Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କେଏଲ ରାହୁଲଙ୍କୁ ଅଧିନାୟକ ନିଯୁକ୍ତ: ଦକ୍ଷିଣ ଆଫ୍ରିକା ଦିନିକିଆ ସିରିଜ ପାଇଁ ଘୋଷଣା ହେଲା ଭାରତୀୟ ଦଳ
ଆଜିର ଖବର

କେଏଲ ରାହୁଲଙ୍କୁ ଅଧିନାୟକ ନିଯୁକ୍ତ: ଦକ୍ଷିଣ ଆଫ୍ରିକା ଦିନିକିଆ ସିରିଜ ପାଇଁ ଘୋଷଣା ହେଲା ଭାରତୀୟ ଦଳ

November 23, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
କେଏଲ ରାହୁଲ
ଦକ୍ଷିଣ ଆଫ୍ରିକା ବିରୋଧ ପ୍ରଥମ ODI ରେ କେତେ ନମ୍ବରରେ ଖେଳିବେ ରାହୁଲ?, କଲେ ଘୋଷଣା

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷ ଏକଦିବସୀୟ ସିରିଜରେ କେଏଲ ରାହୁଲ ଭାରତୀୟ ଦଳର ଅଧିନାୟକ ହେବେ। ବିସିସିଆଇ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ ପାଇଁ ୧୫ ଜଣିଆ ଭାରତୀୟ ଦଳ ଘୋଷଣା କରିଛି। ଶୁଭମନ ଗିଲ ତାଙ୍କ ବେକ ଆଘାତରୁ ସୁସ୍ଥ ହୋଇନାହାଁନ୍ତି ଏବଂ ତେଣୁ ସେ ଦଳରେ ନାହାନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜରେ ଖେଳିପାରି ନଥିବା ରବିନ୍ଦ୍ର ଜାଡେଜା ୫୦ ଓଭର ଫର୍ମାଟକୁ ଫେରିଛନ୍ତି।

ଦଳରେ ସାମିଲ ହେଲେ ରିଷଭ ପନ୍ତ

ପୂର୍ବରୁ ଅନେକ ଗଣମାଧ୍ୟମ ରିପୋର୍ଟରେ ଦାବି କରାଯାଇଥିଲା ଯେ, ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜରେ ରିଷଭ ପନ୍ତ ଟିମ୍ ଇଣ୍ଡିଆର ଅଧିନାୟକ ହେବେ। କିନ୍ତୁ ସମସ୍ତ ରିପୋର୍ଟ ମିଥ୍ୟା ସାବ୍ୟସ୍ତ ହୋଇଛି। ଚୟନ କମିଟି ଏହି ତିନି ମ୍ୟାଚ୍ ବିଶିଷ୍ଟ ସିରିଜ ପାଇଁ କେଏଲ ରାହୁଲଙ୍କୁ ଟିମ୍ ଇଣ୍ଡିଆର ଅଧିନାୟକ ନିଯୁକ୍ତ କରିଛି। ତଥାପି, ରିଷଭ ପନ୍ତ ମଧ୍ୟ ୧୫ ସଦସ୍ୟ ବିଶିଷ୍ଟ ଭାରତୀୟ ଦଳରେ ସାମିଲ ଅଛନ୍ତି।

ସିରାଜ ଏବଂ ବୁମରାଙ୍କୁ ଦଳରୁ ବାଦ:

ଦକ୍ଷିଣ ଆଫ୍ରିକା ଦିନିକିଆ ସିରିଜ ପାଇଁ ଷ୍ଟାର ଦ୍ରୁତ ବୋଲର ମହମ୍ମଦ ସିରାଜ ଏବଂ ଜସପ୍ରିତ ବୁମରାଙ୍କୁ ବିଶ୍ରାମ ଦିଆଯାଇଛି। ୧୫ ଜଣିଆ ଦଳରେ ଅଧିନାୟକ କେ.ଏଲ୍ ରାହୁଲ, ଋଷଭ ପନ୍ତ ଏବଂ ଧ୍ରୁଭ ଜୁରେଲ, ତିନି ୱିକେଟ୍ କିପର-ବ୍ୟାଟ୍ସମ୍ୟାନ୍ ଅଛନ୍ତି। ରବିନ୍ଦ୍ର ଜାଡେଜା, ୱାଶିଂଟନ୍ ସୁନ୍ଦର, ଏବଂ କୁଲଦୀପ ଯାଦବ ଏହି ତିନୋଟି ସ୍ପିନ୍ ବିକଳ୍ପ। ବରୁଣ ଚକ୍ରବର୍ତ୍ତୀଙ୍କୁ ବାଦ ଦିଆଯାଇଛି। ନୀତୀଶ କୁମାର ରେଡ୍ଡୀଙ୍କ ସହ ପ୍ରସିଦ୍ଦ କୃଷ୍ଣ, ହର୍ଷିତ ରାଣା ଏବଂ ଅର୍ଶଦୀପ ସିଂ ଏହି ତିନୋଟି ଦ୍ରୁତ ବୋଲିଂ ବିକଳ୍ପ ଅଟନ୍ତି।

ଦକ୍ଷିଣ ଆଫ୍ରିକା ବିପକ୍ଷ ODI ସିରିଜ୍ ପାଇଁ ୧୫ ସଦସ୍ୟ ବିଶିଷ୍ଟ ଭାରତୀୟ ଦଳ: ରୋହିତ ଶର୍ମା, ବିରାଟ କୋହଲି, ଯଶସ୍ୱୀ ଜୟସ୍ଵାଲ, ତିଲକ ବର୍ମା, କେ.ଏଲ୍ ରାହୁଲ, ଋଷଭ ପନ୍ତ, ୱାଶିଂଟନ୍ ସୁନ୍ଦର, ରବିନ୍ଦ୍ର ଜାଡେଜା, କୁଲଦୀପ ଯାଦବ, ନୀତୀଶ କୁମାର ରେଡ୍ଡୀ, ରୁତୁରାଜ ଗାଇକ୍ଵାଡ, ହର୍ଷିତ ରାଣା, ଧ୍ରୁବ ଜୁରେଲ, ପ୍ରସିଦ୍ଧ କୃଷ୍ଣ ଏବଂ ଅର୍ଶଦୀପ ସିଂ।

ଭାରତ-ଦକ୍ଷିଣ ଆଫ୍ରିକା ODI ସିରିଜ୍ କାର୍ଯ୍ୟସୂଚୀ:

ପ୍ରଥମ ODI – ନଭେମ୍ବର ୩୦ ତାରିଖ- ରାଞ୍ଚି
ଦ୍ୱିତୀୟ ODI – ଡିସେମ୍ବର ୩ ତାରିଖ- ରାୟପୁର
ତୃତୀୟ ODI – ଡିସେମ୍ବର ୬ ତାରିଖ- ବିଶାଖାପାଟନମ୍।

IND VS SA IND Vs SA ODI India Squad For South Africa
Share. Facebook Twitter LinkedIn Email WhatsApp Copy Link

Related Posts

ସୁରକ୍ଷା ଓ ଚାଳନା ଦକ୍ଷତା ବୃଦ୍ଧି ପାଇଁ ରେଳବାଇରେ ଏଆଇ ଓ ମେସିନ୍ ଲର୍ଣ୍ଣିଂର ବ୍ୟବହାର

March 12, 2026

ସଂସଦରେ ଅଭିବ୍ୟକ୍ତିର ସ୍ୱାଧୀନତା ଧାର୍ଯ୍ୟ ନିୟମାଧୀନ ଅଟେ: ଲୋକସଭା ବାଚସ୍ପତି

March 12, 2026

ଗ୍ରୀଷ୍ମ ପ୍ରବାହ ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି କ’ଣ?: ସ୍ପଷ୍ଟ କଲେ ମନ୍ତ୍ରୀ ସୁରେଶ ପୂଜାରୀ

March 12, 2026

ଲୋକସଭାରେ ପେଟ୍ରୋଲିୟମ ଏବଂ ପ୍ରାକୃତିକ ବାଷ୍ପ ମନ୍ତ୍ରୀଙ୍କ ବକ୍ତବ୍ୟ

March 12, 2026
Latest News

ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା: କଟକ, ସୁନ୍ଦରଗଡ଼ ଜିଲ୍ଲାରେ ସାମୂହିକ ବିବାହ ଆୟୋଜିତ

March 12, 2026

ସୁରକ୍ଷା ଓ ଚାଳନା ଦକ୍ଷତା ବୃଦ୍ଧି ପାଇଁ ରେଳବାଇରେ ଏଆଇ ଓ ମେସିନ୍ ଲର୍ଣ୍ଣିଂର ବ୍ୟବହାର

March 12, 2026

ସଂସଦରେ ଅଭିବ୍ୟକ୍ତିର ସ୍ୱାଧୀନତା ଧାର୍ଯ୍ୟ ନିୟମାଧୀନ ଅଟେ: ଲୋକସଭା ବାଚସ୍ପତି

March 12, 2026

ଗ୍ରୀଷ୍ମ ପ୍ରବାହ ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି କ’ଣ?: ସ୍ପଷ୍ଟ କଲେ ମନ୍ତ୍ରୀ ସୁରେଶ ପୂଜାରୀ

March 12, 2026

ଲୋକସଭାରେ ପେଟ୍ରୋଲିୟମ ଏବଂ ପ୍ରାକୃତିକ ବାଷ୍ପ ମନ୍ତ୍ରୀଙ୍କ ବକ୍ତବ୍ୟ

March 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.