ

November 21, 2025

ସିୟୁଓ ଓ ୟୁନିସେଫ୍ ମିଳିତ ଭାବେ କରିବେ ‘ଜନଜାତୀୟ ସଞ୍ଚାର କେନ୍ଦ୍ର’

November 21, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.