Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସୋଆରେ ଇନ୍‌ଷ୍ଟିଚ୍ୟୁସନ୍‌ସ ଇନୋଭେସନ୍ କାଉନ୍‌ସିଲ୍‌ର ଆଂଚଳିକ ସମ୍ମିଳନୀ ଆୟୋଜିତ
ଆଜିର ଖବର

ସୋଆରେ ଇନ୍‌ଷ୍ଟିଚ୍ୟୁସନ୍‌ସ ଇନୋଭେସନ୍ କାଉନ୍‌ସିଲ୍‌ର ଆଂଚଳିକ ସମ୍ମିଳନୀ ଆୟୋଜିତ

November 26, 2025No Comments3 Mins Read
Share Facebook Twitter LinkedIn Email WhatsApp Copy Link
ସୋଆରେ ଇନ୍‌ଷ୍ଟିଚ୍ୟୁସନ୍‌ସ ଇନୋଭେସନ୍ କାଉନ୍‌ସିଲ୍‌ର ଆଂଚଳିକ ସମ୍ମିଳନୀ ଆୟୋଜିତ
ସୋଆରେ ଇନ୍‌ଷ୍ଟିଚ୍ୟୁସନ୍‌ସ ଇନୋଭେସନ୍ କାଉନ୍‌ସିଲ୍‌ର ଆଂଚଳିକ ସମ୍ମିଳନୀ ଆୟୋଜିତ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ ଡିମ୍‌ଡ ବିଶ୍ୱବିଦ୍ୟାଳୟରେ ମଙ୍ଗଳବାର ଇନ୍‌ଷ୍ଟିଚ୍ୟୁସନ୍‌ସ ଇନୋଭେସନ୍ କାଉନ୍‌ସିଲ୍ (ଆଇଆଇସି) ର ୨୦୨୫ ନିମନ୍ତେ ଆଂଚଳିକ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଏହି ସମ୍ମିଳନୀରେ ପୂର୍ବ ଭାରତର ଉଚ୍ଚ ଶିକ୍ଷାନୁଷ୍ଠାନ ଗୁଡ଼ିକରୁ ଶିକ୍ଷା କ୍ଷେତ୍ରର ନେତୃବର୍ଗ, ନୀତି ନିର୍ଦ୍ଧାରକ, ଇନ୍‌କ୍ୟୁବେସନ୍ ମ୍ୟାନେଜର, ବିଭିନ୍ନ ଷ୍ଟାର୍ଟ -ଅପ୍ ସ୍ଥାପକ ତଥା ଶିଳ୍ପ ଏବଂ ଉଦ୍‌ଭାବନ କ୍ଷେତ୍ରରେ ଅଗ୍ରଣୀ ଭୂମିକା ନେଇଥିବା ୫୦୦ ରୁ ଊର୍ଦ୍ଧ୍ୱ ବ୍ୟକ୍ତି ଗୋଟିଏ ପ୍ଲାଟଫର୍ମରେ ଏକତ୍ରିତ ହୋଇଥିଲେ।

କେନ୍ଦ୍ର ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ଅନ୍ତର୍ଗତ ଅଲ୍ ଇଣ୍ଡିଆ କାଉନ୍‌ସିଲ୍ ଫର ଟେକ୍ନିକାଲ୍ ଏଜୁକେସନ୍ (ଏଆଇସିଟିଇ)ର ଇନୋଭେସନ୍ ସେଲ୍ ପକ୍ଷରୁ ଆୟୋଜିତ ଏହି ସମ୍ମିଳନୀରେ ଭାରତର ଉଦ୍‌ଭାବନ ଏବଂ ଉଦ୍ୟୋଗୀକରଣ ମାନଚିତ୍ରକୁ ସୁଦୃଢ଼ କରିବା ଲକ୍ଷ୍ୟ ନେଇ ବିଭିନ୍ନ ଶିକ୍ଷାନୁଷ୍ଠାନ ମଧ୍ୟରେ ପାରସ୍ପରିକ ଆଲୋଚନା, ଉଦ୍‌ଭାବନ ଏବଂ ଷ୍ଟାର୍ଟ-ଅପ ସମ୍ବନ୍ଧୀୟ ପ୍ରଦର୍ଶନୀ, ବିଶେଷଜ୍ଞଙ୍କ ଦ୍ୱାରା ତଥ୍ୟ ଉପସ୍ଥାପନ ଏବଂ ବିଭିନ୍ନ ପାନେଲ ଆଲୋଚନା ପ୍ରଭୃତି ଆୟୋଜନ କରାଯାଇଥିଲା।

ସୋଆ କ୍ୟାମ୍ପସ-୨ରେ ଆୟୋଜିତ ଏହି ସମ୍ମିଳନୀରେ ଏଆଇସିଟିଇର ଆସିଷ୍ଟାଂଟ ଇନୋଭେସନ୍ ଡାଇରେକ୍ଟର ଡକ୍ଟର ଦୀପନ ସାହୁ ପରିଚାଳନା କରିଥିବା ବେଳେ ଶିକ୍ଷା କ୍ଷେତ୍ରରେ ଉଦ୍‌ଭାବନକୁ ଏକ ନୂତନ ଦିଗ ଦେବା ଲକ୍ଷ୍ୟ ନେଇ ଆଇଆଇସିକୁ ସାରା ଦେଶରେ ଆରମ୍ଭ କରାଯାଇଥିବା ବେଳେ ଏହା ବର୍ତମାନ ଦେଶର ୩୬ ଟି ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଂଚଳର ୧୬,୦୦୦ ଉଚ୍ଚ ଶିକ୍ଷା କେନ୍ଦ୍ରରେ ନିଜର କାୟା ବିସ୍ତାର କରିଛି ବୋଲି ସୂଚନା ଦେଇଥିଲେ।

କାର୍ଯ୍ୟକ୍ରମକୁ ଏଆଇସିଟିଇର ଅଧ୍ୟକ୍ଷ ପ୍ରଫେସର ଟି.ଜି. ସୀତାରାମ ଦିଲ୍ଲୀସ୍ଥିତ ଏଆଇସିଟିଇ ମୁଖ୍ୟ କାର୍ଯ୍ୟାଳୟରୁ ଭର୍ଚୁଆଲି ଉଦ୍‌ଘାଟନ କରିବା ସହ ସାରା ଦେଶର ଶିକ୍ଷାନୁଷ୍ଠାନ ଗୁଡ଼ିକରେ ଉଦ୍‌ଭାବନ ପ୍ରକ୍ରିୟାକୁ ଅଧିକ ତ୍ୱରାନ୍ୱିତ କରିବା ସହ କ୍ୟାମ୍ପସ ଗୁଡ଼ିକରେ ବୈଷୟିକ ନେତୃତ୍ୱକୁ ଅଧିକ ଗୁରୁତ୍ୱ ଦେବା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ।

କାର୍ଯ୍ୟକ୍ରମରେ ଭାରତ ସରକାରଙ୍କ ଟେଲିକମ୍ ସେକ୍ଟର ସ୍କିଲ କାଉନ୍‌ସିଲର ପୂର୍ବତନ ସିଇଓ ଡକ୍ଟର ଯଦୁମଣୀ ଜେନା, ଭାରତ ସରକାରଙ୍କ ଜାତୀୟ ଗବେଷଣା ବିକାଶ ଆୟୋଗର ସିନିୟର ରିଜିଓନାଲ୍ ମ୍ୟାନେଜର ଡକ୍ଟର ବିଜୟ କୁମାର ସାହୁ, ବିଶାଖାପାଟଣା ସ୍ଥିତ ରତନ ଟାଟା ଇନୋଭେସନ ହବ୍‌ର ସିଇଓ ଶ୍ରୀ ରବି ଇଶ୍ୱାରୁପୁ, ଆଇଆଇଟି ବମ୍ବେର ପ୍ରଫେସର ଏମରିଟସ ପ୍ରଫେସର ଦୀପକ ବି. ପାଠକ ଯୋଗ ଦେଇ ଉଦ୍‌ଭାବନ, ଟେକ୍ନୋଲଜି ସଲ୍ୟୁସନ୍ ଏବଂ ଏଥି ସହିତ ଶୈକ୍ଷିକ ଇନ୍‌କ୍ୟୁବେଟରର ଗୁରୁତ୍ୱ ଉପରେ ବକ୍ତବ୍ୟ ରଖିଥିଲେ।

ଓଡ଼ିଶା ସରକାରଙ୍କ ଅଧିନସ୍ଥ ଷ୍ଟାର୍ଟ-ଅପ୍ ଓଡ଼ିଶାର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ରଶ୍ମିତା ପଣ୍ଡା ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଯୁବ ଉଦ୍‌ଭାବନକାରୀ ଏବଂ ଅନୁଷ୍ଠାନଗୁଡ଼ିକୁ ଓଡ଼ିଶା ସରକାର କିଭଳି ପ୍ରୋତ୍ସାହନ ଦେଉଛନ୍ତି ଏବଂ ଓଡ଼ିଶାର ଷ୍ଟାର୍ଟଅପ୍‌ଗୁଡ଼ିକୁ କେଉଁଭଳି ଭାବରେ ବିଶ୍ୱସ୍ତରୀୟ ମାନ୍ୟତା ଦିଆଯାଇପାରିବ ସେ ସମ୍ପର୍କରେ ମତ ରଖିଥିଲେ।
କାର୍ଯ୍ୟକ୍ରମରେ ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଯୋଗ ଦେଇ ସୋଆ ବିଶ୍ୱବିଦ୍ୟାଳୟରେ କିଭଳି ଉଦ୍‌ଭାବନ ସମ୍ପର୍କିତ ଶୈକ୍ଷିକ ଉତ୍କର୍ଷତା ଓ ଛାତ୍ରଛାତ୍ରୀଙ୍କୁ ଗବେଷଣା କ୍ଷେତ୍ରରେ ପ୍ରୋତ୍ସାହିତ କରାଯାଉଛି ସେ ସମ୍ପର୍କରେ ମତ ରଖିଥିଲେ।

ଆଇଆଇଟି ମାଡ୍ରାସର ପ୍ରଫେସର ଅଶୋକ ଝୁନଝୁନୱାଲା ଭର୍ଚୁଆଲୀ ବକ୍ତବ୍ୟ ପ୍ରଦାନ କରିବା ସହ ଭାରତରେ ଉଦ୍‌ଭାବନ ଯାତ୍ରାର ମାଇଲଖୁଂଟ ଓ ଆହ୍ୱାନ ତଥା ଏହି କ୍ଷେତ୍ରରେ ଆଗ ବଢ଼ିବାରେ କ୍ଷତି ସହ୍ୟ କରିବାକୁ ପ୍ରସ୍ତୁତ ମନୋଭାବ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ।

ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଏଆଇସିଟିଇ ମୁଖ୍ୟ କାର୍ଯ୍ୟାଳୟରୁ ଉପାଧ୍ୟକ୍ଷ ଡକ୍ଟର ଅଭୟ ଜେରେ ଏବଂ ମେମ୍ବର ସେକ୍ରେଟାରୀ ପ୍ରଫେସର ଶ୍ୟାମା ରଥ ଯୋଗ ଦେଇ ଭାରତର ବିଭିନ୍ନ ବିଶ୍ୱବିଦ୍ୟାଳୟ ଗୁଡ଼ିକରେ ପ୍ରତିଯୋଗିତାମୂଳକ ଉଦ୍‌ଭାବନ ବାତାବରଣ ସୃଷ୍ଟି କରାଯିବା ସହ ଅନୁଦାନ ଏବଂ ସହଭାଗିତାରେ ମଧ୍ୟ ନୂତନ ରାସ୍ତା ଘୋଷଣା କରାଯିବା ବିଷୟରେ ମନ୍ତବ୍ୟ ରଖିଥିଲେ।

ଏହି ଅବସରରେ ବିଭିନ୍ନ ଷ୍ଟାର୍ଟ-ଅପ୍‌ର ପ୍ରଦର୍ଶନୀ କରାଯାଇଥିବା ବେଳେ ଏଆଇସିଟିଇର ପୂର୍ବତନ ଅଧ୍ୟକ୍ଷ ତଥା ସୋଆ ଆନ୍ତର୍ଜାତିକ ଉପଦେଷ୍ଟା ମଣ୍ଡଳୀର ଅଧ୍ୟକ୍ଷ ଓ ଆଇଆଇଟି ଖଡ଼ଗପୁରର ପୂର୍ବତନ ନିର୍ଦ୍ଦେଶକ ପ୍ରଫେସର ଦାମୋଦର ଆଚାର୍ଯ୍ୟ ଉଦ୍‌ଘାଟନ କରିଥିଲେ। ଏଆଇସି-ସୋଆ ଫାଉଣ୍ଡେସନ୍ ଏବଂ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚର ନିର୍ଦ୍ଦେଶକ ପ୍ରଫେସର ମାନସ କୁମାର ମଲ୍ଲିକ ବିଭିନ୍ନ ଇନୋଭେଟରମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ।

ଶିକ୍ଷା ଓ ଅନୁସନ୍ଧାନ
Share. Facebook Twitter LinkedIn Email WhatsApp Copy Link

Related Posts

କେତେ ବଢିଲା ସୁନା ଓ ରୂପା ମୂଲ୍ୟ?: ଜାଣନ୍ତୁ ଆଜିର ଦର

February 25, 2026

କିପରି ପ୍ଲସ୍ ଜୋନ୍‌କୁ ଆସିବ ନେଟ୍ ରନ୍ ରେଟ୍?: ଜାଣନ୍ତୁ ଜିମ୍ବାୱେ ବିପକ୍ଷରେ ଭାରତର ସମୀକରଣ

February 25, 2026

ନିର୍ଦ୍ଧାରିତ ସମୟ ପୂର୍ବରୁ ୨୬୦ କୋଟି ସ୍କ୍ରାପ୍ ବିକ୍ରୟ ଲକ୍ଷ୍ୟ ହାସଲ କଲା ପୂର୍ବତଟ ରେଳପଥ

February 25, 2026

ନିର୍ଭରଶୀଳତାରୁ ଆତ୍ମନିର୍ଭରତା: ଭାରତକୁ କୋଭିଡ୍ ମହାମାରୀ ଦେଇଛି ଦୃଢ଼ ଶିକ୍ଷା- ଆଇସିଏମଆର ଏଡିଜି

February 25, 2026
Latest News

କେତେ ବଢିଲା ସୁନା ଓ ରୂପା ମୂଲ୍ୟ?: ଜାଣନ୍ତୁ ଆଜିର ଦର

February 25, 2026

କିପରି ପ୍ଲସ୍ ଜୋନ୍‌କୁ ଆସିବ ନେଟ୍ ରନ୍ ରେଟ୍?: ଜାଣନ୍ତୁ ଜିମ୍ବାୱେ ବିପକ୍ଷରେ ଭାରତର ସମୀକରଣ

February 25, 2026

ନିର୍ଦ୍ଧାରିତ ସମୟ ପୂର୍ବରୁ ୨୬୦ କୋଟି ସ୍କ୍ରାପ୍ ବିକ୍ରୟ ଲକ୍ଷ୍ୟ ହାସଲ କଲା ପୂର୍ବତଟ ରେଳପଥ

February 25, 2026

ଏଆଇ ଯୁଗରେ ଭାରତର ଯୁବଶକ୍ତି

February 25, 2026

ସଂସ୍କୃତି ଓ ଭାଷା ପାଇଁ କୃତ୍ରିମ ବୁଦ୍ଧିମତ୍ତା

February 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.