ସମୀକ୍ଷା ବ୍ୟୁରୋ
ବାଗ୍ନି ନେତ୍ରୀ, ତଥା ଭାରତର ପୂର୍ବତନ ବିଦେଶ ମନ୍ତ୍ରୀ ସୁଷମା ସ୍ବରାଜ ଗତକାଲି ବିଳମ୍ବିତ ରାତ୍ରୀରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ତାଙ୍କୁ 67 ବର୍ଷ ବୟସ ହୋଇଥିଲା। ଗତକାଲି ସେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ନୂଆଦିଲ୍ଲୀର ଏଏମଏସରେ ଭର୍ତ୍ତି କରାଯାଇଥିଲା। ହେଲେ ଡାକ୍ତରଙ୍କ ସବୁ ଚେଷ୍ଠା ସତ୍ବେ ତାଙ୍କର ଜୀବନ ବଞ୍ଚାଇବାର ସମ୍ଭବ ହୋଇ ନ ଥିଲା। ସୁଷମା 2016 ମସିହାରେ ବିଦେଶ ଯାଇ କିଡନୀ ଟ୍ରାନସପ୍ଲାନଟ କରିଥିଲେ। ସେହିଦିନଠାରୁ ସେ ଶାରୀରିକ ଭାବେ ଦୁର୍ବଳ ଅନୁଭବ କରିଥିଲେ। ଏହି କାରଣରୁ ସେ ଗତ ନିର୍ବାଚନରେ ପ୍ରାର୍ଥୀ ହୋଇ ନ ଥିଲେ। ଶାରୀରିକ ଦୁର୍ବଳତା ସତ୍ବେ ସୁଷମା ବୈଦେଶିକ ମନ୍ତ୍ରୀ ଭାବେ ବିଭିନ୍ନ ଦେଶ ଭ୍ରମଣ କରି ଭାରତର ବୈଦେଶିକ ନିତିକୁ ସୁଦୃଢ କରିପାରିଥିଲେ।
ସୁଷମାଙ୍କୁ ଟ୍ବିଇଟର ଶାସନର ଜନନୀ ବୋଲି କୁହାଯାଏ। କାରଣ ସେ ମନ୍ତ୍ରୀ ଥିବା ବେଳେ ତାଙ୍କୁ କୌଣସି ବ୍ୟକ୍ତି ଟ୍ବୁଇଟରରେ ସାହାର୍ଯ୍ୟ ଭିକ୍ଷା କରୁଥିଲା ସୁଷମା ତାହାକୁ ତୁରନ୍ତ କାର୍ଯ୍ୟକାରୀ କରୁଥିଲେ। ଏପରିକି ବିଦେଶୀରେ ଅନେକ ଭାରତୀୟ ଶ୍ରମିକ ଅସୁବିଧାରେ ପଡିଥିବା ବେଳେ ଟ୍ବଇଟର ମେସଜ ପାଇ ସେ କାର୍ଯ୍ୟାନୁଷ୍ଠାନ ନେଇଥିଲେ। ଗତକାଲି ସଂଧ୍ୟାରେ ସୁଷମା ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇ ଟୁଇଟ୍ ମଧ୍ୟ କରିଛନ୍ତି। ସୁଷମା 2014 ମେ 26 ତାରିଖରୁ 30 ମେ 2019 ପର୍ଯ୍ୟନ୍ତ ବୈଦେଶିକ ମନ୍ତ୍ରୀ ଥିଲେ। ଇନ୍ଦିରା ଗାନ୍ଧୀ ପରେ ସୁଷମା ଥିଲେ ଦ୍ବୀତିୟ ମହିଳା ଯେ ବୈଦେଶିକ ମନ୍ତ୍ରୀ ହୋଇପାରିଥିଲେ। ସୁଷମା 7 ଥର ସାଂସଦ ଏବଂ 3 ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। ସେ 198 ମସିହାରେ ନୂଆଦିଲ୍ଲୀର 5ମ ମୁଖ୍ୟମନ୍ତ୍ରୀ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି। ତାଙ୍କର ପରଲୋକ ଖବର ମିଳିବା ପରେ ସାରା ଭାରତରେ ଶୋକର ଛାୟା ଖେଳିଯାଇଛି। ଆଜି ଅପରାହ୍ନରେ ତାଙ୍କର ଶେଷକୃତ୍ୟ ସଂପର୍ଣ୍ଣ ହେବ।