କୃଷକ ଏବଂ କୃଷଗିକୁ ପ୍ରାଧାନ୍ୟ ଦେବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ କରାଯାଇଥିବା କାଳିଆ ଯୋଜନାରେ ସଂଶୋଧନ ହେବ ବୋଲି ଜଣାପଡିଛି । ଏହି ତାଲିକାରେ ରହିଥିବା ଅଯୋଗ୍ୟ ହିତାଧିକାରୀଙ୍କୁ ବାଦ୍ ଦିଆଯାଇ ନୂତନ ଭାବରେ ଯୋଗ୍ୟ ବ୍ୟକ୍ତିଙ୍କ ତାଲିକା ପ୍ରସ୍ତୁତ କରାଯିବ । କାଳିଆ ଯୋଜନା ନିମନ୍ତେ ରହିଥିବା ଓ୍ବେବ୍ସାଇଟ୍ରେ 51 ଲକ୍ଷ ଲୋକଙ୍କ ନାମ ରହିଛି । ଏହା ମଧ୍ୟରୁ 37 ଲକ୍ଷ କ୍ଷୁଦ୍ର ଏବଂ ନାମମାତ୍ର ଚାଷୀ ରହିଥିବା ବେଳେ 14 ଲକ୍ଷ ଭୂମିହୀନ କୃଷକ ରହିଛନ୍ତି । ଅଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରାଯାଇ ବାଦ ଦିଆଯିବା ନେଇ କୃଷି ସଚିବ ସୌରଭ ଗର୍ଗ ସୂଚନା ଦେଇଛନ୍ତି । ସମସ୍ତ ପଞ୍ଚାୟତ, ବ୍ଲକ୍ ଏବଂ ଜିଲ୍ଲାରେ ଏକ କମିଟି ଗଠନ ହେବ ଏବଂ କମିଟି ଗଠନ କରାଯିବ ବୋଲି ଗର୍ଗ ସୂଚନା ଦେଇଛନ୍ତି । ସେହିପରି ଯେଉଁ ହିତାଧିକାରୀ ସ୍ବେଚ୍ଛାକୃତ ଭାବରେ ନିଜର ନାମ ପ୍ରତ୍ୟାହାର କରିବାକୁ ଚାହିଁବେ ସେମାନେ ମଧ୍ୟ ନାମ ଦରଖାସ୍ତ ଦେଇ ନାମ ପ୍ରତ୍ୟାହାର କରିପାରିବେ ।