ଟରଣ୍ଟୋ ଓପନର ପୂର୍ବତନ ଚାମ୍ପିୟନ୍ ତଥା ଓ୍ବିମ୍ବିଲଡନ୍ ଚାମ୍ପିୟନ୍ କାରୋଲିନ୍ ଓ୍ବାଜ୍ନିଆକି ଟରଣ୍ଟୋ ଓପନ୍ ଡବ୍ଲ୍ୟୁଟିଏ ଟେନିସ୍ ଟୁର୍ଣ୍ଣାମେଣ୍ଟର ଦ୍ବିତୀୟ ରାଉଣ୍ଡରେ ପହଞ୍ଚିଛି । 6-4 ଏବଂ 6-2 ସେଟ୍ରେ ୟୁଲିଆ ପୁତିନ୍ତ୍ସେଭାଙ୍କୁ ପରାସ୍ତ କରିଥିଲେ । ବିଶ୍ବ ମାନ୍ୟତାରେ 15 ତମ ସ୍ଥାନରେ ରହିଥିବା ଓ୍ବାଜନିଆକି ମାତ୍ର 90 ମିନିଟ୍ ସମୟୂ ନେଇ ଦ୍ବିତୀୟ ରାଉଣ୍ଡ ସ୍ଥାନ ସୁରକ୍ଷିତ କରିଥିଲେ । ବିଗତ ଏକ ବର୍ଷ ମଧ୍ୟରେ ଓ୍ବାଜ୍ନିଆକି କୌଣସି ଟାଇଟଲ୍ ହାସଲରେ ସଫଳ ହୋଇନଥିବା ବେଳେ ପରବର୍ତ୍ତୀ ରାଉଣ୍ଡରେ ବିଶ୍ବର ପୂର୍ବତନ ଏକ ନମ୍ବର ଖେଳାଳି ମାରିଆ ସାରାପୋଭାଙ୍କ ସମ୍ମୁଖୀନ ହେବେ । ସେହିପରି ଅନ୍ୟ ଦୁଇ ଖେଳାଳି ଆସଲେଘ ବାର୍ଟ୍ଟି ଏବଂ ନାଓମି ଓସାକାଙ୍କୁ ପ୍ରଥମ ରାଉଣ୍ଡ ବାଇ ମିଳିଛି ।


