Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»‘ବାୟୁସେନା ଚୟନ କେନ୍ଦ୍ର’ରେ ଜରୁରୀକାଳୀନ ପ୍ରଥମ ପ୍ରତିକ୍ରିୟାକାରୀ ପ୍ରଶିକ୍ଷଣ
ଆଜିର ଖବର

‘ବାୟୁସେନା ଚୟନ କେନ୍ଦ୍ର’ରେ ଜରୁରୀକାଳୀନ ପ୍ରଥମ ପ୍ରତିକ୍ରିୟାକାରୀ ପ୍ରଶିକ୍ଷଣ

November 22, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
'ବାୟୁସେନା ଚୟନ କେନ୍ଦ୍ର'ରେ ଜରୁରୀକାଳୀନ ପ୍ରଥମ ପ୍ରତିକ୍ରିୟାକାରୀ ପ୍ରଶିକ୍ଷଣ
'ବାୟୁସେନା ଚୟନ କେନ୍ଦ୍ର'ରେ ଜରୁରୀକାଳୀନ ପ୍ରଥମ ପ୍ରତିକ୍ରିୟାକାରୀ ପ୍ରଶିକ୍ଷଣ

ଭୁବନେଶ୍ଵର: ୧୦୮ ଆମ୍ବୁଲାନ୍ସ ପରିଚାଳନା ସଂସ୍ଥା ଏମ୍ରୀ ଗ୍ରୀନ ହେଲଥ ସର୍ଭିସେସ ଟିମ ଦ୍ଵାରା ଭୁବନେଶ୍ୱରର ‘ବାୟୁସେନା ଚୟନ କେନ୍ଦ୍ର’ରେ ଏକ ଜରୁରୀକାଳୀନ ପ୍ରଥମ ପ୍ରତିକ୍ରିୟାକାରୀ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।

ଏହି କାର୍ଯ୍ୟକ୍ରମରେ ଗ୍ରୁପ୍ କ୍ୟାପଟେନ୍ ସଞ୍ଜୟ ପଟ୍ଟନାୟକଙ୍କ ସହ ତାଙ୍କର ସମ୍ପୂର୍ଣ୍ଣ ଟିମ୍ ଏବଂ ପରିବାରବର୍ଗ ଉପସ୍ଥିତ ରହିଥିଲେ। ୨୦୧୩ ମାର୍ଚ୍ଚ ୫ରୁ ରାଜ୍ୟରେ ଆରମ୍ଭ ହୋଇଥିବା ୧୦୮ ଆମ୍ବୁଲାନ୍ସ, ଜରୁରୀକାଳୀନ ଚିକିତ୍ସା ସେବା କ୍ଷେତ୍ରରେ ଓଡ଼ିଶାବାସୀଙ୍କ ପ୍ରତି ଦେଇଆସୁଥିବା ଅବିରତ ସେବା ଓ ଏହାର କାର୍ଯ୍ୟକାରିତା ବିଷୟରେ ଅଲୋଚନା ହୋଇଥିଲା।

ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ଏମ୍ରୀ ଗ୍ରୀନ ହେଲଥ ସର୍ଭିସେସ ର ତାଲିମ ପ୍ରାପ୍ତ ପ୍ରଶିକ୍ଷକ ପ୍ରମିତ ପ୍ରୀତିଦର୍ଶନ ପଣ୍ଡା ପରିଚାଳିତ କରିଥିଲେ। ସେ ଉପସ୍ଥିତ ଥିବା ସମସ୍ତ ଅଂଶଗ୍ରହଣକାରୀଙ୍କୁ ହୃଦ୍‌ଘାତ, ମୂର୍ଚ୍ଛା ଯିବା, ନିଶ୍ୱାସ ନେବାରେ ଅସୁବିଧା, ରକ୍ତସ୍ରାବ ନିୟନ୍ତ୍ରଣ, ସ୍ପ୍ଲିଣ୍ଟିଂ, ବ୍ୟାଣ୍ଡେଜ୍, କୀଟପତଙ୍ଗ କାମୁଡ଼ା, ପଶୁ ଆକ୍ରମଣ ଓ ସାପ କାମୁଡ଼ା ପରି ଜରୁରୀକାଳୀନ ପରିସ୍ଥିତିରେ କିପରି ଜରୁରୀକାଳିନ ପ୍ରାଥମିକ ଚିକିତ୍ସା ଯୋଗାଇ ଦିଆଯାଇପାରିବ, ତାହା ସମ୍ବନ୍ଧିତ ପ୍ରାୟୋଗିକ ପ୍ରଶିକ୍ଷଣ ସହିତ କାର୍ଯକ୍ରମକୁ ଆଗକୁ ନେଇଥିଲେ। ଏହି କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଥିଲା ହୃଦ୍‌ଘାତ ମାମଲା ପାଇଁ ଜୀବନରକ୍ଷାକାରୀ ପ୍ରଣାଳୀ ବା କାର୍ଡିଓପଲମୋନାରୀ ରିସାସିଟେସନ୍ (ସିପିଆର) ପ୍ରଶିକ୍ଷଣ।

ଗ୍ରୁପ୍ କ୍ୟାପଟେନ୍ ସଞ୍ଜୟ ପଟ୍ଟନାୟକ ଏହି ପ୍ରଶିକ୍ଷଣ ପଦକ୍ଷେପକୁ ସ୍ୱାଗତ କରିଥିଲେ ଏବଂ ଓଡ଼ିଶାରେ ଏକାଧିକ ସ୍ଥାନରେ ଏହି ସଚେତନତା କାର୍ଯ୍ୟକ୍ରମ କରିବା ପାଇଁ ପ୍ରୋତ୍ସାହିତ କରିଥିଲେ।

ଓଡ଼ିଶାରେ ଏମ୍ରି ଗ୍ରୀନ ହେଲଥ ସର୍ଭିସେସ ଦ୍ୱାରା ପରିଚାଳିତ ୧୦୮ ଆମ୍ବୁଲାନ୍ସ ସେବା, ଜରୁରୀକାଳୀନ ସମୟରେ ନାଗରିକଙ୍କ ସେବା କ୍ଷମତା ବୃଦ୍ଧି କରିବା ଓ ସଚେତନତା ପ୍ରସାର ପାଇଁ ସଦା ପ୍ରତିବଦ୍ଧ ରହିଛି ଏବଂ ଏହି ଭଳି କାର୍ଯ୍ୟକ୍ରମ ସାରା ଓଡ଼ିଶାରେ ଆୟୋଜନ କରାଯାଇ ଜନସାଧାରଣମାନଙ୍କୁ କିପରି ଜରୁରୀକାଳୀନ ପ୍ରାଥମିକ ଚିକିତ୍ସାର ପ୍ରଶିକ୍ଷଣ ଦିଆଯାଇପାରିବ ସେଥି ପ୍ରତି ଧ୍ୟାନ ଦିଆଯାଉଛି।

ଏମ୍ରୀ ଗ୍ରୀନ ହେଲଥ ସର୍ଭିସେସ ଏୟାରମ୍ୟାନ ସିଲେକ୍ସନ ସେଣ୍ଟର୍ ଜରୁରୀକାଳୀନ ପ୍ରଥମ ପ୍ରତିକ୍ରିୟାକାରୀ ବରମୁଣ୍ଡା ବାୟୁସେନା ଚୟନ କେନ୍ଦ୍ର'
Share. Facebook Twitter LinkedIn Email WhatsApp Copy Link

Related Posts

ରାଉଲକେଲାରେ ଚାର୍ଟର୍ଡ ବିମାନ ଦୁର୍ଘଟଣାଗ୍ରସ୍ତ: ପାଇଲଟ୍ ସମେତ ୬ ଜଣ ଗୁରୁତର

January 10, 2026

ଅଜଣା ଗାଡ଼ି ଧକ୍କାରେ ମହିଳାଙ୍କ ମୃତ୍ୟୁ

January 10, 2026

ଦୁଇ ଦିନରେ ସୁନା ଦର ୨୪,୬୦୦କୁ ବୃଦ୍ଧି: ଜାଣନ୍ତୁ ଆଜିର ମୂଲ୍ୟ

January 10, 2026

ଜାନୁଆରି ୨୦୨୬ ଶିକ୍ଷା ସତ୍ର ପାଇଁ ‘ଇଗ୍ନୋ’ ରେ ନାମଲେଖା ଆରମ୍ଭ

January 10, 2026
Latest News

ରାଉଲକେଲାରେ ଚାର୍ଟର୍ଡ ବିମାନ ଦୁର୍ଘଟଣାଗ୍ରସ୍ତ: ପାଇଲଟ୍ ସମେତ ୬ ଜଣ ଗୁରୁତର

January 10, 2026

ପିଏମ କିଷାନ ଯୋଜନା: ଶୀଘ୍ର କରନ୍ତୁ ଏହି କାମ, ନଚେତ୍ ବନ୍ଦ ହୋଇଯିବ ଆପଣଙ୍କର 22ତମ କିସ୍ତି

January 10, 2026

ଅଜଣା ଗାଡ଼ି ଧକ୍କାରେ ମହିଳାଙ୍କ ମୃତ୍ୟୁ

January 10, 2026

ଦୁଇ ଦିନରେ ସୁନା ଦର ୨୪,୬୦୦କୁ ବୃଦ୍ଧି: ଜାଣନ୍ତୁ ଆଜିର ମୂଲ୍ୟ

January 10, 2026

ଜାନୁଆରି ୨୦୨୬ ଶିକ୍ଷା ସତ୍ର ପାଇଁ ‘ଇଗ୍ନୋ’ ରେ ନାମଲେଖା ଆରମ୍ଭ

January 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.