Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜମ୍ମୁ କାଶ୍ମୀରରେ ଧାରା 370 ଉଚ୍ଛେଦ ପ୍ରସଙ୍ଗକୁ କମଲ୍‌ ହାସନଙ୍କ ସମାଲୋଚନା
ଆଜିର ଖବର

ଜମ୍ମୁ କାଶ୍ମୀରରେ ଧାରା 370 ଉଚ୍ଛେଦ ପ୍ରସଙ୍ଗକୁ କମଲ୍‌ ହାସନଙ୍କ ସମାଲୋଚନା

August 6, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ଜମ୍ମୁ କାଶ୍ମୀରରୁ ଧାରା 370 ଉଚ୍ଛେଦ କରିବା ନିମନ୍ତେ ଗତକାଲି ରାଜ୍ୟସଭାରେ ବିଲ୍‌ ପାଶ କରାଯାଇଥିଲା । ଏହି ବିଲ୍‌କୁ ମଞ୍ଜୁରୀ ପ୍ରଦାନ କରାଯିବା ପରେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଏହାକୁ ସମର୍ଥନ କରାଯାଇଥିବା ବେଳେ ଅନେକ ରାଜନୈତିକ ଦଳ ଏହାକୁ ବିରୋଧ କରିଥିଲେ । ମଙ୍ଗଳବାର ଦିନ ଅଭିନେତାରୁ ରାଜନେତା ବନିଥିବା କମଲ୍‌ ହାସନ୍‌ କେନ୍ଦ୍ର ସରକାରଙ୍କ ଏହି ପ୍ରଚେଷ୍ଟାକୁ ସମାଲୋଚନା କରିଛନ୍ତି । ଗତବର୍ଷ ନିଜର ରାଜନୈତିକ ଦଳ ମକ୍କଲ ନିଧି ମୟମ ଗଠନ କରିଥିବା ହାସନ ଏହାକୁ ଗଣତନ୍ତ୍ରର ହତ୍ୟା ବୋଲି ଅଭିହିତ କରିଛନ୍ତି । ଟିଏମ୍‌ସି ଏବଂ କଂଗ୍ରେସ ସହିତ ମିଳିତ ଭାବରେ ଏହି ବିଲ୍‌କୁ ବିରୋଧ କରିଛନ୍ତି କମଲ୍‌ ହାସନ୍‌ । ଏକ ନିୟମ ଲାଗୁ କରିବା ଆଦୌ ଗ୍ରହଣୀୟ ନୁହେଁ । ଏହି ବିଲ୍‌ ଦେଶରେ ଗଣତନ୍ତ୍ରର ହତ୍ୟା କରିଛି ଏବଂ ଏହି ବିଲ୍‌ ଲାଗୁ କରିବା ଦ୍ବାରା ବିଜେପି ମୁସ୍‌ଲିମ୍‌ ସମ୍ପ୍ରଦାୟକୁ ଦୁଇ ଭାଗ କରିବାକୁ ଚାହୁଁଛି ବୋଲି ହାସନ କହିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଗୃହମନ୍ତ୍ରୀ ଅମିତ ଶାହା ଗତକାଲି ରାଜ୍ୟସଭାରେ ଘୋଷଣା କରିବା ପରେ ଜମ୍ମୁ କାଶ୍ମୀର ଏବଂ ଲଦାଖକୁ କେନ୍ଦ୍ର ଶାସିତ ଅଞ୍ଚଳର ମାନ୍ୟତା ମିଳିଥିଲା । ବର୍ତ୍ତମାନ ଜମ୍ମୁ କାଶ୍ମୀରକୁ ସୁରକ୍ଷା ବଳଙ୍କ ଅଧୀନରେ ରଖାଯାଇଛି । ସୁରକ୍ଷା ବଳ ହଟିଲେ ଜନ ଆକ୍ରୋଶ ସୃଷ୍ଟି ହେବା ସହିତ ଦଙ୍ଗା ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି ହାସନ କହିଛନ୍ତି ।

Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ଦେଶବାସୀଙ୍କୁ ଉଦବୋଧନ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଜାଣନ୍ତୁ କେତେବେଳେ ଆଉ କଣ କହିବେ…

September 21, 2025

Odisha Anganbadi: ବିଜେପି ସରକାର ଆସିବା ପରେ ରାଜ୍ୟରେ ବଢିଛି ୭୦ଟି ଅଙ୍ଗନବାଡି କେନ୍ଦ୍ର

September 21, 2025

Foreign Tourist: ଗତ ବର୍ଷ ଓଡିଶାକୁ ଆସିଛନ୍ତି ୫୩ ହଜାରରୁ ଅଧିକ ବିଦେଶୀ ପର୍ଯ୍ୟଟକ

September 21, 2025

ଆଜି ଭାରତ-ପାକିସ୍ତାନ ଲଢେଇ: ଜାଣନ୍ତୁ କିପରି ମାଗଣାରେ ଦେଖିବେ ସମ୍ପୂର୍ଣ୍ଣ ମ୍ୟାଚ୍?

September 21, 2025
Latest News

ଆଜି ଦେଶବାସୀଙ୍କୁ ଉଦବୋଧନ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଜାଣନ୍ତୁ କେତେବେଳେ ଆଉ କଣ କହିବେ…

September 21, 2025

Odisha Anganbadi: ବିଜେପି ସରକାର ଆସିବା ପରେ ରାଜ୍ୟରେ ବଢିଛି ୭୦ଟି ଅଙ୍ଗନବାଡି କେନ୍ଦ୍ର

September 21, 2025

Foreign Tourist: ଗତ ବର୍ଷ ଓଡିଶାକୁ ଆସିଛନ୍ତି ୫୩ ହଜାରରୁ ଅଧିକ ବିଦେଶୀ ପର୍ଯ୍ୟଟକ

September 21, 2025

ଆଜି ଭାରତ-ପାକିସ୍ତାନ ଲଢେଇ: ଜାଣନ୍ତୁ କିପରି ମାଗଣାରେ ଦେଖିବେ ସମ୍ପୂର୍ଣ୍ଣ ମ୍ୟାଚ୍?

September 21, 2025

Chai Pe Charcha: ଭୁବନେଶ୍ବରର ଏକ ଛକର ଚା ପିଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

September 21, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.