ଗତକାଲି 600 ପଏଣ୍ଟ ତଳକୁ ଖସିଥିବା ସେନସେକ୍ସ ଆଜି ଉପରକୁ ଉଠିଛି । ମଙ୍ଗଳବାର ଦିନ ସେନସେକ୍ସ 200 ପଏଣ୍ଟ ଉପରକୁ ଉଠିଥିବା ବେଳେ ନିଫ୍ଟୀ 60 ପଏଣ୍ଟ ଉପରକୁ ଉଠିଛି । ଏହା ସହିତ ନିଫ୍ଟୀ ପୁନର୍ବାର 10900 ପଏଣ୍ଟରେ ପହଞ୍ଚି 11 ହଜାର ପଏଣ୍ଟର ନିକଟତର ହୋଇଛି । ଏହି ସମୟରେ ବ୍ୟାଙ୍କିଙ୍ଗ ଏବଂ ଅଟୋ ମୋବାଇଲ୍ ସେକ୍ଟରର ସେୟାରରେ ବୃଦ୍ଧି ଘଟିଛି । ସେନସେକ୍ସ 214.59 ପଏଣ୍ଟ ବୃଦ୍ଧି ସହିତ 36914.80 ପଏଣ୍ଟରେ ପହଞ୍ଚିଛି । ସେହିପରି ନିଫ୍ଟୀ ଏହି ସମୟରେ 68.65 ପଏଣ୍ଟ ବୃଦ୍ଧି ସହିତ 10931.25 ପଏଣ୍ଟରେ ପହଞ୍ଚିଛି । ସେନସେକ୍ସ ଏବଂ ନିଫ୍ଟୀର ଅଭିବୃଦ୍ଧି ହାର ଯଥାକ୍ରମେ 0.59 ପ୍ରତିଶତ ଏବଂ 0.63 ପ୍ରତିଶତ ରହିଛି । ଇଣ୍ଡସଇଣ୍ଡ ବ୍ୟାଙ୍କ, ହିରୋ ମୋଟୋକର୍ପ, ଟାଟା ମୋଟର୍ସ, ୟେସ୍ ବ୍ୟାଙ୍କ ଏବଂ ଆକ୍ସିସ୍ ବ୍ୟାଙ୍କର ଅଂଶଧନ ମୂଲ୍ୟରେ 1.07 ପ୍ରତିଶତ ବୃଦ୍ଧି ଘଟିଛି ।