ଉନ୍ନାଓ ଗଣଦୁଷ୍କର୍ମ ମାମଲା : ପୀଡିତାଙ୍କ ସୁରକ୍ଷା ବ୍ୟବସ୍ଥାର ରିପୋର୍ଟ ମାଗିଲେ ସୁପ୍ରିମକୋର୍ଟ

Published: Aug 6, 2019, 4:39 pm IST

ସୁପ୍ରିମକୋର୍ଟ ଉନ୍ନାଓ ବଳାତ୍କାର କାଣ୍ଡର ପୀଡିତା ଓ ତାଙ୍କର ପରିବାରଙ୍କୁ ସିବିଆଇ ଦ୍ୱାରା ଯୋଗେଇ ଦିଆଯାଇଥିବା ସୁରକ୍ଷା ବ୍ୟବସ୍ଥାକୁ ନେଇ ରିପୋର୍ଟ ମାଗିଛନ୍ତି । ପୀଡିତା ଓ ତାଙ୍କ ପରିବାରଙ୍କୁ ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶରେ ଦିଲ୍ଲୀ ସ୍ଥାନାନ୍ତରିତ କରାଯାଇଛି । ପୀଡିତାଙ୍କର ଓକିଲଙ୍କୁ ମଧ୍ୟ ଲକ୍ଷ୍ନୌରୁ ଦିଲ୍ଲୀର ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାର ଟ୍ରୋମା ସେଣ୍ଟରରେ ସ୍ଥାନାନ୍ତରିତ କରାଯାଇଛି । ସୂଚନାନୁଯାୟୀ, ଉନ୍ନାଓ ଗଣଦୁଷ୍କର୍ମର ପୀଡିତାଙ୍କୁ ଗତକାଲି କଡା ସୁରକ୍ଷା ମଧ୍ୟରେ ଏୟାରଲିପ୍ଟ କରି ଦିଲ୍ଲୀର ଏମ୍ସ ହସ୍ପିଟାଲରେ ଭର୍ତି କରାଯାଇଛି । କେଜିଏମୟୁର ପ୍ରଭାରୀ କହିଛନ୍ତି କି, ଓକିଲ ଏବେ କୋମାରେ ଅଛନ୍ତି ।

Related posts