ଜମ୍ମୁକାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ନେଇ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ତଥା ଜମ୍ମୁକାଶ୍ମୀରର ପୁର୍ନଗଠିତ ବିଲ୍କୁ ରାଜ୍ୟସଭାରେ ପାସ୍ କରିବାର ଗୋଟିଏ ଦିନ ପରେ ନ୍ୟାସନାଲ କନ୍ଫରେନ୍ସ ମୁଖ୍ୟ ଫାରୁକ୍ ଅବଦୁଲ୍ଲା ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ତାଙ୍କର ହତ୍ୟାର ଷଡଯନ୍ତ୍ର ଚାଲିଛି । ଏବଂ ଗୃହମନ୍ତ୍ରୀ ଅମିତ୍ ଶାହା ଜମ୍ମୁ କାଶ୍ମୀର ମାମଲାରେ ସଂସଦରେ ମିଥ୍ୟା ତଥ୍ୟ ଦେଇଛନ୍ତି ବୋଲି କହିଛନ୍ତି ଫାରୁକ୍ । ସେ କହିଛନ୍ତି, “ଯେତେବେଳେ ଫାଟକ ଖୋଲିବ ଏବଂ ଲୋକେ ଯେତେବେଳେ ବାହାରକୁ ବାହାରିବେ, ଆମେ ଲଢ଼େଇ କରିବୁ, ଆମେ କୋର୍ଟକୁ ଯିବୁ। ଆମେ ନା ବନ୍ଧୁକ ଚଲେଇବୁ, ନା ଗ୍ରେନେଡ୍ ଫୋପାଡ଼ିବୁ, ନା ପଥର ଫିଙ୍ଗିବୁ, ଆମେ ଶାନ୍ତିପୂର୍ଣ୍ଣ ଭାବେ ଲଢ଼େଇରେ ବିଶ୍ୱାସ କରୁ। ବର୍ତ୍ତମାନ ଫାରୁକ୍ ଗୃହବନ୍ଦୀ ଅଛନ୍ତି। ଏତଦ୍ବ୍ୟତୀତ ତାଙ୍କ ପୁଅ ଓମାର ଅବଦୁଲ୍ଲା ଏବଂ ପିଡିପି ମୁଖ୍ୟ ମେହବୁବା ମୁଫ୍ତିଙ୍କୁ ଗିରଫ ହୋଇ ସାରିଛନ୍ତି।
Tags: