ଚଳିତ ବର୍ଷ ଗାନ୍ଧି ମାର୍ଗ ପରିବର୍ତ୍ତେ ପ୍ରଦର୍ଶନୀ ପଡ଼ିଆରେ ରାଜ୍ୟ ସ୍ତରୀୟ ସ୍ୱାଧୀନତା ଦିବସ ଉତ୍ସବ ପାଳନ କରାଯିବ । ସବୁ ବର୍ଷ ଭଳି ଚଳିତ ବର୍ଷ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ଉତ୍ସବରେ ଜାତୀୟ ପତକା ଉତ୍ତୋଳନ କରିବେ । ଏହା ସହିତ ପରେଡରେ ଅଭିବାଦନ ଗ୍ରହଣ କରିବେ । ଏହି ପ୍ୟାରେଡ୍ ଉତ୍ସବରେ ୪ଟି ଗ୍ରୁପ୍ ଅଂଶଗ୍ରହଣ କରିବେ । ଏହି ଗ୍ରୁପ୍ ମଧ୍ୟରେ ରହିଛନ୍ତି – ଟେରିଟୋରିଆଲ୍ ଆର୍ମି, ତେଲେଙ୍ଗାନା ପୋଲିସ୍, ସେଣ୍ଟାଲ୍ ଆର୍ମଡ୍ର ପୋର୍ସ, ଓଡ଼ିଶା ସ୍ପେଶାଲ୍ ଆର୍ମ୍ରଡ୍ ପୋଲିସ୍ ପ୍ରମୁଖ । ଏନେଇ ସୂଚନା ଦେଇଛନ୍ତି ଟୁଇନ୍ ସିଟି କମିଶନର ସତ୍ୟଜିତ୍ ମହାନ୍ତି । ପୂର୍ବରୁ ପ୍ୟାରେଡ୍ ସ୍ଥାନ ପରିବର୍ତ୍ତନ ନେଇ ନିଷ୍ପତ୍ତି ନିଆଯାଇଥିଲା ଏବଂ ପ୍ୟାରେଡ୍ ପାଇଁ ପ୍ରଦର୍ଶନୀ ପଡ଼ିଆ, କଳିଙ୍ଗ ଷ୍ଟାଡିୟମ୍ ଓ ଏକାମ୍ରରେ ପରେଡ୍ ପାଇଁ ସ୍ଥାନ ଠିକ୍ କରିଥିଲେ । ସମସ୍ତ ସ୍ଥାନ ତଦାରଖ ପରେ ପ୍ରଦର୍ଶନୀ ପଡ଼ିଆକୁ ଚୟନ କରାଯାଇଛି ।


