ଏମ୍‌ସିଏଲ୍‌ କୋଇଲା ଖଣି ଦୁର୍ଘଟଣାରେ ପ୍ରାଣ ହରାଇଥିବା ପରିବାରକୁ ମିଳିବ ୩୦ ଲକ୍ଷ ଟଙ୍କା କ୍ଷତିପୂରଣ ରାଶି  

Published: Aug 6, 2019, 5:39 pm IST

ଅନୁଗୁଳ ଭରତପୁର ଏମ୍‌ସିଏଲ୍‌ କୋଇଲା ଖଣି ଦୁର୍ଘଟଣାରେ ପ୍ରାଣ ହରାଇଥିବା ପରିବାର ୩୦ ଲକ୍ଷ ଟଙ୍କା କ୍ଷତିପୂରଣ ରାଶି ଦେବାକୁ ନିଷ୍ପତ୍ତି ହୋଇଛି । ଏହା ସହିତ ପରିବାରର ଜଣେ ସଦସ୍ୟଙ୍କୁ ଚାକିରି ମିଳିବ । ମାସକ ପରେ ସେମାନଙ୍କୁ ଚାକିରିକୁ ନିୟମିତ କରାଯିବ ବୋଲି ସୂଚନା ରହିଛି । ଏମ୍‌ସିଏଲ୍‌ କୋଇଲା ଦୁର୍ଘଟଣାରେ ପ୍ରାଣ ହରାଇଥିବା ୪ ଶ୍ରମିକଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ଲୋକମାନେ ଧାରଣାରେ ବସିଥିଲେ । ଏହା ପରେ ଆଜି ଏଡିଏମ୍‌ ତପନ ଶତପଥୀଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିଲା । ଏଥିରେ ମୃତକଙ୍କ ପରିବାର ଲୋକ, ଏମ୍‌ସିଏଲ୍‌ କର୍ତ୍ତୃପକ୍ଷ ଓ ପ୍ରଶାସନିକ ଅଧିକାରୀ ସାମିଲ ଥିଲେ ।

Related posts