Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜାତୀୟ ମହିଳା କମିଶନଙ୍କ ଖୋର୍ଦ୍ଧାରେ ଜନଶୁଣାଣି
ଆଜିର ଖବର

ଜାତୀୟ ମହିଳା କମିଶନଙ୍କ ଖୋର୍ଦ୍ଧାରେ ଜନଶୁଣାଣି

November 26, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଜାତୀୟ ମହିଳା କମିଶନଙ୍କ ଖୋର୍ଦ୍ଧାରେ ଜନଶୁଣାଣି
ଜାତୀୟ ମହିଳା କମିଶନଙ୍କ ଖୋର୍ଦ୍ଧାରେ ଜନଶୁଣାଣି

ଖୋର୍ଦ୍ଧା: ଆଜି ଜାତୀୟ ମହିଳା କମିଶନ ସଦସ୍ୟା ଡ. ଅର୍ଚ୍ଚନା ମଜୁମଦାରଙ୍କ ଅଧ୍ୟକ୍ଷତାରେ ଜାତୀୟ ମହିଳା କମିଶନ, ନୂଆ ଦିଲ୍ଲୀର ଏକ ତିନିଜଣିଆ ଟିମ୍ ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଜୟୀ ରାଜଗୁରୁ ସମ୍ମିଳନୀ କକ୍ଷରେ ଜାତୀୟ ମହିଳା କମିଶନଙ୍କ ନିକଟରେ ପଞ୍ଜୀକୃତ ହୋଇଥିବା ଖୋର୍ଦ୍ଧା ଜିଲ୍ଲାକୁ ନେଇ, ପୁରୀ, କଟକ, ଜଗତସିଂହପୁର, ନୟାଗଡ଼, ଗଞ୍ଜାମ ଓ ଭୁବନେଶ୍ୱରର ବିଭିନ୍ନ ଅଭିଯୋଗ ସମ୍ବନ୍ଧୀୟ ମହିଳା କେଶ୍ ଗୁଡ଼ିକର ଶୁଣାଣି କରିଥିଲେ।  ମହିଳା କମିଶନ ସଦସ୍ୟା ଡ. ମଜୁମଦାରଙ୍କ ସହିତ ମହିଳା କମିଶନ, ନୂଆ ଦିଲ୍ଲୀର କର୍ମକର୍ତ୍ତା ମନମୋହନ ଶର୍ମା, ନେହା ମହାଜନ ଗୁପ୍ତା, ଓଡ଼ିଶା ମହିଳା କମିଶନ ସଦସ୍ୟା  ଉର୍ମିଳା ମହାପାତ୍ର, ଜିଲ୍ଲାପାଳ ଏବଂ ଜିଲ୍ଲା ମାଜିଷ୍ଟ୍ରେଟ ଅମ୍ରିତ୍ ଋତୁରାଜ, ଆରକ୍ଷୀ ଅଧିକ୍ଷକ ବିବେକାନନ୍ଦ ଶର୍ମା, ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଉପମୁଖ୍ୟ ପ୍ରତିପକ୍ଷ ଓକିଲ ପ୍ରଫୁଲ୍ଲ କୁମାର ସାହୁ ଯୋଗଦେଇଥିଲେ।

ଜାତୀୟ ମହିଳା କମିଶନଙ୍କ ନିକଟରେ ପଞ୍ଜୀକୃତ ହୋଇଥିବା ୬ ଗୋଟି ଜିଲ୍ଲାର ମୋଟ ୯୬ ଗୋଟି ଅଭିଯୋଗ ତଥା କେଶ୍ ଗୁଡ଼ିକୁ ଡି. ମଜୁମଦାର ବିଚାର କରି ୨୬ ଗୋଟି ମହିଳା ନିର୍ଯ୍ୟାତନା କେଶ୍ ଗୁଡ଼ିକର ବିଚାର କରି ସମାଧାନ କରିଥିବା ବେଳେ ଅନ୍ୟ କେଶ୍ ଗୁଡ଼ିକର ତଦନ୍ତ ନିମନ୍ତେ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।  ଜାତୀୟ ମହିଳା କମିଶନଙ୍କ ଏହି ମହିଳା ଜନଶୁଣାଣିରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ସହଯୋଗ ପ୍ରଦାନ କରାଯାଇଥିଲା।

ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ସାଫଲ୍ୟ ମଣ୍ଡିତ ପ୍ରଧାନ, ଅତିରିକ୍ତ ଜିଲ୍ଲାପାଳ (ପ୍ରଶାସନ) ପ୍ରତାପ ଚନ୍ଦ୍ର ବେଉରାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଡେପୁଟୀ କଲେକ୍ଟର, ନ୍ୟାୟିକ, ଅନନ୍ୟା ସୃଷ୍ଟି ଶଥପଥୀ, ଡେପୁଟୀ କଲେକ୍ଟର, ରାଜସ୍ବ ନିବେଦିତା ପରିଡ଼ା, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ କୁସୁମ କୁମାରୀ ପ୍ରହରାଜ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବାଣିଶ୍ରୀ ପଟ୍ଟନାୟକ ପ୍ରମୁଖ କେଶ୍ ଗୁଡ଼ିକର ବିଚାର କରିବାରେ ସହଯୋଗ ପ୍ରଦାନ କରିଥିଲେ।

ଆଜିର ଏହି ଜାତୀୟ ମହିଳା କମିଶନ,ନୂଆଦିଲ୍ଲୀ ଙ୍କ ମହିଳା ଜନଶୁଣାଣି (ଜନ ଶୁନ ୱାୟୀ) ରେ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ, ଖୋର୍ଦ୍ଧା, ଲକ୍ଷ୍ମଣ କୁମାର ବେହେରା ଙ୍କ ସମେତ ସଂପୃକ୍ତ ୬ ଗୋଟି ଜିଲ୍ଲାର ବରିଷ୍ଟ ପୋଲିସ୍ ଅଧିକାରୀ, ଥାନା ଅଧିକାରୀ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ,ଓକିଲ , ଅଭିଯୋଗ କାରୀ ପକ୍ଷ ଓ ପ୍ରତିପକ୍ଷ ଏବଂ ଗଣମାଧ୍ୟମ ପ୍ରତିନିଧି ବୃନ୍ଦ ଯୋଗଦେଇଥିଲେ।

ଜାତୀୟ ମହିଳା କମିଶନ ଡ. ଅର୍ଚ୍ଚନା ମଜୁମଦାର
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟସଭା ନିର୍ବାଚନ ପାଇଁ ବଢିବ ସମସ୍ୟା!: ହ୍ରାସ ପାଉଛି ମଧ୍ୟପ୍ରଦେଶରେ କଂଗ୍ରେସ ବିଧାୟକଙ୍କ ସଂଖ୍ୟା

April 3, 2026

ଆଜି ଚେନ୍ନାଇ ଏବଂ ପଞ୍ଜାବ ମଧ୍ୟରେ ଲଢେଇ: ଜାଣନ୍ତୁ ପ୍ଲେଇଂ ଇଲେଭେନ୍, ପିଚ୍ ରିପୋର୍ଟ ଏବଂ ପାଣିପାଗ

April 3, 2026

ମଧୁମେହରେ ପଣସର ବ୍ୟବହାର କିପରି ଲାଭଦାୟକ? ଜାଣନ୍ତୁ…

April 3, 2026

ବ୍ରହ୍ମପୁର ପୌର ନିଗମର ଷ୍ଟାଣ୍ଡିଂ କମିଟି ବୈଠକ

April 3, 2026
Latest News

ରାଜ୍ୟସଭା ନିର୍ବାଚନ ପାଇଁ ବଢିବ ସମସ୍ୟା!: ହ୍ରାସ ପାଉଛି ମଧ୍ୟପ୍ରଦେଶରେ କଂଗ୍ରେସ ବିଧାୟକଙ୍କ ସଂଖ୍ୟା

April 3, 2026

କିପରି ମନୋନୀତ ହେବେ ବିହାରର ନୂତନ ମୁଖ୍ୟମନ୍ତ୍ରୀ?: ପୂର୍ବତନ ସାଂସଦଙ୍କ ଆଶ୍ଚର୍ଯ୍ୟଜନକ ବିବୃତ୍ତି

April 3, 2026

ଆଜି ଚେନ୍ନାଇ ଏବଂ ପଞ୍ଜାବ ମଧ୍ୟରେ ଲଢେଇ: ଜାଣନ୍ତୁ ପ୍ଲେଇଂ ଇଲେଭେନ୍, ପିଚ୍ ରିପୋର୍ଟ ଏବଂ ପାଣିପାଗ

April 3, 2026

ମଧୁମେହରେ ପଣସର ବ୍ୟବହାର କିପରି ଲାଭଦାୟକ? ଜାଣନ୍ତୁ…

April 3, 2026

‘ମୋର ନୀରବତାକୁ ପରାଜୟ ବୋଲି ଭାବନ୍ତୁ ନାହିଁ’: ଆଉ ଏକ ଭିଡିଓ ଜାରି କରି କହିଲେ ରାଘବ ଚଢା

April 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.