ଜମ୍ମୁକାଶ୍ମୀରରେ ଧାରା ୩୭୦କୁ ଦୁର୍ବଳ କରିବା ଓ ରାଜ୍ୟକୁ କେନ୍ଦ୍ର ଶାସିତ ପ୍ରଦେଶ କରିବା ନେଇ କେନ୍ଦ୍ରସରକାରଙ୍କ ନିଷ୍ପତ୍ତିକୁ ନେଇ ରାହୁଲ୍ ଗାନ୍ଧି ପ୍ରତିକ୍ରିୟା ଦେଇଛନ୍ତି । ରାହୁଲ୍ ଗାନ୍ଧି ଏହି ବିଷୟ ଉପରେ ମଙ୍ଗଳବାର ଏକ ଟୁଇଟ୍ କରିଛନ୍ତି । ରାହୁଲ୍ କହିଛନ୍ତି ଯେ, ଏହି ମାମଲାରେ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ସମ୍ବିଧାନର ଉଲ୍ଲଂଘନ କରୁଛି ଏବଂ ଏହା ରାଷ୍ଟ୍ରୀୟ ସୁରକ୍ଷାକୁ ମଧ୍ୟ ବିପଦରେ ପକାଇବ । ରାଷ୍ଟ୍ରୀୟ ଅଖଣ୍ଡତା ପାଇଁ ଜମ୍ମୁ କାଶ୍ମୀରରକୁ ଏକତରଫା ଭାବରେ ଭାଗ କରାଯାଇପାରିବ ନାହିଁ । ଦେଶ ଲୋକଙ୍କୁ ନେଇ ନିର୍ମାଣ ହୋଇଥାଏ, ଭୂମିବା କ୍ଷେତ୍ରକୁ ନେଇ ନୁହେଁ । କାର୍ଯ୍ୟକାରୀ ଶକ୍ତିର ଦୂରପୁଯୋଗ କରିବା ଆମ ରାଷ୍ଟ୍ରୀୟ ସୁରକ୍ଷାକୁ ଗୁରୁତର ବିପଦରେ ପକାଇ ପାରେ । କେନ୍ଦ୍ର ସରକାରଙ୍କ ଏହି ଐତିହାସିକ ନିଷ୍ପତ୍ତିକୁ କଂଗ୍ରେସ ଦଳ ଦୃଢ ବିରୋଧ କରୁଛି । ରାଜ୍ୟସଭାରେ ମଧ୍ୟ ଜମ୍ମୁକାଶ୍ମୀର ପୁର୍ନଗଠିତ ବିଲ୍ ବିପକ୍ଷରେ କଂଗ୍ରେସ ଭୋଟ୍ ଦେଇଛି । ସେହିପରି କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ ସଦନରେ ଏହି ବିଲ୍କୁ ଅଣସାମ୍ବିଧାନିକ ବୋଲି ଦର୍ଶାଇଛନ୍ତି ।