Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବରେନ୍ଦ୍ରକୃଷ୍ଣ ଧଳ ଅଷ୍ଟମ ସ୍ମାରକୀ ବକ୍ତୃତାମାଳା, ଯୋଗ ଦେଲେ ବରିଷ୍ଠ ସାମ୍ବାଦିକ ସ୍ବପନ ଦାସଗୁପ୍ତା
ଆଜିର ଖବର

ବରେନ୍ଦ୍ରକୃଷ୍ଣ ଧଳ ଅଷ୍ଟମ ସ୍ମାରକୀ ବକ୍ତୃତାମାଳା, ଯୋଗ ଦେଲେ ବରିଷ୍ଠ ସାମ୍ବାଦିକ ସ୍ବପନ ଦାସଗୁପ୍ତା

November 30, 2025No Comments3 Mins Read
Share Facebook Twitter LinkedIn Email WhatsApp Copy Link
ବରେନ୍ଦ୍ରକୃଷ୍ଣ ଧଳ
ବରେନ୍ଦ୍ରକୃଷ୍ଣ ଧଳ ଅଷ୍ଟମ ସ୍ମାରକୀ ବକ୍ତୃତାମାଳା, ଯୋଗ ଦେଲେ ବରିଷ୍ଠ ସାମ୍ବାଦିକ ସ୍ବପନ ଦାସଗୁପ୍ତା

ଭୁବନେଶ୍ୱର: ଗଣମାଧ୍ୟମ କ୍ଷେତ୍ରରେ ନୂଆ ଟେକ୍ନୋଲୋଜି ବା ନୂତନ ବୈଷୟିକ ଜ୍ଞାନ ପ୍ରୟୋଗର ସକରାତ୍ମକ ଦିଗ ପ୍ରତି ଏବେଠାରୁ ଉପଯୁକ୍ତ ଧ୍ୟାନ ଦିଆନଗଲେ ଭବିଷ୍ୟତରେ ତାହା ଗଣତନ୍ତ୍ର ଓ ମାନବ ଜଗତ ପାଇଁ ଅତ୍ୟନ୍ତ ବିପଦଜ୍ଜନକ ପରିସ୍ଥିତି ସୃଷ୍ଟି କରିବାର ଯଥେଷ୍ଟ ସମ୍ଭାବନା ରହିଛି । କୃତ୍ରିମ ବୁଦ୍ଧିମତା ବା ଏଆଇ ଓ ସାମାଜିକ ଗଣମାଧ୍ୟମର ବହୁଳ ଅପବ୍ୟବହାର ଦିଗରେ ସଜାଗ ରହିବାକୁ ଦେଶର ବିଶିଷ୍ଟ ସାମ୍ବାଦିକ ତଥା ପଦ୍ମଭୂଷଣ ସ୍ୱପନ ଦାସଗୁପ୍ତା ପରାମର୍ଶ ଦେଇଛନ୍ତି।

ଶନିବାର ସନ୍ଧ୍ୟାରେ ଭୁବନେଶ୍ୱର ଗୀତଗୋବିନ୍ଦ ସଦନ ପରିସରରେ ‘ବରେନ୍ଦ୍ରକୃଷ୍ଣ ଧଳ ସ୍ମାରକୀ ନ୍ୟାସ’ ପକ୍ଷରୁ ଆୟୋଜିତ ଅଷ୍ଟମ ସ୍ମାରକୀ ବକ୍ତୃତାମାଳାରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ଶ୍ରୀ ଦାସଗୁପ୍ତା ବକ୍ତୃତା ପ୍ରଦାନ କରିଥିଲେ। ସେ କହିଥିଲେ ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥାରେ ଉଭୟ ମୁଦ୍ରିତ ଓ ବୈଦ୍ୟୁତିକ ଗଣମାଧ୍ୟମର ପ୍ରମୁଖ ଭୂମିକା ରହିଛି। “ଗଣମାଧ୍ୟମ, ଗଣତନ୍ତ୍ର ଏବଂ ସୁଶାସନ;ପାରମ୍ପରିକ ବନାମ ନୂତନ ଗଣମାଧ୍ୟମର ଭୂମିକା” ଶୀର୍ଷକ ବିଷୟବସ୍ତୁ ଉପରେ ଶ୍ରୀ ଦାସଗୁପ୍ତା ବକ୍ତବ୍ୟ ପ୍ରଦାନ କରି ଭାରତୀୟ ଗଣମାଧ୍ୟମର କ୍ରମବିକାଶ ଓ ଦେଶଗଠନରେ ତାହାର ପ୍ରମୁଖ ଅବଦାନ ସମ୍ପର୍କରେ ବିସ୍ତୃତ ଭାବେ ଆଲୋକପାତ କରିଥିଲେ ।

ନୂଆ ଟେକ୍ନୋଲୋଜିକୁ ଗ୍ରହଣ ଓ ପ୍ରୟୋଗ କଲାବେଳେ ତାହାର ସମସ୍ତ ଦିଗ ପ୍ରତି ସଜାଗ ଦୃଷ୍ଟି ରଖିବା ଅତ୍ୟନ୍ତ ଜରୁରୀ । ଏଥିସହିତ ବରେନ୍ଦ୍ରକୃଷ୍ଣ ଧଳଙ୍କ ନିର୍ଭୀକ ସାମ୍ବାଦିକତା ସମ୍ପର୍କରେ ଉଲ୍ଲେଖ କରି ତାଙ୍କର ବହୁମୁଖୀ ପ୍ରତିଭା ରହିଥିବା ଦର୍ଶାଇଥିଲେ ଏବଂ ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ସେ ଦୃଷ୍ଟିରୁ ସମାଜର ସାମୂହିକ ସ୍ୱାର୍ଥ ଏବଂ ଜନଗଣଙ୍କ ପ୍ରକୃତ ସମସ୍ୟାକୁ ଯଥାର୍ଥ ଭାବେ ଠିକଣା ଢଙ୍ଗରେ ଲୋକଲୋଚନକୁ ଆଣିବା ଦିଗରେ ଗଣମାଧ୍ୟମ ବିଶେଷକରି ମୁଦ୍ରିତ ଓ ବୈଦ୍ୟୁତିକ ସମେତ ସାମାଜିକ ଗଣମାଧ୍ୟମ ତାଙ୍କର ଭୂମିକାକୁ ନିଷ୍ଠାର ସହ ପାଳନ କରିବା ପାଇଁ ଶ୍ରୀ ଦାସଗୁପ୍ତା ପରାମର୍ଶ ଦେଇଥିଲେ ।

ବକ୍ତୃତାମାଳାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କଟକ ଲୋକସଭା ସାଂସଦ ଶ୍ରୀ ଭର୍ତ୍ତୃହରି ମହତାବ ତାଙ୍କ ବକ୍ତବ୍ୟରେ କହିଥିଲେ ଦୀର୍ଘ ୫ ଦଶନ୍ଧି ଧରି ବରେନ୍ଦ୍ରକୃଷ୍ଣ ଧଳ ଓଡ଼ିଶାରେ ନିଚ୍ଛକ ସାମ୍ବାଦିକତା ନିର୍ଭୀକତାର ସହ ଯେପରି ଚଳାଇ ଆସିଥିଲେ ତାହା ଏବର ସାମ୍ବାଦିକମାନେ ତାଙ୍କ ପାଖରେ ଦେଖାଯାଉନାହିଁ । ବାସ୍ତବ କ୍ଷେତ୍ରରେ ସେ ସମାଜର ପ୍ରକୃତ ସମସ୍ୟାକୁ ଲୋକଲୋଚନକୁ ଆଣିବା ପାଇଁ ଯେଭଳି ଭାବେ କଲମ ଚାଳନା କରିଥିଲେ ଏବଂ ସେଥିରେ ପ୍ରତିଷ୍ଠା ଲାଭ କରିଥିଲେ ତାହା ବିରଳ । ସାମ୍ବାଦିକତା ସହ ସାହିତ୍ୟ, କଳା, ସଂସ୍କୃତି, କ୍ରୀଡ଼ା ଓ ସଂଗଠନ କ୍ଷେତ୍ରରେ ମଧ୍ୟ ତାଙ୍କର ଯଥେଷ୍ଟ ପାରଦର୍ଶିତା ରହିଥିଲା ଯାହା ଆଜିର ସାମ୍ବାଦିକଙ୍କ ପାଇଁ ଅନୁକରଣୀୟ ହେବ ବୋଲି ଶ୍ରୀ ମହତାବ କହିଥିଲେ ।

ବିଶିଷ୍ଟ ଅତିଥି ବିଧାୟକ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଏବଂ ସମ୍ମାନିତ ଅତିଥି ଲେଖକ ଓ ବିଶିଷ୍ଟ ସମାଜସେବୀ ଶ୍ରୀମତୀ ନମ୍ରତା ଚଢା ସ୍ୱର୍ଗତ ବରେନ୍ଦ୍ରକୃଷ୍ଣ ଧଳଙ୍କ ସାମ୍ବାଦିକତା ଜୀବନୀ, ସମାଜସେବା ଓ ଓଡ଼ିଆ ଭାଷା ସାହିତ୍ୟର ସୁରକ୍ଷା ପ୍ରଚାର ପ୍ରସାର ଦିଗରେ ରହିଥିବା ପ୍ରମୁଖ ଭୂମିକା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ବରିଷ୍ଠ ସାମ୍ବାଦିକ ତଥା ସ୍ତମ୍ଭକାର ଓ ନ୍ୟାସର ଅଧ୍ୟକ୍ଷ ଶ୍ରୀ ପ୍ରଦୋଷ ପଟ୍ଟନାୟକଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ବକ୍ତୃତାମାଳା କାର୍ଯ୍ୟକ୍ରମରେ ପ୍ରତିବର୍ଷ ପରି ଚଳିତବର୍ଷ ଢେଙ୍କାନାଳ ଆଇଆଇଏମ୍‌ସିରୁ ଓଡ଼ିଆ ସାମ୍ବାଦିକତାରେ ସର୍ବୋଚ୍ଚ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରୀ ଦିବାଲିନା ବେହେରା ଏବଂ ପ୍ରଥମଥର ପାଇଁ ଓଡ଼ିଆ ଗଳ୍ପ ସାହିତ୍ୟ କ୍ଷେତ୍ରରେ କୃତୀ ପ୍ରତିଭାଧର ଭାବେ ମନୋନ୍ନିତ ହୋଇଥିବା ବିଶିଷ୍ଟ ଗାଳ୍ପିକା ସ୍ୱପ୍ନା ମିଶ୍ରଙ୍କୁ ନ୍ୟାସ ପକ୍ଷରୁ ବରେନ୍ଦ୍ରକୃଷ୍ଣ ଧଳ ସ୍ମୃତି ସାହିତ୍ୟ ସମ୍ମାନରେ ସ୍ୱତନ୍ତ୍ର ଭାବେ ମାନପତ୍ର ସହ ପୁରସ୍କାର ପ୍ରଦାନ କରାଯାଇଥିଲା ।

ଛାତ୍ରୀ ଦିବାଲିନାଙ୍କୁ ନ୍ୟାସ ପକ୍ଷରୁ ନଗଦ ୧୦ ହଜାର ଟଙ୍କାର ଆର୍ଥିକ ପୁରସ୍କାର ଦିଆଯାଇଥିଲା। ପଶ୍ଚିମା ପବ୍ଲିକେଶନର ମୁଖ୍ୟ ତଥା ନ୍ୟାସର ଅନ୍ୟତମ ଟ୍ରଷ୍ଟି ଶ୍ରୀ ଅଶୋକ ମହାନ୍ତି ବକ୍ତୃତାମାଳା କାର୍ଯ୍ୟକ୍ରମର ପରିଚାଳନା କରିଥିବା ବେଳେ ଟ୍ରଷ୍ଟି ଶତୃଜିତ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ। ବକ୍ତୃତାମାଳା କାର୍ଯ୍ୟକ୍ରମ ଆରମ୍ଭରେ ବରେନ୍ଦ୍ରକୃଷ୍ଣ ଧଳଙ୍କ ଫଟୋଚିତ୍ରରେ ଅତିଥିମାନେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଏହି ସାରସ୍ୱତ କାର୍ଯ୍ୟକ୍ରମରେ ବହୁ ବିଶିଷ୍ଟ ସାମ୍ବାଦିକ, ସାହିିତ୍ୟିକ, ରାଜନେତା ଓ ବୁଦ୍ଧିଜୀବୀଗଣ ଯୋଗ ଦେଇଥିଲେ।

ବରେନ୍ଦ୍ରକୃଷ୍ଣ ଧଳ ଭର୍ତ୍ତୃହରି ମହତାବ ସ୍ବପନ ଦାସଗୁପ୍ତା
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟସଭା ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କଲେ ସନ୍ତୃପ୍ତ ମିଶ୍ର ଏବଂ ଦତ୍ତେଶ୍ବର ହୋତା

March 5, 2026

ଅସୁସ୍ଥ ହୋଇପଡିଲେ ମନ୍ତ୍ରୀ ସୁରେଶ ପୂଜାରୀ, ଭୁବନେଶ୍ବର ପରେ ଏବେ ଦିଲ୍ଲୀ ଏମସ୍ କୁ ସ୍ଥାନାନ୍ତରିତ

March 5, 2026

US-Israel vs Iran Conflict: ଦୁବାଇରେ ଫସିରହିଥିବା ଭାରତୀୟ ଯାତ୍ରୀ ସୁରକ୍ଷିତ ଭାବେ ପହଞ୍ଚିଲେ

March 5, 2026

ଆଜି ଶ୍ରୀମନ୍ଦିରରେ ବନକ ଲାଗି ନୀତି: ସନ୍ଧ୍ୟା ୬ଟାରୁ ରାତି ୧୦ଟା ଯାଏଁ ସର୍ବସାଧାରଣ ଦର୍ଶନ ବନ୍ଦ

March 5, 2026
Latest News

ରାଜ୍ୟସଭା ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କଲେ ସନ୍ତୃପ୍ତ ମିଶ୍ର ଏବଂ ଦତ୍ତେଶ୍ବର ହୋତା

March 5, 2026

ଅସୁସ୍ଥ ହୋଇପଡିଲେ ମନ୍ତ୍ରୀ ସୁରେଶ ପୂଜାରୀ, ଭୁବନେଶ୍ବର ପରେ ଏବେ ଦିଲ୍ଲୀ ଏମସ୍ କୁ ସ୍ଥାନାନ୍ତରିତ

March 5, 2026

US-Israel vs Iran Conflict: ଦୁବାଇରେ ଫସିରହିଥିବା ଭାରତୀୟ ଯାତ୍ରୀ ସୁରକ୍ଷିତ ଭାବେ ପହଞ୍ଚିଲେ

March 5, 2026

ଆଜି ଶ୍ରୀମନ୍ଦିରରେ ବନକ ଲାଗି ନୀତି: ସନ୍ଧ୍ୟା ୬ଟାରୁ ରାତି ୧୦ଟା ଯାଏଁ ସର୍ବସାଧାରଣ ଦର୍ଶନ ବନ୍ଦ

March 5, 2026

ଆଜିଠାରୁ ଟୋରଣ୍ଟୋ, ଫ୍ରାଙ୍କଫର୍ଟ ଏବଂ ପ୍ୟାରିସକୁ ଅତିରିକ୍ତ କ୍ଷମତା ବିଶିଷ୍ଟ ବିମାନ ଚଳାଚଳ: ଏୟାର ଇଣ୍ଡିଆ

March 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.